ETV Bharat / business

ଦୂର ହେବ ବିଜୁଳି ଉତ୍କଣ୍ଠା, ଆଗେଇ ଆସିଲା ପାୱାରଗ୍ରୀଡ - Odisha

ଫନି ପ୍ରଭାବିତଙ୍କୁ ପଙ୍ଖା ପବନ ଖୁଆଇବ ପାୱାରଗ୍ରୀଡ । ଘରେ ଘରେ ଜଳିବ ବଲବ । ଏଥିଲାଗି ଅତ୍ୟାଧୁନିକ କୌଶଳର ବ୍ୟବହାର କରିବ ପାୱାରଗ୍ରୀଡ ।

ପ୍ରତିକାତ୍ମକ ଫଟୋ
author img

By

Published : May 15, 2019, 4:12 PM IST

ଭୁବନେଶ୍ବର: ବାତ୍ୟା ଫନି ଚାଲିଯିବାର 13 ଦିନ ପରେ ବି ଅନ୍ଧାରରେ ପ୍ରଭାବିତ ଅଞ୍ଚଳ । ବିନା ଲାଇଟ ଓ ଫ୍ୟାନରେ ଦିନ କାଟୁଛନ୍ତି ବାତ୍ୟା ବିପନ୍ନ । ଶକ୍ତିବିଭାଗର ବହୁ ଚେଷ୍ଟା ସତ୍ତ୍ବେ 12 ତାରିଖ ସୁଦ୍ଧା ରାଜଧାନୀରେ ଶତ ପ୍ରତିଶତ ବିଦ୍ୟୁତକରଣ ହୋଇନାହିଁ । ଆଉ ପୁରୀ କଥା ତ ନ କହିବା ଭଲ । ବିଦ୍ୟୁତ ପାଇଁ ଆହୁରୀ ମାସେ ସମୟ ଲାଗିବ ନେଇ ପୂର୍ବରୁ କହିସାରିଛନ୍ତି ଖୋଦ ବିଭାଗୀୟ ସଚିବ । ଏପରି ସ୍ଥିତିରେ ସାହାଯ୍ୟ ପାଇଁ ଆଗେଇଆସିଛି ପାୱାରଗ୍ରୀଡ ।

ମଙ୍ଗଳବାର ପାୱାରଗ୍ରିଡ କର୍ପୋରେସନ ଅଫ ଇଣ୍ଡିଆ ଲିମିଟେଡ ପକ୍ଷରୁ କୁହାଯାଇଛି ଯେ, ଓଡିଶାରେ ବିଦ୍ୟୁତ ସେବା ସ୍ବାଭାବିକ କରିବାକୁ ସମସ୍ତ ପ୍ରକାର ସହାୟକ କରାଯିବ । ଜରୁରୀକାଳୀନ ପୁନଃ ଅବସ୍ଥାପନ ପ୍ରଣାଳୀ (ERS), ସ୍ବିଫ୍ଟ ଅପରେସନ ପ୍ରବନ୍ଧନ ଭଳି ଅତ୍ୟାଧୁନିକ କୌଶଳର ଉପଯୋଗ କରି ଶୀଘ୍ର ବିଦ୍ୟୁତକରଣ କରାଯିବ । ଏଥିଯୋଗୁଁ ବିଭିନ୍ନ ରାଜ୍ୟର ଭିନ୍ନ ଭିନ୍ନ ସ୍ଥାନରେ ଦିନରାତି 24 ଘଣ୍ଟିଆ କଣ୍ଟ୍ରୋଲ ରୁମର ବ୍ୟବସ୍ଥା ହୋଇଛି ।

ଗତ 3 ତାରିଖରେ ପ୍ରଳୟଙ୍କାରୀ ବାତ୍ୟା ଫନି ମାଡରେ କ୍ଷତିଗ୍ରସ୍ତ ଅଞ୍ଚଳର ସମ୍ପୂର୍ଣ୍ଣ ବିଦ୍ୟୁତ ଭିତ୍ତିଭୂମି ଭୁଶୁଡି ପଡିଛି । ବହୁ ବିଜୁଳି ଖୁଣ୍ଟ ,ତାର, ଟ୍ରାନ୍ସଫର୍ମର, ଟାୱାର ଆଦି ମାଟିରେ ଲୋଟି ପଡିଛି । ଏଥିଯୋଗୁଁ ବିଦ୍ୟୁତ ବିଭାଗର କୋଟି କୋଟି ଟଙ୍କା କ୍ଷତି ମଧ୍ୟ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

fghfg

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.