ETV Bharat / business

ମେ’ ରେ କମିଛି ଇନ୍ଧନ ବ୍ୟବହାର, ବର୍ଷକର ସର୍ବନିମ୍ନ ସ୍ତରରେ ପେଟ୍ରୋଲ ବିକ୍ରି

author img

By

Published : Jun 1, 2021, 10:30 PM IST

ମେ ମାସରେ ପେଟ୍ରୋଲ ଓ ଡିଜେଲର ବିକ୍ରି ଖସିଛି । ଏପ୍ରିଲ ତୁଳନାରେ ମେ ମାସରେ ପ୍ରାୟ 17 ପ୍ରତିଶତ ହ୍ରାସ ହୋଇଛି ଗାଡି ଇନ୍ଧନ ବିକ୍ରି । ଅଧିକ ପଢନ୍ତୁ...

Petrol, diesel sales drop 17% in May on Covid-19 lockdowns

ନୂଆଦିଲ୍ଲୀ: କୋରୋନା ଭାଇରସ ସଂକ୍ରମଣର ଦ୍ବିତୀୟ ଲହର ଭୟାବହତା ରୋକିବାକୁ ବହୁ ରାଜ୍ୟ ଓ ସ୍ଥାନୀୟ ସ୍ତରରେ ଲାଗୁଛି କଟକଣା । ଏହି କାରଣରୁ ଚାହିଦା ପ୍ରଭାବିତ ହେବା ସହ ମେ ମାସରେ ପେଟ୍ରୋଲ ଓ ଡିଜେଲର ବିକ୍ରି ଖସିଛି । ଏପ୍ରିଲ ତୁଳନାରେ ମେ ମାସରେ ପ୍ରାୟ 17 ପ୍ରତିଶତ ହ୍ରାସ ହୋଇଛି ଗାଡି ଇନ୍ଧନ ବିକ୍ରି ।

ସାର୍ବଜନିକ କ୍ଷେତ୍ରର ଖୁଚୁରା ଇନ୍ଧନ ବିକ୍ରେତା କମ୍ପାନୀର ପ୍ରାଥମିକ ତଥ୍ୟ ଅନୁସାରେ, ପେଟ୍ରୋଲର ବିକ୍ରି ମେ ମାସରେ ହ୍ରାସ ହୋଇ 17.9 ଲକ୍ଷ ଟନ ରହିଛି । ଯାହାକି ଗତ 1 ବର୍ଷର ସର୍ବନିମ୍ନ ସ୍ତର ।

ତେବେ ଗତ ବର୍ଷର ମେ ମାସ ତୁଳନାରେ ଏହାର କଞ୍ଜମ୍ପସନ 13 ପ୍ରତିଶତ ଅଧିକ ରହିଛି । ଯାହାକି କୋଭିଡ ପୂର୍ବରୁ 24.9 ଲକ୍ଷ ଟନ ସ୍ତରରୁ 28 ପ୍ରତିଶତ କମ ରହିଛି । ଦେଶରେ ଗତ ବର୍ଷ ମେ ମାସରେ ଲାଗୁ ଲକଡାଉନ ଦୁନିଆର ସବୁଠୁ କଠୋର ଲକଡାଉନ ରହିଥିଲା । ଯେଉଁଥିରେ ଯାତାୟତ, ପରିବହନ ଓ ଆର୍ଥିକ ଗତିବିଧି ପ୍ରାୟ ଠପ ହୋଇପଡିଥିଲା ।

ଏ ବର୍ଷ ସଂକ୍ରମଣ ହାର ଗମ୍ଭୀର ଥିଲେ ବି କଟକଣା ସ୍ଥାନୀୟ ସ୍ତରରେ ରହିଛି । ଯାତାୟତ ଗତ ବର୍ଷ ଭଳି ଏତେ ବାଧାପ୍ରାପ୍ତ ହୋଇନି । ଅନେକ ରାଜ୍ୟରେ କାରଖାନା ଖୋଲା ରହିଛି, ରାଜ୍ୟ ମଧ୍ୟରେ ମାଲ ପରିବହନ ସେତେଟା ପ୍ରଭାବିତ ହୋଇନି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.