ETV Bharat / business

ମନି ଲଣ୍ଡ୍ରିଂ ମାମଲା: ଚନ୍ଦା କୋଚ୍ଚରଙ୍କୁ ଜାମିନ

author img

By

Published : Feb 12, 2021, 3:58 PM IST

ଭିଡିଓକନ-ଆଇସିଆଇସିଆଇ ଋଣ ଜାଲିଆତି ମାମଲାରେ ଚନ୍ଦା କୋଚ୍ଚରଙ୍କୁ ଆଶ୍ବସ୍ତି । ଚନ୍ଦା କୋଚ୍ଚରଙ୍କୁ ଶୁକ୍ରବାର ସ୍ବତନ୍ତ୍ର ପିଏମଏଲଏ ଅଦାଲତ ଜାମିନ ଦେଇଛି ।

PMLA case: Ex-ICICI Bank CEO Chanda Kochhar granted bail

ମୁମ୍ବାଇ: ଚନ୍ଦା କୋଚ୍ଚରଙ୍କୁ ମିଳିଲା ଜାମିନ। ଭିଡିଓକନ-ଆଇସିଆଇସିଆଇ ଋଣ ଜାଲିଆତି ମାମଲାରେ ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ସିଇଓ ତଥା ଏମଡି ଚନ୍ଦା କୋଚ୍ଚରଙ୍କୁ ଶୁକ୍ରବାର ସ୍ବତନ୍ତ୍ର ପିଏମଏଲଏ ଅଦାଲତ ଜାମିନ ଦେଇଛି ।

ଟଙ୍କା ହେରଫେର ନିରୋଧ ଆଇନ (ପିଏମଏଲଏ)ର ସ୍ବତନ୍ତ୍ର ଅଦାଲତ ଜାନୁଆରୀ 30 ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚାର୍ଜସିଟ୍ ଜାଣିବା ପରେ ଚନ୍ଦା କୋଚ୍ଚର, ତାଙ୍କ ସ୍ବାମୀ ଦୀପକ କୋଚ୍ଚର, ଭିଡିଓକନ୍ ଗ୍ରୁପ୍ ବେଣୁଗୋପାଲ ଧୂତ ଏବଂ ଏହି ମାମଲାରେ ଅନ୍ୟ ଅଭିଯୁକ୍ତଙ୍କୁ ଡକାଯାଇଥିଲା ।

ଚନ୍ଦା କୋଚ୍ଚର ତାଙ୍କ ଓକିଲ ବିଜୟ ଅଗ୍ରୱାଲଙ୍କ ଜରିଆରେ ସ୍ବତନ୍ତ୍ର ବିଚାରପତି ଏ ଏ ନନ୍ଦଗାୱକରଙ୍କ ନିକଟରେ ଜାମିନ ଆବେଦନ କରିଥିଲେ । ପାଞ୍ଚ ଲକ୍ଷ ଟଙ୍କାର ବେଲବଣ୍ଡ ସର୍ତ୍ତରେ କୋର୍ଟ ଜାମିନ ଦେବାକୁ ଅନୁମତି ଦେଇଛନ୍ତି ।

କୋଚ୍ଚର, ଧୂତ ଓ ଅନ୍ୟ ବିରୋଧରେ ସିବିଆଇ ଦ୍ବାରା ଦାଏର ଏକ ଏଫଆଇଆର ଆଧାରରେ ମନି ଲଣ୍ଡ୍ରିଂ ମାମଲା ରୁଜୁ କରିବା ପରେ ଇଡି 2020 ସେପ୍ଟେମ୍ବରରେ ଦୀପକ କୋଚ୍ଚରଙ୍କୁ ଗିରଫ କରିଛି । ଇଡି ଅଭିଯୋଗ କରିଛି ଯେ ଚନ୍ଦା କୋଚ୍ଚରଙ୍କ ନେତୃତ୍ବରେ ଆଇସିଆଇସିଆଇ ବ୍ୟାଙ୍କର ଏକ କମିଟି ଭିଡିଓକନ୍ ଇଣ୍ଟରନ୍ୟାସନାଲ ଇଲେକ୍ଟ୍ରୋନିକ୍ସ ଲିମିଟେଡକୁ 300 କୋଟି ଟଙ୍କା ଋଣ ମଞ୍ଜୁର କରିଛି। ଏବଂ ଋଣ ଜାରି ପରଦିନ 20209 ସେପ୍ଟେମ୍ବର 8 ରେ ଭିଡିଓକନ ଇଣ୍ଡଷ୍ଟ୍ରିଜ 64 କୋଟି ଟଙ୍କା ନ୍ୟୁପାୱର ରିନ୍ୟୁଏବଲ ପ୍ରାଇଭେଟ ଲିମିଟେଡ (NRPL) କୁ ହସ୍ତାନ୍ତରିତ କରିଛି । NRPL ମାଲିକ ଦୀପକ କୋଚ୍ଚର ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.