ETV Bharat / business

ଚାକିରୀ ବଞ୍ଚାଇବାକୁ ପିଏମଙ୍କୁ ଅପିଲ କଲେ ଜେଟ ପାଇଲଟ - job

ଚାକିରୀ ବଞ୍ଚାଇବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅପିଲ କଲେ ଜେଟ ଏୟାରୱେଜ ପାଇଲଟ ସଂଘ। ଏଥିସହ କମ୍ପାନୀର ଆର୍ଥିକ ସଙ୍କଟ ଦୂର ପାଇଁ ଷ୍ଟେଟ ବ୍ୟାଙ୍କକୁ 1500 କୋଟି ଟଙ୍କାର ଆର୍ଥିକ ସହାୟତା ଲୋଡିଛନ୍ତି ।

ପ୍ରତିକାତ୍ମକ ଫଟୋ
author img

By

Published : Apr 15, 2019, 8:27 PM IST

ନୂଆଦିଲ୍ଲୀ: ଚାକିରୀ ବଞ୍ଚାଇବାକୁ ପ୍ରଧାନମନ୍ତ୍ରୀଙ୍କୁ ଅପିଲ କଲେ ଜେଟ ଏୟାରୱେଜ ପାଇଲଟ ସଂଘ। ଏଥିସହ କମ୍ପାନୀର ଆର୍ଥିକ ସଙ୍କଟ ଦୂର ପାଇଁ ଷ୍ଟେଟ ବ୍ୟାଙ୍କକୁ 1500 କୋଟି ଟଙ୍କାର ଆର୍ଥିକ ସହାୟତା ଲୋଡିଛନ୍ତି।

ଋଣ ବୋଝରେ ବୁଡି ରହିଥିବା ଜେଟ ଏୟାରୱେଜ ଏବେ ବ୍ୟାଙ୍କ ଅଧିନରେ। ପାଖରେ ଟଙ୍କା ନଥିବାରୁ ଇଣ୍ଡିଆନ ଅଏଲ ମଧ୍ୟ ଇନ୍ଧନ ଦେବାକୁ ମନା କରିଦେଇଛି । ଏପରି ପରିସ୍ଥିତିରେ ଏକ ମାତ୍ର ସାହାରା ସରକାର ଓ ଦେଶର ବୃହତ୍ତମ ବ୍ୟାଙ୍କ ଏସବିଆଇ। ଏଣୁ ଆଜି ପାଇଲେଟ ସଂଘ ମୁମ୍ବାଇ ସ୍ଥିତ ଜେଟ ଏୟାରୱେଜର ମୁଖ୍ୟ କାର୍ଯ୍ୟାଳୟରେ ଏକତ୍ରିତ ହୋଇ ଏ ନେଇ ବିଚାର କରିଛନ୍ତି। ଏହା ପରେ ସେମାନେ ବ୍ୟାଙ୍କକୁ 1500 କୋଟି ଟଙ୍କା ଜାରି କରିବାକୁ କହିବା ସହ 20 ହଜାର ପାଇଲଟଙ୍କ ଚାକିରୀକୁ ରକ୍ଷା କରିବାକୁ ପ୍ରାଧାନମନ୍ତ୍ରୀଙ୍କୁ ଅପିଲ କରିଛନ୍ତି।

ବୁଡିବାକୁ ବସିଥିବା ଜେଟ ସ୍ଥିତିକୁ ସୁଧାରିବାକୁ ଅଣ୍ଟା ଭିଡିଲେଣି ସରକାର। ଋଣ ଭାର କମାଇବା ସହ ପାଇଲଟଙ୍କୁ ବକେୟା ଦରମା ଦେବାକୁ ବସୁଛି ଘନ ଘନ ବୈଠକ। ‘ବେତନ ନାହିଁ ତ କାମ ନାହିଁ’ ଏହି ନିଷ୍ପତ୍ତିରୁ ଓହରିଯାଇ ପାଇଲଟ ସଂଘ ନ୍ୟାସନାଲ ଏବିୟଟର୍ସ ଗିଲ୍ଡ (ଏନଏଜୀ) ସେମାବାର କାର୍ଯ୍ୟରେ ଯୋଗ ଦେବାକୁ ହଁ ଭରିଥିଲେ। ତେବେ ଗତ 3 ମାସ ଧରି ସେମାନଙ୍କୁ ଦରମା ମିଳିନଥିବା ନେଇ ଗିଲ୍ଡ ଉପାଧ୍ୟକ୍ଷ ଆଦିମ ବଲିୟାନ ଜଣାଇଛନ୍ତି।

ତେବେ ଏବେ ଯଦି ବ୍ୟାଙ୍କ ଟଙ୍କା ଦିଏ ଓ ସରକାର ଏହି ମାମଲାରେ ହସ୍ତକ୍ଷେପ କରନ୍ତି, ତାହାହେଲେ ପୁଣି ଥରେ ଅଣ୍ଟା ସଳଖି ଉଡିବ ଜେଟ ବିମାନ । ଏଥିସହ ପାଇଲଟ ମଧ୍ଯ ଟଙ୍କା ପାଇପାରିବେ ବୋଲି କୁହାଯାଇଛି ।

Intro:Body:

sad

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.