ETV Bharat / business

ସୁପର ଆନାକୋଣ୍ଡାକୁ ପଛରେ ପକାଇଲା ‘ଶେଷନାଗ’ - ସୁପର ଆନାକୋଣ୍ଡା ରେକର୍ଡ ଭାଙ୍ଗିଲା ‘ଶେଷନାଗ’

ଆଉ ଏକ ରେକର୍ଡ ଭାଙ୍ଗିଲା ଭାରତୀୟ ରେଳ । 4ଟି ଟ୍ରେନକୁ ଯୋଡି ତିଆରି ହୋଇଛି ଦେଶର ଦୀର୍ଘତମ ମାଲବାହୀ ଟ୍ରେନ‘ଶେଷନାଗ’ । ଟ୍ରେନର ଦୈର୍ଘ୍ୟ 2.8 କିଲୋମିଟର ଏବଂ ଏଥିରେ 251 ଓ୍ୱାଗନ ଖଞ୍ଜା ଯାଇଛି ଅଧିକ ପଢନ୍ତୁ..

ସୁପର ଆନାକୋଣ୍ଡାକୁ ପଛରେ ପକାଇଲା  ‘ଶେଷନାଗ’
ସୁପର ଆନାକୋଣ୍ଡାକୁ ପଛରେ ପକାଇଲା ‘ଶେଷନାଗ’
author img

By

Published : Jul 3, 2020, 3:52 PM IST

ନୂଆଦିଲ୍ଲୀ: ସୁପର ଆନାକୋଣ୍ଡା ରେକର୍ଡ ଭାଙ୍ଗିଲା ‘ଶେଷନାଗ’ । 2.8 କିଲୋମିଟର ଲମ୍ବର ଏହି ଟ୍ରେନ ଗୁରୁବାର ଟ୍ରାକରେ ଦୌଡିବା ସହ ଭାରତୀୟ ରେଳବାଇ ଏକ ନୂଆ କୀର୍ତ୍ତିମାନ ରଚିଛି । ଭାରତର ଏହି ସର୍ବବୃହତ୍ତ ଟ୍ରେନରେ 4ଟି ମାଲଗାହୀ ଟ୍ରେନ/ ରେକ୍ ଯୋଡାଯାଇଛି ।

ଦକ୍ଷିଣ ପୂର୍ବ ମଧ୍ୟ ରେଳପଥ ମୁତାବକ, 251 ଓ୍ୱାଗନ ସହ 2.8 କିଲୋମିଟ ଦୈର୍ଘ୍ୟର ‘ଶେଷନାଗ’ ଟ୍ରେନକୁ ନାଗପୁର ଡିଭିଜନରୁ କୋରବା ମଧ୍ୟରେ ଚଲାଯାଇଛି । ଶେଷନାଗ 6 ଘଣ୍ଟାରେ 260 କିଲୋମିଟର ଯାତ୍ରା ସମ୍ପର୍ଣ୍ଣ କରିଛି । ଏହି ଅନନ୍ୟ ପ୍ରୟୋଗ ମାଲ ପରିବହନର ସମୟ ବଞ୍ଚାଇବା ପାଇଁ କରାଯାଇଛି ।

ଶେଷନାଗ ଟ୍ରେନ ଟ୍ରାକରେ ଦୌଡିବା ପାଇଁ ଏଥିରେ 6000 ହର୍ସ ପାୱର କ୍ଷମତା ବିଶିଷ୍ଟ 4 ଇଲେକ୍ଟ୍ରିକ ଇଞ୍ଜିନ ଲଗାଯାଇଛି ।

ପୂର୍ବରୁ ରେଲୱେ ‘ସୁପର ଆନାକୋଣ୍ଡା’ଟ୍ରେନ ଗଡାଇ ରେକର୍ଡ କରିଥିଲା । ଏଥିରେ 3 ଇଞ୍ଜିନ ଓ ମାଲଗାଡିକୁ ଯୋଡି 2 କିଲୋମିଟର ଲମ୍ବର ପ୍ରସ୍ତୁତ କରାଯାଇଥିଲା । ଏହି ସୁପର ଆନାକୋଣ୍ଡା ଟ୍ରେନରେ 6000 ହର୍ସ ପାୱର କ୍ଷମତାର 3 ଇଲେକ୍ଟ୍ରିକ ଇଞ୍ଜିନ ଲଗାଯାଇଛି । ଏହି ଟ୍ରେନରେ 177 ବଗି ଅଛି । ମଙ୍ଗଳବାର ଏହା ଓଡିଶାର ବ୍ରଜରାଜନଗର ନିକଟ ଲାଜକୁରା ଖଣିରୁ ରାଉରକେଲା ଷ୍ଟେସନ ମଧ୍ୟରେ ଚଳାଚଳ ହୋଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.