ETV Bharat / business

ସରିଲା ହାଲୁଆ ସମାରୋହ, ବାଜିଲା ବଜେଟ ବିଗୁଲ

ଅର୍ଥ ମନ୍ତ୍ରଣାଳୟରେ ସମସ୍ତ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ହାଲୁଆ ସମାେରାହ ସରିଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହାର ଉଦଘାଟନ କରି ବଜେଟ ଛାପା ଆରମ୍ଭ ନେଇ ସଙ୍କେତ ଦେଇଛନ୍ତି ।

author img

By

Published : Jun 22, 2019, 2:30 PM IST

Updated : Jun 22, 2019, 5:55 PM IST

ଫଟୋ ସୌଜନ୍ୟ- @ Twitter/Finance Ministry

ନୂଆଦିଲ୍ଲୀ: ଆରମ୍ଭ ହେଲା ବଜେଟ ଦସ୍ତାବିଜ ଛାପା କାର୍ଯ୍ୟ । ନର୍ଥ ବ୍ଲକରେ ଅର୍ଥ ମନ୍ତ୍ରାଣଳୟ ଉପସ୍ଥିତିରେ ସୁରୁଖୁରୁରେ ପାରମ୍ପରିକ ହାଲୁଆ ସମୋରୋହ ଶେଷ ହୋଇଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହାର ଉଦଘାଟନ କରି ବଜେଟ ପ୍ରକ୍ରିୟା ଆରମ୍ଭ ପାଇଁ ସିଗନାଲ ଦେଇଛନ୍ତି ।

ଏହି ଅବସରରେ ଏକ ବଡ କଡେଇରେ ହାଲୁଆ ପ୍ରସ୍ତୁତ କରି ଅର୍ଥମନ୍ତ୍ରଣାଳୟର ସବୁ କର୍ମଚାରୀଙ୍କୁ ପରଷା ଯାଇଥିଲା । ଅର୍ଥ ରାଜ୍ୟ ମନ୍ତ୍ରୀଙ୍କ ସମେତ ମନ୍ତ୍ରଣାଳୟର ସମସ୍ତ ବରିଷ୍ଠ ଅଧିକାରୀ ଏଥିରେ ସାମିଲ ହୋଇଥିଲେ ।

ମୋଦି ସରକାରଙ୍କ ଦ୍ବିତୀୟ ଇନିଂସର ପ୍ରଥମ ବଜେଟ ଜୁଲାଇ 5ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଉପସ୍ଥାପନ କରିବେ । ଏଣୁ ବଜେଟ ପୂର୍ବରୁ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ହାଲୁଆ ସମାରୋହ ପରେ ଔପଚାରିକ ଭାବେ ବଜେଟ ପୁସ୍ତିକା ଛାପା କାର୍ଯ୍ୟ ଆରମ୍ଭ ହୋଇଛି । ଏ ନେଇ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି ।

ଏହି ଉତ୍ସବ ପରେ ବଜେଟ ପ୍ରସ୍ତୁତିରେ ଜଡିତ ଅଧିକାରୀ ନର୍ଥ ବ୍ଲକରେ ନଜରବନ୍ଦୀରେ ରହିବେ । ବଜେଟର ଗୋପନୀୟତା ରକ୍ଷା ପାଇଁ ଏହି ଅଧିକାରୀମାନେ ଅର୍ଥମନ୍ତ୍ରୀ ଅଭିଭାଷଣ ଦେବା ପର୍ଯ୍ୟନ୍ତ ବାହ୍ୟ ପରିବେଶରୁ ଦୂରେଇ ରହିବେ । ତଥ୍ୟ ଚୋରୀ ହେବା ଭୟରେ ସମ୍ବିଧାନରେ ଏହି ନିୟମ ରହିଛି ।

Intro:Body:Conclusion:
Last Updated : Jun 22, 2019, 5:55 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.