ETV Bharat / business

‘ସରକାର ପେଟ୍ରୋଲ ଓ ଡିଜେଲ ଦାମ ଅନଲକ କରିଦେଲେ’

author img

By

Published : Jun 24, 2020, 2:17 PM IST

ତେଲ ବୃଦ୍ଧି ନେଇ ତାତିଲେ ରାହୁଲ ଗାନ୍ଧୀ । ଏନେଇ ସରକାରଙ୍କୁ ଟାର୍ଗେଟ କରି ଏକ ଗ୍ରାଫକୁ ପୋଷ୍ଟ କରିଛନ୍ତି ରାହୁଲ । ଏଥିରେ ଲେଖିଛନ୍ତି କି , ସରକାର କୋରୋନା ମହାମାରୀ ଓ ପେଟ୍ରୋଲ ଏବଂ ଡିଜେଲ ଦାମକୁ ଅନଲକ କରିଦେଇଛନ୍ତି । ଅଧିକ ପଢନ୍ତୁ...

rahul gandhi
rahul gandhi

ନୂଆଦିଲ୍ଲୀ: ଲକଡାଉନ ଖୋଲିବା ପରଠୁ ପେଟ୍ରୋଲ ଓ ଡିଜେଲ ଦାମରେ ଲାଗିଛି ନିଆଁ । ଲଗାତାର 18 ଦିନ ଧରି ବଢିଚାଲିଛି ତେଲ ଦାମ । ସ୍ଥିତି ଏପରିକି ଇତିହାସରେ ପ୍ରଥମ ଥର ପାଇଁ ଡିଜେଲ ଦାମ ପେଟ୍ରୋଲ ଠାରୁ ଅଧିକ ହୋଇଛି । ଏନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ।

ବୁଧବାର ରାହୁଲ ଗାନ୍ଧୀ ଏକ ଗ୍ରାଫିକ ଚାର୍ଟକୁ ପୋଷ୍ଟ କରି ଲେଖିଛନ୍ତି କି ସରକାର କୋରୋନା ମହାମାରୀ ଓ ପେଟ୍ରୋଲ-ଡିଜେଲ ଦାମକୁ ଅନଲକ କରିଦେଲେ । ଏହି ଚାର୍ଟରେ ପେଟ୍ରୋଲ ଓ ଡିଜେଲ ଏବଂ କୋରୋନା ମାମାଲା ବୃଦ୍ଧିକୁ ତୁଳନା କରାଯାଇଛି ।

ପ୍ରକାଶ ଯେ, ଆଜିକୁ 18 ଦିନ ଧରି ତେଲ ଦାମ ବଢିଚାଲିଛି । କେବଳ ଆଜି ଅର୍ଥାତ ବୁଧବାର ପେଟ୍ରୋଲ ଦାମରେ ବ୍ରେକ ଲାଗିଛି । ହେଲେ ଡିଜେଲ ଦାମ ସବୁ ରେକର୍ଡ ଭାଙ୍ଗି ପେଟ୍ରୋଲ ଠାରୁ ଅଧିକ ରହିଛି । ଦିଲ୍ଲୀରେ ପେଟ୍ରୋଲ ଦାମ ଲିଟର ପିଛା 79.40 ଟଙ୍କା ରହିଥିଲା ବେଳେ ଡିଜେଲ ଦାମ 79.88 ଟଙ୍କା ଅଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.