ETV Bharat / business

ସୁଧୁରୁଛି ସ୍ଥିତି, ବଢୁଛି ବିଦ୍ୟୁତ ଚାହିଦା - Power consumption grows

ଭାରତରେ ପାୱାର କଞ୍ଜମ୍ପସନ ( ବିଦ୍ୟୁତ ଉପଯୋଗ) ଗତ ବର୍ଷ ଜୁନ ତୁଳନାରେ ଏବର୍ଷ 10 ପ୍ରତିଶତ ବଢିଛି । ଗତ ମାସରେ ବିଦ୍ୟୁତ ଉପଯୋଗ 115.39 ବିଲିୟନ ୟୁନିଟ ରହିଛି । ଅଧିକ ପଢନ୍ତୁ..

ସୁଧୁରୁଛି ସ୍ଥିତି,  ବଢୁଛି ବିଦ୍ୟୁତ ଚାହିଦା
ସୁଧୁରୁଛି ସ୍ଥିତି, ବଢୁଛି ବିଦ୍ୟୁତ ଚାହିଦା
author img

By

Published : Jul 1, 2021, 5:28 PM IST

ନୂଆଦିଲ୍ଲୀ: ଦେଶରେ ବଢିଛି ବିଦ୍ୟୁତ ଚାହିଦା । ଭାରତରେ ପାୱାର କଞ୍ଜମ୍ପସନ ( ବିଦ୍ୟୁତ ଉପଯୋଗ) ଗତ ବର୍ଷ ଜୁନ ତୁଳନାରେ ଏବର୍ଷ 10 ପ୍ରତିଶତ ବଢିଛି । ଗତ ମାସରେ ବିଦ୍ୟୁତ ଉପଯୋଗ 115.39 ବିଲିୟନ ୟୁନିଟ ରହିଛି । ତେବେ କୋଭିଡ-19 ସ୍ତର ଠାରୁ ଏବେ ବି ବିଦ୍ୟୁତ ବ୍ୟବହାର କମ ରହିଛି । ବିଦ୍ୟୁତ ମନ୍ତ୍ରାଳୟ ଏ ନେଇ ସୂଚନା ଦେଇଛି ।

ବିଦ୍ୟୁତ ମନ୍ତ୍ରାଳୟ ଅନୁସାରେ ଦେଶରେ ବିଦ୍ୟୁତ କଞ୍ଜମ୍ପସନ 2020 ଜୁନରେ କୋଭିଡ ଯୋଗୁଁ ଲାଗୁ କଡା କଟକଣା କାରଣରୁ ହ୍ରାସ ହୋଇ 105.08 ଅରବ ୟୁନିଟ ରହିଥିଲା । ସୁଧାର ପରେ ବି 2021 ଜୁନରେ ବିଦ୍ୟୁତ କଞ୍ଜମ୍ପସନ 2019 ଜୁନରେ 117.98 ଅରବ ୟୁନିଟ ତୁଳନାରେ କମ ଅଛି ।

ମାସିକ ଆଧାରରେ ଜୁନ ମାସରେ ବିଦ୍ୟୁତ କଞ୍ଜମ୍ପସନ ମେ’ ର 110.17 ବିଲିୟନ ୟୁନିଟ ତୁଳନାରେ ଜୁନରେ 4.7 ପ୍ରତିଶତ ବଢିଛି । ବିଶେଷଜ୍ଞଙ୍କ ଅନୁସାରେ ଏ ବର୍ଷ ବିଦ୍ୟୁତ ଚାହିଦା ଓ କଞ୍ଜମ୍ପସନରେ ସୁଧାର ଆଶା ଠାରୁ ଭଲ ରହିଛି । ସେ କହିଛନ୍ତି କି ଯଦି କୋଭିଡର ନୂଆ ମାମଲାରେ ହ୍ରାସ ଓ ପ୍ରତିବନ୍ଧକ କୋହଳ ଯୋଗୁଁ ବିଦ୍ୟୁତର ବାଣିଜ୍ୟିକ ଓ ଔଦ୍ୟୋଗିକ ଚାହିଦାରେ ଜୁଲାଇ ପରେ ବୃଦ୍ଧି ହୋଇପାରେ । ପୂର୍ବତନ କେନ୍ଦ୍ର ଶକ୍ତି ସଚିବ ଏସ.ଏନ୍ ସହାୟ ଟ୍ବିଟ କରି କହିଛନ୍ତି, ‘‘ ଜୁନ 30 ରେ ବିଦ୍ୟୁତ ଚାହିଦା 191,243 ମେଗାୱାଟ ୟୁନିଟ ସହ 2021 ଜାନୁଆରୀ 31ର 189,644 ମେଗାୱାଟ ୟୁନିଟ ସ୍ତର ପାର କରିଦେଇଛି । ’’

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.