ETV Bharat / business

ଖଣିଜ କ୍ଷେତ୍ରରେ ବଢିବ ଘରୋଇ ନିବେଶ, ନିଲାମ ହେବ 500 ଖଣି

ଅର୍ଥମନ୍ତ୍ରୀ କହିଛନ୍ତି ଯେ, ଖଣିଜ କ୍ଷେତ୍ରରେ ଘରୋଇ ନିବେଶକୁ ବଢାଯିବ । ଆଗାମୀ ଦିନରେ ଖଣିଜ କ୍ଷେକ୍ରରେ 500 ମାଇନିଙ୍ଗ ବ୍ଲକର ନିଲାମୀ ଅଫର ଦିଆଯିବ ।ଅଧିକ ପଢନ୍ତୁ..

author img

By

Published : May 16, 2020, 7:19 PM IST

private investment will increase in mineral sector 500 mines will be auctioned
ଖଣିଜ କ୍ଷେତ୍ରରେ ବଢିବ ଘରୋଇ ନିବେଶ

ନୂଆଦିଲ୍ଲୀ: ଶନିବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସାମାଜିକ ଢାଞ୍ଚାଗତ ସୁଧାର ପାଇଁ 50 ହଜାର କୋଟି ଟଙ୍କାର ଘୋଷଣା କରିଛନ୍ତି । ଏଥିରେ ଖଣିଜ କ୍ଷେତ୍ରରେ ବଡ ପରିବର୍ତ୍ତନ ନେଇ କହିଛନ୍ତି । ସରକାର ଖଣିଜ କ୍ଷେତ୍ରରେ ବଡ ଧରଣର ଢାଞ୍ଚାଗତ ସୁଧାର ଆଣିବାକୁ ଘୋଷଣା କରିଥଛି । 500 ମାଇନିଙ୍ଗ ବ୍ଲକରେ ବକ୍ସସାଇଟ ଓ କୋଇଲାର ଯୁଗ୍ମ ନିଲାମ ହେବ । ଏହା ଦ୍ବାରା ଆଲୁମିନିୟମ ସେକ୍ଟରକୁ ବଳ ଦେବାରୁ ସରକାରଙ୍କ ପ୍ରୟାସ ଜାରି ରହିଛି ।

ଅର୍ଥମନ୍ତ୍ରୀ କହିଛନ୍ତି ଯେ, ଖଣିଜ କ୍ଷେତ୍ରରେ ଘରୋଇ ନିବେଶକୁ ବଢାଯିବ । ଆଗାମୀ ଦିନରେ ଖଣିଜ କ୍ଷେକ୍ରରେ 500 ମାଇନିଙ୍ଗ ବ୍ଲକର ନିଲାମୀ ଅଫର ଦିଆଯିବ । ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଯେ, ଖଣିଜ କ୍ଷେତ୍ରରେ ଖନନ ତୀବ୍ର ଗତିରେ ଜାରି ରହିବ ଏହା ଦ୍ବାରା ବଡ ସଂଖ୍ୟାରେ ରୋଜଗାର ମଧ୍ୟ ସୃଷ୍ଟି ହେବ । ସେ କହିଛନ୍ତି ଯେ, ମିନରାଲ ଇଣ୍ଡେକ୍ସ ପ୍ରସ୍ତୁତ କରାଯିବ । ଏଥିସହ ଷ୍ଟାମ୍ପ ଡ୍ୟୁଟି (ଶୁଳ୍କ) ଉପରେ ଧ୍ୟାନ ଦିଆଯିବ । ଖଣିଜ ସେକ୍ଟର ବିକାଶ ନୀତି ପ୍ରସ୍ତୁତ ହେବ । 500 ମାଇନିଙ୍ଗ ବ୍ଲକ ନିଲାମ ହେବ । କ୍ୟାପଟିଭ ଓ ନନ୍‌ କ୍ୟାପ୍‌ଟିଭ ଖଣି ଭିତରେ ପାର୍ଥକ୍ୟ ରହିବନି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.