ETV Bharat / business

ପିଏନବି ସ୍କାମ: ଜବତ ହେବ ନିରବଙ୍କ 1400 କୋଟିର ସମ୍ପତ୍ତି - ନୀବର ମୋଦି ମାମଲା

ପିଏନବି ଘୋଟାଲାର ମାଷ୍ଟରମାଇଣ୍ଡ ନିରବ ମୋଦିଙ୍କୁ ଝଟକା । ତାଙ୍କ 1400 କୋଟିର ସମ୍ପତ୍ତି ଜବତ ନେଇ ସ୍ପେଶାଲ କୋର୍ଟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ଦେଇଛନ୍ତି ଅନୁମତି । ଅଧିକ ପଢନ୍ତୁ..

pnb scam
ପିଏନବି ସ୍କାମ: ଜବତ ହେବ ନୀରବ ମୋଦି ସମ୍ପତ୍ତି
author img

By

Published : Jun 9, 2020, 12:59 PM IST

ମୁମ୍ବାଇ: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଠକେଇର ମୁଖ୍ୟ ଅଭିଯୁକ୍ତ ନିରବ ମୋଦିଙ୍କ ମୁଣ୍ଡରେ ଚଡକ । ଜବତ ହେବ ତାଙ୍କର ସମ୍ପତ୍ତି । ଯାହାର ମୂଲ୍ୟ 1400 କୋଟି ଟଙ୍କା ରହିଛି । ପଳାତକ ଆର୍ଥିକ ଅପରାଧୀ ଅଧିନିୟମ (FEOA) ଅନୁଯାୟୀ ମହାରାଷ୍ଟ୍ରର ଏକ ସ୍ବତନ୍ତ୍ର କୋର୍ଟ ଏ ନେଇ ଅନୁମତି ଦେଇଛନ୍ତି ।

ଏହି ନିର୍ଦ୍ଦେଶ ବିରୋଧରେ ଆବେଦନ ପାଇଁ ନିରବଙ୍କ ପାଖରେ ୩୦ ଦିନର ସମୟ ରହିଛି। ଯଦି ଏହି ସମୟରେ ସେ ଆବେଦନ ନ କରନ୍ତି ତେବେ ଇଡି ଓ ଆୟକର ବିଭାଗ ତାଙ୍କ ସମ୍ପତ୍ତିକୁ ଜବତ କରିବେ।

ଯେଉଁ ସବୁ ସମ୍ପତ୍ତି ପିଏନବିରେ ବନ୍ଧା ନାହିଁ ସେସବୁ ଜବତ ନେଇ ସ୍ୱତନ୍ତ୍ର କୋର୍ଟର ବିଚାରପତି ଭି.ସି ବାରଡେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)କୁ ନିର୍ଦ୍ଦେଶ ଦେଇଛନ୍ତି । FEOA କାର୍ଯ୍ୟକାରୀ ହେବାର ଦୁଇ ବର୍ଷ ପରେ, ଦେଶରେ ଏହା ହେଉଛି ପ୍ରଥମ ଘଟଣା ଯେତେବେଳେ ଏହି ଆଇନ ଅନୁଯାୟୀ କାହାର ସମ୍ପତ୍ତି ଜବତ ନେଇ ନିର୍ଦ୍ଦେଶ ଦିଆଯାଇଛି ।

ଏହି ଆଦେଶ ପରେ, କେନ୍ଦ୍ର ସରକାର FEOAର ଧାରା 12 (2) ଏବଂ ର 8 ଅଧୀନରେ ସମ୍ପତ୍ତିଗୁଡିକୁ ଜବତ କରିପାରିବେ । 2018ରେ ନିରବ ମୋଦିଙ୍କ ସମ୍ପତ୍ତି ଜବତ ନେଇ ଇଡି ଅଦାଲତରେ ଅନୁମତି ଲୋଡିଥିଲା ।

ନିରବ ମୋଦି (49) ବର୍ତ୍ତମାନ ବ୍ରିଟେନର ଏକ ଜେଲରେ ଅଛନ୍ତି। ମାର୍ଚ୍ଚ 2019 ରେ ନିରବଙ୍କୁ ଲଣ୍ଡନରେ ଗିରଫ କରାଯାଇଥିଲା। ତାଙ୍କ ବିରୋଧରେ ଭାରତ ସେଠାରେ ଥିବା କୋର୍ଟରେ ପ୍ରତ୍ୟାର୍ପଣର ଆଇନ ଲଢେଇ କରୁଛି । ପ୍ରକାଶ ଯେ, 2018 ଜାନୁଆରୀରେ ନିରବ ବିଦେଶ ଫେରାର ହୋଇଯାଇଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.