ETV Bharat / business

ଜିଏସଟି ଲାଗୁ ପରେ 75 ଟଙ୍କା ହେବ ପେଟ୍ରୋଲ, ହେଲେ .. - ପେଟ୍ରୋଲ ଦାମ

କେନ୍ଦ୍ର ଓ ରାଜ୍ୟ ସରକାର ଅଶୋଧିତ ତୈଳର ଉତ୍ପାଦକୁ ଜିଏସଟି ଅଧିନରେ ଆଣିବା ପାଇଁ ଇଚ୍ଛୁକ ନୁହଁନ୍ତି । କାରଣ ପେଟ୍ରୋଲିୟମ ଉତ୍ପାଦ ଉପରେ ବିକ୍ରି କର, ଭାଟ ଆଦି ଲଗାଇବା ସେମାନଙ୍କ ପାଇଁ କର ରାଜସ୍ବ ଏକତ୍ରର ପ୍ରମୁଖ ଉତ୍ସ । ଅଧିକ ପଢନ୍ତୁ..

ଜିଏସଟି ଲାଗୁ ପରେ 75 ଟଙ୍କା ହେବ ପେଟ୍ରୋଲ , ହେଲେ ..

author img

By

Published : Mar 4, 2021, 10:05 PM IST

ମୁମ୍ବାଇ: ଯଦି ଦ୍ରବ୍ୟ ଓ ସେବା କର (ଜିଏସଟି) ଅଧିନରେ ପେଟ୍ରୋଲ ଓ ଡିଜେଲ ଆସେ ତେବେ ଏହାର ଖୁଚୁରା ଦାମ କମିବ । ପେଟ୍ରୋଲ ଓ ଡିଜେଲ ଉପରେ ଜିଏସଟି ଲାଗିଲେ ଏହାର ଲିଟର ପ୍ରତି ଯଥାକ୍ରମେ 75 ଟଙ୍କା ଓ 68 ଟଙ୍କା ରହିବ । ଏସବିଆଇ ଅର୍ଥନୀତିଜ୍ଞ ଏକ ବିଶ୍ଲେଷଣାତ୍ମକ ରିପୋର୍ଟରେ ଏ ନେଇ ଜଣାଇଛନ୍ତି ।

କେନ୍ଦ୍ର ଓ ରାଜ୍ୟସ୍ତରୀୟ କର ଓ କର ଉପରେ କର ଲାଗୁ ଦ୍ବାରା ଭାରତରେ ପେଟ୍ରୋଲିୟମ ପଦାର୍ଥର ଦାମ ସର୍ବାଧିକ ଅଛି । ତେବେ ଯଦି ପେଟ୍ରୋଲ ଓ ଡିଜେଲ ଜିଏସଟି ଅଧିନରେ ଆସେ , କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ 1 ଲକ୍ଷ କୋଟି ଟଙ୍କାର କ୍ଷତି ହେବ । ଯାହାକି ମୋଟ ଘରୋଇ ଉତ୍ପାଦ (ଜିଡିପି)ର 0.4 ପ୍ରତିଶତ । ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦାମ ବ୍ୟାରେଲ ପ୍ରତି 60 ଡଲାର ଓ ଟଙ୍କାର ବିନିମୟ ମୂଲ୍ୟ 73 ହିସାବରେ ଏହି ଗଣନା କରିଛନ୍ତି ଏସବିଆଇ ଅର୍ଥନୀତିଜ୍ଞ ।

ବର୍ତ୍ତମାନ ସମୟରେ ପ୍ରତ୍ୟେକ ରାଜ୍ଯ ପେଟ୍ରୋଲ, ଡିଜେଲ ଉପରେ ନିଜ ନିଜ ଆବଶ୍ୟକତା ହିସାହରେ ଭାଟ ଲଗାଇଛନ୍ତି । ଯେତେବେଳେ କି କେନ୍ଦ୍ର ଏହା ଉପରେ ଉତ୍ପାଦ ଶୁଳ୍କ ଓ ଅନ୍ୟ ଉପକର ଆଦାୟ କରୁଛି । ଏସବୁ ଭିତରେ ଦେଶର କିଛି ଭାଗରେ ପେଟ୍ରୋଲର ଦାମ ଲିଟର ପ୍ରତି 100 ଟଙ୍କାରେ ପହଞ୍ଚିଗଲାଣି । ପେଟ୍ରୋଲିୟମ ପଦାର୍ଥର ଆକାଶଛୁଆଁ ଦାମକୁ ନେଇ ଚିନ୍ତା ପ୍ରକାଶ କରାଯାଇଛି । ଇନ୍ଧନ ମହଙ୍ଗା କାରଣରୁ ଏହାର ପ୍ରଭାବ ପରିବହନ ଓ ଅନ୍ୟ ସାମଗ୍ରୀ ଉପରେ ଦେଖିବାକୁ ମିଳିଛି ।

ଏସବିଆଇ ଇକୋନୋମିଷ୍ଟ କହିଛନ୍ତି କି ଜିଏସଟି ପ୍ରଣାଳୀକୁ ଲାଗୁ କରିବା ସମୟରେ ପେଟ୍ରୋଲ, ଡିଜେଲକୁ ମଧ୍ୟ ଏହା ଅଧିନରେ ଆଣିବା ଆବଶ୍ୟକ । କିନ୍ତୁ ଏବେ ସୁଦ୍ଧା ଏଭଳି ହୋଇନାହିଁ । ପେଟ୍ରୋଲ, ଡିଜେଲ ଦାମରେ ଏହି ନୂଆ ପରୋକ୍ଷ କର ପ୍ରଣାଳୀ ଅଧିନରେ ଆଣିବା ଦ୍ବାରା ମହଙ୍ଗା ମାଡରୁ ଆଶ୍ୱସ୍ତି ମିଳିପାରିବ ।

‘‘ କେନ୍ଦ୍ର ଓ ରାଜ୍ୟ ସରକାର ଅଶୋଧିତ ତୈଳର ଉତ୍ପାଦକୁ ଜିଏସଟି ଅଧିନରେ ଆଣିବା ପାଇଁ ଇଚ୍ଛୁକ ନୁହଁନ୍ତି । କାରଣ ପେଟ୍ରୋଲିୟମ ଉତ୍ପାଦ ଉପରେ ବିକ୍ରି କର, ଭାଟ ଆଦି ଲଗାଇବା ସେମାନଙ୍କ ପାଇଁ କର ରାଜସ୍ବ ଏକତ୍ରର ପ୍ରମୁଖ ଉତ୍ସ । ଏଭଳି ଭାବେ ଏହି ମାମଲାରେ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଦେଖାଦେଇଛି । ଯାହା ଦ୍ବାରା ଅଶୋଧିତ ତୈଳକୁ ଜିଏସଟି ଅଧିନରେ ଅଣାଯାଇପାରିବ । ’’

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.