ETV Bharat / business

‘ଆସୁଛି ଆର୍ଥିକ ସୁନାମୀ ’

author img

By

Published : Mar 17, 2020, 4:04 PM IST

ସଂସଦ ପରିସରରେ ରାହୁଲ କହିଛନ୍ତି ଯେ,"ଆର୍ଥିକ ବିପର୍ଯ୍ୟୟ ଆସୁଛି । ଏହା ସୁନାମି ଭଳି । ଭାରତ କେବଳ କରୋନା ଭାଇରସ ପାଇଁ ନୁହେଁ, ବରଂ ଆସୁଥିବା ଆର୍ଥିକ ବିପର୍ଯ୍ୟୟ ପାଇଁ ମଧ୍ୟ ପ୍ରସ୍ତୁତ ହେବା ଉଚିତ।"

Prime Minister has put his head in sand, slams Rahul Gandhi
‘ଆସୁଛି ଆର୍ଥିକ ସୁନାମୀ ’

ନୂଆଦିଲ୍ଲୀ: ‘ଦେଶରେ ଆର୍ଥିକ ସୁନାମୀ ଆସିଲାଣି । ହେଲେ ସରକାର କିଛି ଧ୍ୟାନ ଦେଉନାହାନ୍ତି । ଆଉ ଯଦି ଏଭଳି ସ୍ଥିତି ଜାରି ରୁହେ ତେବେ ଆସନ୍ତା 6 ମାସରେ ଦେଶର ଲୋକଙ୍କୁ ବିଭିନ୍ନ ସମସ୍ୟାର ସାମ୍ନା କରିବାକୁ ପଡିବ ।’ ମଙ୍ଗଳବାର କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏ ନେଇ ଯୁକ୍ତି ବାଢି ସରକାରଙ୍କୁ କଟାକ୍ଷ କରିଛନ୍ତି ।

ସଂସଦ ପରିସରରେ ରାହୁଲ କହିଛନ୍ତି ଯେ,"ଆର୍ଥିକ ବିପର୍ଯ୍ୟୟ ଆସୁଛି । ଏହା ସୁନାମି ଭଳି । ଭାରତ କେବଳ କରୋନା ଭାଇରସ ପାଇଁ ନୁହେଁ, ବରଂ ଆସୁଥିବା ଆର୍ଥିକ ବିପର୍ଯ୍ୟୟ ପାଇଁ ମଧ୍ୟ ପ୍ରସ୍ତୁତ ହେବା ଉଚିତ।"

ଏଥିସହ ସେ କହିଛନ୍ତି ଯେ, ‘‘ ମୁଁ ବାରମ୍ବାର ଚେତାବନୀ ଦେଇଆସୁଛି | କିନ୍ତୁ ଶୁଣାଯାଉନାହିଁ | ସରକାର କେବଳ ବୋକା ବନାଉଛନ୍ତି। " ସେ ଦାବି କରିଛନ୍ତି ଯେ ଯଦି ଏଭଳି ସ୍ଥିତି ଲାଗୁ ରୁହେ ତେବେ ଲୋକଙ୍କୁ ଆସନ୍ତା 6 ମାସରେ ସାମାନ୍ୟ ଯନ୍ତ୍ରଣା ଭୋଗିବାକୁ ପଡିବ ।

ସେହିପରି ଅଶୋଧିତ ତୈଳ ଦାମରେ ଭାରୀ ହ୍ରାସ ପରେ ବି ସରକାରଙ୍କ ପେଟ୍ରୋଲ ଓ ଡିଜେଲ ଦାମ କମାଇବା ବଦଳରେ ଉତ୍ପାଦ ଶୁଳ୍କ ବଢାଇବାରେ ଲାଗିଛନ୍ତି । ଏହାକୁ କଡା ବିରୋଧ କରି ମଙ୍ଗଳବାର ଲୋକସଭାରେ କଂଗ୍ରେସ ଓ ଡିଏମକେ ସଦସ୍ୟ ନରେନ୍ଦ୍ର ମୋଦି ସରକାରଙ୍କୁ ସାଧାରଣ ଗ୍ରାହକଙ୍କୁ ପ୍ରତାରଣା କରିଥିବା ଅଭିଯୋଗ କରିଛନ୍ତି । ଏହା ସହିତ ଉଭୟ ଦଳର ସଦସ୍ୟମାନେ ଏହି ପ୍ରସଙ୍ଗରେ ଗୃହରୁ ଏକ ପଦଯାତ୍ରା କରିଛନ୍ତି ।

ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ବ୍ୟାରେଲ ପିଛା ପ୍ରାୟ 35 ଡଲାରକୁ ଖସିଥିଲେ ବି ଏହାର ଫାଇଦା ସାଧାରଣ ଉପଭୋକ୍ତାଙ୍କୁ ଦେବା ପରିବର୍ତ୍ତେ ମୋଦି ସରକାର ପେଟ୍ରୋଲ ଓ ଡିଜେଲ ଉପରେ ଉତ୍ପାଦ ଶୁଳ୍କ 3 ଟଙ୍କା ବଢାଇଛନ୍ତି । ଶୂନ୍ୟ କାଳରେ ସମୟରେ କଂଗ୍ରେସ ନେତା ଆଧୀର ରଞ୍ଜନ ଚୌଧୁରୀ ଏହି ପ୍ରସଙ୍ଗ ଉଠାଇ ସରକାରଙ୍କୁ ସମାଲୋଚନା କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.