ETV Bharat / business

କାଲି କୃଷି-ଇନଫ୍ରା ଫଣ୍ଡ ଲଞ୍ଚ କରିବେ ମୋଦି, ପିଏମ କିଶାନ ପାଇଁ ଜାରି ହେବ 1700 କୋଟି

author img

By

Published : Aug 8, 2020, 9:25 PM IST

ରବିବାର ପ୍ରଧାନମନ୍ତ୍ରୀ କୃଷି ଭିତ୍ତିଭୂମି ଆର୍ଥିକ ପାଣ୍ଠିରର ଉଦଘାଟନ କରିବେ । ଏହା ବ୍ୟତିତ 8.5 କୋଟି ଚାଷୀଙ୍କୁ ମିଳିବ ଷଷ୍ଠ କିସ୍ତିର ଟଙ୍କା । ଏଥିପାଇଁ 1700 କୋଟି ଟଙ୍କା ଜାରି ହେବ ।

PM to launch agri-infra fund tomorrow
PM to launch agri-infra fund tomorrow

ନୂଆଦିଲ୍ଲୀ: ରବିବାର ସକାଳ 11 ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସିଂ ମାଧ୍ୟମରେ 1 ଲକ୍ଷ କୋଟି ଟଙ୍କାର କୃଷି ଭିତ୍ତିଭୂମି ଆର୍ଥିକ ପାଣ୍ଠିରର ଉଦଘାଟନ କରିବେ । ଏହା ବ୍ୟତିତ ସେ ପିଏମ କିଶାନ ସମ୍ମାନ ଯୋଜନାର ଷଷ୍ଠ କିସ୍ତି ପାଇଁ 1700 କୋଟି ଟଙ୍କାର ଫଣ୍ଡ ଜାରି କରିବେ । ଏହି ଯୋଜନାରେ ଦେଶର ମୋଟ 8.5 କୋଟି କୃଷକ ଉପକୃତ ହେଉଛନ୍ତି ।

କୃଷି ଭିତ୍ତିଭୂମି ପ୍ରସ୍ତୁତ କରାଯିବ

କେନ୍ଦ୍ର କ୍ୟାବିନେଟ କୃଷି ଭିତ୍ତିଭୂମି ଫଣ୍ଡ ପାଇଁ 1 ଲକ୍ଷ କୋଟି ଟଙ୍କା ଅନୁମୋଦନ କରିଛି । ଏହି ପଣ୍ଡକୁ ବ୍ୟବହାର ଫସଲ ଅମଳ ହେବା ପରେ କୃଷି ସମ୍ବନ୍ଧୀତ ଭିତ୍ତିଭୂମି ପରିଚାଳନା ପାଇଁ କରାଯିବ । ଏହା ସାହାଯ୍ୟରେ କୃଷକଙ୍କ ପାଇଁ ଶୀତଳ ଭଣ୍ଡାର ହେବ , କଲେକ୍ସନ ସେଣ୍ଟର, ଗୋଦାମ ଗୃହ ନିର୍ମାଣ, ସର୍ଟିଂ ଏବଂ ପ୍ୟାକିଂ ୟୁନିଟ୍ ପାଇଁ ଇ-ମାର୍କେଟିଂ ସେଣ୍ଟର ଆଦି ତିଆରି ହେବ ।

ଏହା ସହଯୋଗରେ କୃଷକଙ୍କୁ ସେମାନଙ୍କ ଫସଲ ପାଇଁ ଅଧିକ ଟଙ୍କା ମିଳିବ । ଫଳରେ ସେମାନଙ୍କ ଆୟ ବୃଦ୍ଧି ହେବ । ଚାଷୀଙ୍କ ଆୟ ଦ୍ବିଗୁଣା କରିବା ନେଇ ସରକାର ଦେଇଥିବା ପ୍ରତିଶ୍ରୁତି ଉପରେ ଜୋରଦାର ପ୍ରସ୍ତୁତି କରୁଛନ୍ତି ।

1 ଲକ୍ଷ କୋଟି ଟଙ୍କାର ଫଣ୍ଡ ଅଲଗା ଅଳଗା ଫାଇନାନ୍ସିଂ ଇଣ୍ଟିଟ୍ୟୁସନ ସହାୟତାରେ ଏକତ୍ର କରାଯିବ । 12 ଟିରୁ 11 ଟି ପବ୍ଲିକ ସେକ୍ଟର ବ୍ୟାଙ୍କ ପୂର୍ବରୁ ହିଁ ଏମଓୟୁ ସ୍ବାକ୍ଷର କରିସାରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.