ETV Bharat / business

ବାଇକ ନୁହେଁ କାର କିଣିବାକୁ ଉତ୍ସୁକ ଭାରତୀୟ, 35% ଖସିଲା ଦୁଇଚକିଆ ବିକ୍ରି

author img

By

Published : Apr 8, 2021, 5:15 PM IST

ଗୋଟିଏ ସମୟରେ, ସାଧାରଣତଃ ଭାରତୀୟମାନେ ବାଇକ ଓ ସ୍କୁଟର କ୍ରୟ କରିବାକୁ ଯାଉଥିଲେ, ହେଲେ ଏବେ ନିଜର ପର୍ସନାଲ କାର ରଖିବାକୁ ବଳାଉଛନ୍ତି ମନ । ଫଳରେ ବୃଦ୍ଧି ହେଉଛି କାର ବିକ୍ରି ସଂଖ୍ୟା । ଅଧିକ ପଢନ୍ତୁ..

ବାଇକ ନୁହେଁ କାର କିଣିବାକୁ ଉତ୍ସକ ଭାରତୀୟ,   35% ଖସିଲା ଦୁଇଚକିଆ ବିକ୍ରି

ନୂଆଦିଲ୍ଲୀ: ସ୍ବାସ୍ଥ୍ୟ ପ୍ରତି ଯତ୍ନଶୀଳ ହେବା ସହ ଭାରତୀୟ ମଧ୍ୟମବର୍ଗଙ୍କ ଜୀବନ ଶୈଳୀ ବି ଏବେ ପରିବର୍ତ୍ତନ ହେଉଛି । ଗୋଟିଏ ସମୟରେ ସାଧାରଣତଃ ଭାରତୀୟମାନେ ବାଇକ ଓ ସ୍କୁଟର କ୍ରୟ କରିବାକୁ ଯାଉଥିଲେ , ହେଲେ ଏବେ ନିଜର ପର୍ସନାଲ କାର ରଖିବାକୁ ବଳାଉଛନ୍ତି ମନ । ଫଳରେ ବୃଦ୍ଧି ହେଉଛି କାର ବିକ୍ରି ସଂଖ୍ୟା ।

ମାର୍ଚ୍ଚ ମାସର ଅଟୋମୋବାଇଲ ସେକ୍ଟରର ତଥ୍ୟକୁ ଦେଖିବା ଯଦି ଏହି ପାର୍ଥକ୍ୟ ସ୍ପଷ୍ଟ ଦେଖିବାକୁ ମିଳିବ । ସଦ୍ୟ ରିପୋର୍ଟ ଅନୁସାରେ ପାସେଞ୍ଜର ଯାନର ଖୁଚୁରା ବିକ୍ରି ମାର୍ଚ୍ଚ ମାସରେ ଗତ ବର୍ଷର ସମାନ ଅବଧି ତୁଳନାରେ 28.39 ପ୍ରତିଶତ ବୃଦ୍ଧି ହୋଇ 2,79,745 ୟୁନିଟରେ ପହଞ୍ଚିଛି । ଗତ ବର୍ଷ କୋଭିଡ-19 ମହାମାରୀ ପ୍ରକୋପ ମଧ୍ୟରେ ବିକ୍ରି ଅତ୍ୟନ୍ତ କମ ରହିଥିଲା । ସେପଟେ ଦୁଇଚକିଆ ଯାନର ବିକ୍ରିରେ 35 ପ୍ରତିଶତ ବଡ ହ୍ରାସ ଦେଖିବାକୁ ମିଳିଛି । ଗାଡି ଡିଲର ସଙ୍ଗଠନ ଫେଡରେସନ ଅଫ ଅଟୋମୋବାଇଲ ଡିଲର୍ସ ଆସୋସିଏସନ (ଫାଡା) ଏ ନେଇ ସୂଚନା ଦେଇଛନ୍ତି ।

ଫାଡା ଦ୍ବାରା 1,482 ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆରଟିଓ) ମଧ୍ୟରୁ 1,277 ଆରଟିଓରୁ ଗାଡି ପଞ୍ଜିକରଣ ତଥ୍ୟ ଏକତ୍ର କରାଯାଇଛି । 2020 ମାର୍ଚ୍ଚ ମାସରେ ପାସେଞ୍ଜର ଯାନ ବିକ୍ରି 2,17,879 ୟୁନିଟ ଥିଲା । ଯଦି ସମୀକ୍ଷାଧୀନ ମାସରେ ଦୁଇଚକିଆର ବିକ୍ରି 35.26 ପ୍ରତିଶତ ହ୍ରାସ ହୋଇ 11,95,445 ୟୁନିଟ ରହିଯାଇଛି । ଯାହାକି 1 ବର୍ଷ ତଳେ ସମାନ ମାସରେ 18,46,613 ୟୁନିଟ ରହିଥିଲା ।

ଏହି ଅବଧିରେ ବାଣିଜ୍ୟିକ ଯାନର ବିକ୍ରି ବି 42.2 ପ୍ରତିଶତ ଖସି 67,372 ୟୁନିଟ ରହିଛି । ଯାହାକି 2020 ମାର୍ଚ୍ଚ ମାସରେ 1,16,559 ୟୁନିଟ ରହିଥିଲା । ଏଭଳି ଭାବେ ଦୁଇଚକିଆ ଯାନର ବିକ୍ରି ବି 50.72 ପ୍ରତିଶତ କମି 38,034 ୟୁନିଟ ରହିଛି । ଯାହାକି 1 ବର୍ଷ ତଳେ ଏହି ମାସରେ 77,173 ୟୁନିଟ ଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.