ETV Bharat / business

LPG Cylinder: ହାଣ୍ଡିଶାଳକୁ ମହଙ୍ଗା ମାଡ, ବଢିଲା ରନ୍ଧନ ଗ୍ୟାସ ଦାମ୍‌ - Price of domestic LPG cylinder

କୋରୋନା କାଳରେ ମହଙ୍ଗା ମାଡ ବୋଝ । ଅତ୍ୟାବଶ୍ୟକ ସାମଗ୍ରୀ ଦାମ ଦିନକୁ ଦିନ ବଢିବା ସହ ପୁଣି ବଢିଲା ରନ୍ଧନ ଗ୍ୟାସ ଦାମ । ଅଧିକ ପଢନ୍ତୁ...

LPG cylinder : ମହଙ୍ଗା ହେଲା ରନ୍ଧନ ଗ୍ୟାସ
Price of domestic LPG cylinder with subsidy hiked by Rs 25.50 from today
author img

By

Published : Jul 1, 2021, 12:25 PM IST

ନୂଆଦିଲ୍ଲୀ: ବଢିଲା ଏଲପିଜି (ରନ୍ଧନ ଗ୍ୟାସ) ସିଲିଣ୍ଡରର ଦାମ । ସବସିଡିଯୁକ୍ତ ଘରୋଇ ଏଲପିଜି ସିଲିଣ୍ଡର ଦାମ ଗୁରୁବାର 25.50 ଟଙ୍କା ବୃଦ୍ଧି ହୋଇଛି । ଏଥିସହ 14.2 କିଲୋର ଘରୋଇ ସିଲିଣ୍ଡର ଦାମ ଏବେ ଦିଲ୍ଲୀରେ 834.50 ଟଙ୍କା ରହିଛି ।

ଦିଲ୍ଲୀରେ 19 କିଲୋର ସିଲିଣ୍ଡର ଦାମରେ ବି 76 ଟଙ୍କା ବୃଦ୍ଧି କରାଯାଇଛି । ବର୍ତ୍ତମାନ ଏହାର ଦାମ 1350 ଟଙ୍କା ହେବ । ଏବେ ସୁଦ୍ଧା 14.2 କିଲୋ ରନ୍ଧନ ଗ୍ୟାସ ସିଲିଣ୍ଡର ଦିଲ୍ଲୀରେ 809 ଟଙ୍କାରେ ବିକ୍ରି ହେଉଥିଲା । କେବଳ 2021ରେ ଅର୍ଥାତ ଗଲା 6 ମାସରେ ଗ୍ୟାସ ସିଲିଣ୍ଡର ପିଛା 140 ଟଙ୍କା ବଢିଛି ।

ପ୍ରତି ମାସର ପ୍ରଥମ ତାରିଖରେ ତମାମ ସରକାରୀ ତେଲ କମ୍ପାନୀ ଗ୍ୟାସ ସିଲିଣ୍ଡର ଦାମ ଉପରେ ନିଷ୍ପତ୍ତି ନେଇଥାନ୍ତି । ଏହା ପୂର୍ବରୁ ମେ 1 ରେ ଗ୍ୟାସ କମ୍ପାନୀ ଏଲପିଜି ସିଲିଣ୍ଡର ଦାମ ବଢାଇଥିଲେ । ତେଲ କମ୍ପାନୀ ଏପ୍ରିଲ ମାସରେ ଗ୍ୟାସ ସିଲିଣ୍ଡର ଦାମ 10 ଟଙ୍କା ହ୍ରାସ କରିଥିଲେ । ଏହା ପୂର୍ବରୁ ଫେବୃଆରୀ ଓ ମାର୍ଚ୍ଚ ମାସରେ ଏଲପିଜି ସିଲିଣ୍ଡର ମହଙ୍ଗା ହୋଇଥିଲା ।

ବର୍ତ୍ତମାନ ସମୟରେ ମୁମ୍ବାଇରେ 14.2 କିଲୋର ଏଲପିଜି ଗ୍ୟାସ ସିଲିଣ୍ଡର ଦାମ 834.50 ଟଙ୍କା ଅଛି । ଯାହାକି ଏବେ ସୁଦ୍ଧା 809 ଟଙ୍କା ଥିଲା । ସେହିଭଳି କୋଲକତା କଥା ଯଦି ଦେଖିବା, ସେଠାରେ ଏଲପିଜି ସିଲିଣ୍ଡର ଏବେ ଯାଏଁ 835.50 ଟଙ୍କାରେ ବିକ୍ରି ହେଉଥିଲା । ଯାହାର ଦାମ ଏବେ 861 ଟଙ୍କା ହୋଇଛି । ସେହିଭଳି ଚେନ୍ନାଇରେ ଏଲପିଜି ଗ୍ୟାସ ସିଲିଣ୍ଡର 850.50 ଟଙ୍କା ହୋଇଛି । ଯାହାକି ଏବେ ସୁଦ୍ଧା 825 ଟଙ୍କାରେ ବିକ୍ରି ହେଉଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.