ETV Bharat / business

ଆରମ୍ଭ ହେବ ଗରିବ କଲ୍ୟାଣ ରୋଜଗାର ଅଭିଯାନ, ସାମିଲ ଅଛି ଓଡିଶା - ଓଡିଶାରେ ପ୍ରବାସୀଙ୍କୁ କାମ

ପ୍ରବାସୀ ଶ୍ରମିକଙ୍କୁ ରୋଜଗାର ମୁହାଁ କରିବା ପାଇଁ ଗରିବ କଲ୍ୟାଣ ରୋଜଗାର ଅଭିଯାନ ଆରମ୍ଭ ହେବ ଏଥିରେ ସାମିଲ ରହିଥିବା 6ଟି ଜିଲ୍ଲା ମଧ୍ୟରେ ଓଡିଶା ମଧ୍ୟ ରହିଛି । ଅଧିକ ପଢନ୍ତୁ..

Garib Kalyan Rojgar Abhiyaan
ଆରମ୍ଭ ହେବ ଗରିବ କଲ୍ୟାଣ ରୋଜଗାର ଅଭିଯାନ, ସାମିଲ ଅଛି ଓଡିଶା
author img

By

Published : Jun 18, 2020, 2:01 PM IST

ନୂଆଦିଲ୍ଲୀ: ଲକଡାଉନରେ ମଧ୍ୟରେ ଘର ବାହୁଡିଥିବା ପ୍ରବାସୀ ଶ୍ରମିକଙ୍କୁ ସଶକ୍ତ ତଥା ରୋଜଗାରମୁହାଁ କରିବା ପାଇଁ ଚାଲିଛି ପ୍ରସ୍ତୁତି । ଏଥିପାଇଁ ଶନିବାର ଏକ ବଡ ଗ୍ରାମୀଣ ଲୋକ କାର୍ଯ୍ୟ ଯୋଜନା ‘ ଗରିବ କଲ୍ୟାଣ ରୋଜଗାର ଅଭିଯାନ’ର ଶୁଭରାମ୍ଭ କରିବେ ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି ।

ଜଣେ ଅଧିକାରୀଙ୍କ ବିବୃତ୍ତିରେ ଗୁରୁବାର କୁହାଯାଇଛି କି, ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଓ ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦିଙ୍କ ଉପସ୍ଥିତିରେ ଭିଡିଓ କନଫରେନ୍ସିଂ ଜରିଆରେ ଜୁନ 20ରେ ପିଏମ ଏହି ଅଭିଯାନର ଶୁଭାରମ୍ଭ କରିବେ । ଏହି ଯୋଜନାର ଡିଜିଟାଲ ଶୁଭାରମ୍ଭରେ ଅନ୍ୟ 5 ରାଜ୍ୟର ମୁଖ୍ୟମନ୍ତ୍ରୀ ଓ କିଛି କେନ୍ଦ୍ର ମନ୍ତ୍ରୀ ମଧ୍ୟ ଭାଗ ନେବେ ।

ଏହା ବିହାରର ଖଗଡିଆ ଜିଲ୍ଲାର ବେଲଦର ପ୍ରଖଣ୍ଡର ତେଲିହର ଗାଁରୁ ଆରମ୍ଭ କରାଯିବ ।

ବିବୃତ୍ତିରେ କୁହାଯାଇଛି କି, ବିହାର, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ, ଝାଡଖଣ୍ଡ ଏବଂ ଓଡିଶାର ମୋଟ 116 ଜିଲ୍ଲାରେ 25,000 ରୁ ଅଧିକ ପ୍ରବାସୀ ଶ୍ରମିକଙ୍କୁ ଏହି ଅଭିଯାନ ପାଇଁ ଚୟନ କରାଯାଇଛି । ଯେଉଁଥିରେ 27 ଜିଲ୍ଲା ସାମିଲ ରହିଛି । ଏହି ଜିଲ୍ଲାର ପାଖାପାଖୀ ଦୁଇ-ତୃତୀୟାଂଶ ପ୍ରବାସୀ ଶ୍ରମିକଙ୍କୁ ସାମିଲ ନେଇ ଅନୁମାନ ରହିଛି ।

ଏହି ଅଭିଯାନ 125 ଦିନର ରହିଛି । ଯେଉଁଥିରେ ପ୍ରବାସୀ ଶ୍ରମିକଙ୍କୁ ରୋଜଗାର ମୁହାଁ କରିବା ସହ ଦେଶର ଗ୍ରାମାଞ୍ଚଳରେ ଭିତ୍ତିଭୂମି ସଂରଞ୍ଚନାକୁ ମଜବୁତ କରିବା ପାଇଁ 25 ପ୍ରକାର ବିଭିନ୍ନ କାମରେ ଧ୍ୟାନ କେନ୍ଦ୍ରୀତ କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.