ETV Bharat / business

‘ପ୍ରବାସୀ ଶ୍ରମିକଙ୍କୁ ମାଗଣା ଚାଉଳ ସହ ବଞ୍ଚିବାକୁ ଲୋଡା ଟଙ୍କା ‘

author img

By

Published : May 22, 2020, 12:43 AM IST

ପ୍ରବାସୀ ଶ୍ରମିକଙ୍କ ପାଇଁ ମାଗଣା ଖାଦ୍ୟଶସ୍ୟ ପର୍ଯ୍ୟାପ୍ତ ନୁହେଁ । କ୍ଷୀର, ପନିପରିବା, ଖାଇବା ତେଲ ଓ ଘର ଭଡା ଦେବା ପାଇଁ ସେମାନଙ୍କୁ ଟଙ୍କା ଦରକାର ରହିଛି । ଏଥସହ ଅର୍ଥନୀତିର ବିଭିନ୍ନ ପାର୍ଟର ମରାମତି ବି ଜରୁରୀ ବୋଲି କହିଛନ୍ତି ରଘୁରାମ ରାଜନ । ଅଧିକ ପଢନ୍ତୁ...

Raghuram Rajan
‘ପ୍ରବାସୀ ଶ୍ରମିକଙ୍କୁ ମାଗଣା ଚାଉଳ ସହ ବଞ୍ଚିବାକୁ ଲୋଡା ଟଙ୍କା ‘

ନୂଆଦିଲ୍ଲୀ: ଦେଶର ଅର୍ଥବ୍ୟବସ୍ଥାକୁ ବଳ ଦେବା ପାଇଁ ଘୋଷଣା ହୋଇଥିବା 20 ଲକ୍ଷ କୋଟିର ପ୍ୟାକେଜ ଅପର୍ଯ୍ୟାପ୍ତ । ସରକାର ପ୍ରବାସୀ ଶ୍ରମିକଙ୍କ ପାଇଁ କେବଳ ମାଗଣା ଖାଦ୍ୟଶସ୍ୟ ଦେବାକୁ କହିଲେ ହେଲେ କ୍ଷୀର, ପନିପରିବା, ଖାଇବା ତେଲ ଓ ଘର ଭଡା ଦେବା ପାଇଁ ସେମାନଙ୍କୁ ଟଙ୍କା ଦରକାର ରହିଛି ବୋଲି କହିଛନ୍ତି ଆରବିଆଇ ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ ।

ଦେଶବ୍ୟାପି ଲକଡାଉନ ଯୋଗୁଁ କାମଧନ୍ଦା ବନ୍ଦ ରହିଛି । ଶ୍ରମିକଙ୍କ ହାତରେ ଚଳିବାକୁ ଟଙ୍କା ନାହିଁ । ଏଭଳି ସମୟରେ ସେମାନଙ୍କ ଗୁଜୁରାଣ ମେଣ୍ଟାଇବାକୁ ସରକାରଙ୍କୁ ଟଙ୍କା ଦେବାକୁ ରାଜନ କହିଛନ୍ତି । ରାଜନ କହିଛନ୍ତି ଯେ, ବିଶ୍ବ ଅର୍ଥବ୍ୟବସ୍ଥା ସାମ୍ନାରେ ବଡ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି । ଯାହାକୁ କି କୌଣସି ମଧ୍ୟ ଉତ୍ସ ଦ୍ବାରା ପୂରଣ କରାଯାଇପାରିବ ନାହିଁ ।

କୋରୋନା ପୂର୍ବରୁ ଭାରତୀୟ ଅର୍ଥନୀତିରେ ମନ୍ଥରତା ଦେଖାଦେଇଥିଲା । ଲଗାତାର ବିକାଶ ଦର ହ୍ରାସ ହେଉଥିଲା । ଏଥିସହ ରାଜକୋଷୀୟ ଘାଟା ଲଗାତାର ବଢୁଥିଲା । ଏଭଳି ସ୍ଥିତିରେ ପୁଣି ଅର୍ଥନୀତିକ ଟ୍ରାକକୁ ଆଣିବାକୁ ବହୁତ କିଛି ପଦକ୍ଷେପର ଆବଶ୍ୟକତା ରହିଛି । ତେବେ 20 ଲକ୍ଷ କୋଟିର ପ୍ୟାକେଜ ନେଇ ରାଜନ କହିଛନ୍ତି ଯେ, ଏହି ଆର୍ଥିକ ପ୍ୟାକେଜରେ ବହୁତ କିଛି ଭଲ ଘୋଷଣା ମଧ୍ୟ ରହିଛି । ହେଲେ ଆବଶ୍ୟତା ତା ଠାରୁ ଅଧିକ ରହିଛି ।

ରାଜନ ନିଜ ମତାମତ ଦେଇ କହିଛନ୍ତି କି, ଦେଶ ଅର୍ଥବ୍ୟବସ୍ଥାକୁ କିଛି ସ୍ଥାନରୁ ମରାମତି କରିବା ଦରକାର ରହିଛି । ବ୍ୟାଙ୍କ, ବଡ କମ୍ପାନୀ, ଏମଏସଏମଇ ଭଳି ପ୍ରତି ସେକ୍ଟରକୁ ମରାମତି କରିବା ଆବଶ୍ୟକ ରହିଛି । ସେହିଭଳି କିଛି ସ୍ଥାନରେ ରିକୋଭରି ପାଇଁ ଏହି ଆର୍ଥିକ ପ୍ୟାକେଜ ସହାୟକ ହେବ । ସେହିଭଳି କିଛି ସ୍ଥାନରେ ସମ୍ପୁର୍ଣ୍ଣ ସଂସ୍କାରର ଆବଶ୍ୟତା ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.