ETV Bharat / business

ବେପାରୀଙ୍କୁ ମୋଦିଙ୍କ ବମ୍ପର ଅଫର, 10 ଲକ୍ଷ ଟଙ୍କାର ବୀମା ରାଶି ସହ ମିଳିବ କ୍ରେଡିଟ କାର୍ଡ - insurance

ଜିଏସଟି(ଦ୍ରବ୍ୟ ଓ ସେବା କର) ପଞ୍ଜିକୃତ ସମସ୍ତ ବ୍ୟବସାୟୀଙ୍କୁ ମିଳିବ 10 ଲକ୍ଷ ଟଙ୍କାର ଦୁର୍ଘଟଣା ବୀମା । ଏଥିସହ ଏହି ସବୁ ବ୍ୟବସାୟୀଙ୍କୁ ‘ବେପାରୀ କ୍ରେଡିଟ କାର୍ଡ’ ମଧ୍ୟ ଦିଆଯିବ ।

ପ୍ରତିକାତ୍ମକ ଫଟୋ
author img

By

Published : Apr 20, 2019, 6:23 PM IST

ନୂଆଦିଲ୍ଲୀ: ଜିଏସଟି(ଦ୍ରବ୍ୟ ଓ ସେବା କର) ପଞ୍ଜିକୃତ ସମସ୍ତ ବ୍ୟବସାୟୀଙ୍କୁ ମିଳିବ 10 ଲକ୍ଷ ଟଙ୍କାର ଦୁର୍ଘଟଣା ବୀମା । କୃଷକଙ୍କ କ୍ରେଡିଟ କାର୍ଡ ଯୋଜନା ଭଳି ଏହି ସବୁ ବ୍ୟବସାୟୀଙ୍କ ପାଇଁ ‘ବେପାରୀ କ୍ରେଡିଟ କାର୍ଡ’ ମଧ୍ୟ ରହିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏ ନେଇ ତାଲକୋରା ଷ୍ଟାଡିୟମରେ ଆୟୋଜିତ ବେପାରୀ ସମ୍ମିଳନୀରେ ଘୋଷଣା କରିଛନ୍ତି ।

ଯେଉଁ ବ୍ୟବସାୟୀ ଜିଏସଟି ଅନ୍ତଭୁକ୍ତ ଥିବେ, ସମୟ ଅନୁଯାୟୀ ରିଟର୍ଣ୍ଣ ଭରୁଥିବେ। ସେମାନଙ୍କୁ ବୀମା ସୁବିଧା ଉପଲବ୍ଧ ହେବ । ଏଥିସହ ଚାଷୀଙ୍କୁ ଯେପରି କିଶାନ କାର୍ଡ ଦ୍ବାରା ଲୋନ ମିଳିଥାଏ, ସେହିପରି ଭାବେ ବେପାରୀଙ୍କୁ ମଧ୍ୟ ଲୋନ ମିଳିବ । ଗତ 5 ବର୍ଷ ଧରି ବେପାରୀଙ୍କ ଉନ୍ନତ ଭବିଷ୍ୟତ କାମନା କରି ସେମାନଙ୍କ ଉଦ୍ଦେଶ୍ୟରେ ଉନ୍ନୟନମୂଳକ ସଂସ୍କାର ଆମ ପ୍ରୟାସ ବୋଲି ମୋଦି କହିଛନ୍ତି ।

ମୋଦି କହିଛନ୍ତି ଯେ, ଏକକ ରାଷ୍ଟ୍ର ଓ ଏକକ କର ବ୍ୟବସ୍ଥା ଲାଗୁ ହେବା ପରେ ପଞ୍ଜିକୃତ ବେପାରୀଙ୍କ ସଂଖ୍ୟା 2ଗୁଣା ହୋଇଯାଇଛି । ‘ଆପଣ ଜନତାଙ୍କ ସେବା କରୁଛନ୍ତି । ମୁଁ ଆପଣ ସମସ୍ତ ବେପାରୀଙ୍କ ପରିଶ୍ରମରେ ପ୍ରଭାବିତ। ବେପାରୀମାନେ ସବୁ ଦିଗକୁ ଦେଖିବାକୁ ଗଲେ ଜଣେ ଜଣେ ପାଣିପାଗ ବିଶେଷଜ୍ଞ । ଯେଉଁମାନେ କି କେବଳ ଭବିଷ୍ୟ ଭାବିଥାନ୍ତି ଓ ଆଗାମୀ ଦିନରେ କଣ ହେବ ସେ ନେଇ ପୂର୍ବରୁ ସତର୍କ ରୁହନ୍ତି । ’

ତେବେ ଏହି ସଭାରେ ମୋଦି କଂଗ୍ରେସ ଉପରେ ବର୍ଷିଛନ୍ତି । ଯାହା ବି ସମସ୍ୟା ହେଉଛି , ସେଥିପାଇଁ ବେପାରୀମାନେ ଦାୟୀ ବୋଲି କଂଗ୍ରେସ ଭାବିଥାଏ । ଆଉ ସେଇ କଂଗ୍ରେସ ଯୋଗୁଁ ମହଙ୍ଗା ବଢୁଛି । ହେଲେ କୁହାଯାଉଛି ବେପାରୀଙ୍କ ଯୋଗୁଁ ଦରଦାମ ବୃଦ୍ଧି ପାଉଛି ।

see the attachment
visual and deferred interview with voters by MOJO
tirthabashi panda 
subarnapur 

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.