ETV Bharat / business

କୋଭିଡ ଟୀକାକରଣ: ପ୍ରଥମ ପର୍ଯ୍ୟୟର 80 % ପ୍ରତିଶତ ଖର୍ଚ୍ଚ PM-CARESରୁ ଆସିଛି - ପିଏମ କେୟାର୍ସ ଫଣ୍ଡ

ଟୀକାକରଣ ଅଭିଯାନର ପ୍ରଥମ ପର୍ଯ୍ୟାୟରେ ପିଏମ କେୟାର୍ସ ଫଣ୍ଡ 2,200 କୋଟି ଟଙ୍କା ଦେଇଛି । ଯାହାକି ଟୀକାକରଣର ପ୍ରଥମ ପର୍ଯ୍ୟାୟ ଖର୍ଚ୍ଚର 80 ପ୍ରତିଶତରୁ ଅଧିକ ଅଟେ । ବ୍ୟୟ ସଚିବ ମଙ୍ଗଳବାର ଏ ନେଇ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ..

କୋଭିଡ ଟୀକାକରଣ:  ପ୍ରଥମ ପର୍ଯ୍ୟୟର 80 % ପ୍ରତିଶତ ଖର୍ଚ୍ଚ PM-CARESରୁ ଆସିଛି

author img

By

Published : Feb 3, 2021, 6:34 AM IST

ନୂଆଦିଲ୍ଲୀ: ଟୀକାକରଣ ଅଭିଯାନର ପ୍ରଥମ ପର୍ଯ୍ୟାୟରେ ପିଏମ କେୟାର୍ସ ଫଣ୍ଡ 2,200 କୋଟି ଟଙ୍କା ଦେଇଛି । ଯାହାକି ଟୀକାକରଣର ପ୍ରଥମ ପର୍ଯ୍ୟାୟ ଖର୍ଚ୍ଚର 80 ପ୍ରତିଶତରୁ ଅଧିକ ଅଟେ । ବ୍ୟୟ ସଚିବ ମଙ୍ଗଳବାର ଏ ନେଇ ସୂଚନା ଦେଇଛନ୍ତି ।

ଜରୁରୀ ପରିସ୍ଥିତିରେ ନାଗରକଙ୍କ ସହାୟତା ଓ ରିଲିଫ ପାଇଁ ପ୍ରଧାନମନ୍ତ୍ରୀ କୋଷ (ପିଏମ କେୟାର୍ସ) ପାଣ୍ଠି କୋରୋନା ମହାମାରୀ ମଧ୍ୟରେ 2020 ମାର୍ଚ୍ଚରେ ସ୍ଥାପନା କରାଯାଇଥିଲା । ସାଧାରଣ ଲୋକଙ୍କ ଠାରୁ କମ୍ପାନୀ ଆଦି ସମସ୍ତେ ସ୍ବେଚ୍ଛାକୃତ ଭାବେ ଏହି ଫାଣ୍ଠିକୁ ନିଜ ଯୋଗଦାନ ଦେଇଛିଲେ । ତେବେ ଏହି ଫଣ୍ଡ କେତେ ଟଙ୍କା ସଂଗ୍ରହ କରିଛି ସେ ନେଇ ସୂଚନା ଦିଆଯାଇନି । କିନ୍ତୁ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଏହି କୋଷର ପରିଚାଳନା କରୁଥିବା ଲୋକଙ୍କ କହିବା ଅନୁସାରେ ଏହି କୋଷ ଦ୍ବାରା ମହାମାରୀରେ ପ୍ରଭାବିତ ସେକ୍ଟରର ସହଯୋଗ କରାଯାଉଛି ।

ଚଳିତ ଆର୍ଥିକ ବର୍ଷର ବଜେଟ ମହାମାରୀ ପୂର୍ବରୁ ଆଗତ କରାଯାଇଥିଲା । ଆଉ ସେଥିରେ ଟୀକାକରଣ ପାଇଁ କୌଣସି ଅଲଗା ଆବଣ୍ଟନ ନାହିଁ । ଏଭଳି ସ୍ଥିତିରେ ଜାନୁଆରୀରୁ ମାର୍ଚ୍ଚ ମଧ୍ୟରେ ଟୀକାକରଣର 82 ପ୍ରତିଶତରୁ ଅଧିକ ଖର୍ଚ୍ଚ ପିଏମ କେୟାର୍ସ ଫଣ୍ଡ ଦ୍ବାରା ବହନ କରାଯାଉଛି ।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆସନ୍ତା ଆର୍ଥିକ ବର୍ଷର ବଜେଟରେ କୋଭିଡ ଟୀକାକରଣ ପାଇଁ 35 ହଜାର କୋଟି ଟଙ୍କା ନିର୍ଦ୍ଧାରିତ କରିଛନ୍ତି । ବ୍ୟୟ ସଚିବ ଟି ଭି ସୋମନାଥନ ଏକ ସାକ୍ଷାତକାରରେ କହିଛନ୍ତି କି ଚଳିତ ଆର୍ଥିକ ବର୍ଷରେ ଅଗ୍ରଣୀ ଦିଗ ତଥା ସ୍ବାସ୍ଥ୍ୟ ସେବାଙ୍କ କର୍ମୀଙ୍କ ଟୀକାକକରଣ ପାଇଁ ହେଉଥିବା ବ୍ୟୟ ସବୁ କେନ୍ଦ୍ର ସରକାର ବହନ କରୁଛନ୍ତି । ଏହି ଟଙ୍କା ପିଏମ କେୟାର୍ସ କୋଷ ଓ ସ୍ବାସ୍ଥ୍ୟ ମନ୍ତ୍ରାଳୟରୁ ଆସୁଛି ।

ସେ କହିଛନ୍ତି, ଜାନୁଆରୀ-ମାର୍ଚ୍ଚ ପାଇଁ ଟୀକାକରଣର ଖର୍ଚ୍ଚ ପ୍ରାୟ 2700 କୋଟି ଟଙ୍କା ହେବ ବୋଲି ଆଶା କରାଯାଉଛି । ଏହାର ଏକ ଅଂଶ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟରୁ ଆସୁଛି ଏବଂ ଆଉ କିଛି ଅଂଶ ପିଏମ କେୟାର ପାଣ୍ଠିରୁ ପ୍ରଦାନ କରାଯାଇଛି । ତିନି କୋଟି ଲୋକଙ୍କୁ ଟୀକାକରଣର ଏହା ପ୍ରଥମ ପର୍ଯ୍ୟାୟ ପାଇଁ ରହିଛି । ଏହି ରାଉଣ୍ଡର ସମ୍ପୂର୍ଣ୍ଣ ଖର୍ଚ୍ଚ କେନ୍ଦ୍ର ସରକାର ବହନ କରିବେ ବୋଲି ସଚିବ କହିଛନ୍ତି। ଟୀକାକରଣର ଜରୁରୀକାଳୀନ ଖର୍ଚ୍ଚ ପାଇଁ ଆମେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟକୁ ଅତିରିକ୍ତ ପାଣ୍ଠି ଯୋଗାଯାଇଛି । ତିନି କୋଟି ବ୍ୟାଚ ଟୀକାକରଣ ପାଇଁ ଆମେ 480 କୋଟି ଟଙ୍କା ଅତିରିକ୍ତ ଆବଣ୍ଟନ କରିଛୁ । ଅବଶିଷ୍ଟ 2,220 କୋଟି ଟଙ୍କା ପିଏମ କେୟାର୍ସ ପାଣ୍ଠିରୁ ଆସିବ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.