ETV Bharat / business

MSMEକୁ ଗୋଟିଏ ଦିନରେ 3200 କୋଟି ଟଙ୍କା ଋଣ ମଞ୍ଜୁର: ଅର୍ଥମନ୍ତ୍ରୀ - ଏମଏସଏମଇ ସେକ୍ଟରକୁ ଋଣ ମଞ୍ଜୁର

କୋରୋନା ଭାଇରସ ସଙ୍କଟରୁ ମୁକୁଳିବା ପାଇଁ ଏମଏସଏମଇ ସେକ୍ଟରକୁ ଗୋଟିଏ ଦିନରେ 3200 କୋଟି ଟଙ୍କା ଋଣ ମଞ୍ଜୁର କରିଛି ପିଏସବି । ଅର୍ଥମନ୍ତ୍ରୀଙ୍କ କାର୍ଯ୍ୟଳୟ ପକ୍ଷରୁ ଏ ନେଇ ଟ୍ବିଟ କରି ସୂଚନା ଦିଆଯାଇଛି । ଅଧିକ ପଢନ୍ତୁ..

PSB
MSMEକୁ ଗୋଟିଏ ଦିନରେ 3200 କୋଟି ଟଙ୍କା ଋଣ ମଞ୍ଜୁର
author img

By

Published : Jun 2, 2020, 3:54 PM IST

ନୂଆଦିଲ୍ଲୀ: ସାର୍ବଜନୀନ କ୍ଷେତ୍ରର ବ୍ୟାଙ୍କ(ପିଏସବି) ଜୁନ ପହିଲାରେ ଏମଏସଏମଇ ସେକ୍ଟରକୁ ବିନା ବନ୍ଧକରେ 3200 କୋଟି ଟଙ୍କା ଋଣ ମଞ୍ଜୁର କରିଛି । ଜରୁରୀକାଳୀନ କ୍ରେଡିଟ୍ ଲାଇନ୍ ଗ୍ୟାରେଣ୍ଟି ଯୋଜନା (emergency Credit Line Guarantee Scheme) ଅଧିନରେ ଏହି ଋଣକୁ ମଞ୍ଜୁର କରାଯାଇଛି ।

ସୀତାରମଣଙ୍କ କାର୍ଯ୍ୟାଳୟ ଏକ ଟ୍ବିଟ କରି କହିଛି ଯେ, 2020 ଜୁନ ପହିଲାରେ ପିଏସବି ଜରୁରୀକାଳୀନ କ୍ରେଡିଟ ଲାଇନ ଗ୍ୟାରେଣ୍ଟି ଯୋଜନା ମାଧ୍ୟମରେ 3200 କୋଟି ଟଙ୍କା ବିନା ବନ୍ଧକରେ ସ୍ବୀକୃତ କରିଛି ।

କୋରୋନାରେ ପ୍ରଭାବିତ ଅର୍ଥନୀତିକୁ ଟ୍ରାକକୁ ଆଣିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଘୋଷିତ 20 ଲକ୍ଷ କୋଟି ଟଙ୍କାର ଆତ୍ମନିର୍ଭର ଭାରତ ପ୍ୟାକେଜରେ ଏହି ବିନା ବନ୍ଧକରେ ଋଣ ଯୋଜନା ଅଣାଯାଇଥିଲା ।

ଅନ୍ୟ ଏକ ଟ୍ବିଟରେ ଦର୍ଶାଯାଇଛି କି, ‘‘ 3000ରୁ ଅଧିକ Tier-IIର ସହରର ଏମଏସଏମଇକୁ ପ୍ରଥମ ଦିନରେ ଏହି ଋଣ ଦିଆଯାଇଛି । ଏହି ଟଙ୍କା କର୍ମଚାରୀଙ୍କ ଦରମା, ଭଡା ଓ ଅନ୍ୟାନ୍ୟ ଖର୍ଚ୍ଚ ତୁଲାଇବାରେ ସାହାଯ୍ୟ କରିବ । ’’

କୋରୋନା ଭାଇରସ ମହାମାରୀର ପ୍ରଭାବ ଯେପରି ଭାରତୀୟ ଅର୍ଥବ୍ୟବସ୍ଥା ଉପରେ କମ ପଡିବ , ସେଥିପାଇଁ ସରକାର ପ୍ରୟାସ କରୁଛନ୍ତି । ଏଥିସହ ସରକାର ଚାହୁଁଛନ୍ତି କି ନିବେଶକଙ୍କୁ ପ୍ରୋତ୍ସାହିତ ଦିଆଯାଉ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.