ETV Bharat / business

ଆଶ୍ବସ୍ତି! ଦୀପାବଳି ସୁଦ୍ଧା କମିବ ତେଲ ଦାମ

କୋରୋନା ସଂକ୍ରମଣର ଦ୍ବିତୀୟ ଲହରୀ ମଧ୍ୟରେ ଖସୁଛି ଇନ୍ଧନ ଚାହିଦା । ଫଳରେ ବିଶ୍ବ ବଜାରରେ ତେଲ ଦାମ ଖସୁଥିବାରୁ ଏହାର ପ୍ରଭାବରେ ଭାରତର ଖୁଚୁରା ବଜାରରେ ପେଟ୍ରୋଲ ଓ ଡିଜେଲ ଶସ୍ତା ଆଶା ରହିଛି । ଅଧିକ ପଢନ୍ତୁ..

ଆଶ୍ବସ୍ତି ! ଦୀପାବଳି  ସୁଦ୍ଧା କମିବ ତେଲ ଦାମ
ଆଶ୍ବସ୍ତି ! ଦୀପାବଳି ସୁଦ୍ଧା କମିବ ତେଲ ଦାମ
author img

By

Published : Oct 29, 2020, 5:55 PM IST

ନୂଆଦିଲ୍ଲୀ: ଗ୍ରାହକଙ୍କୁ ମିଳିପାରେ ଆଶ୍ବସ୍ତି । କୋରୋନା ସଙ୍କଟ ମଧ୍ୟରେ ହୁହୁ ହୋଇ ବଢୁଥିବା ତେଲ ଦରରେ କ୍ରମାଗତ 26 ଦିନ ଧରି ଲାଗିଛି ବିରାମ । ଏଥିମଧ୍ୟରେ ଦୀପାବଳି ସୁଦ୍ଧା ପେଟ୍ରୋଲ ଓ ଡିଜେଲର ଖୁଚୁରା ଦାମ ହ୍ରାସ ହୋଇପାରେ । ତୈଳ ବିପଣନ କମ୍ପାନୀଗୁଡିକ ଏହା ଉପରେ ବିଚାର କରୁଛନ୍ତି । ଏ ନେଇ ଏକ ରିପୋର୍ଟ ପ୍ରକାଶ ପାଇଛି ।

ଅଏଲ ସେକ୍ଟର ଏକ୍ସପର୍ଟ ଆଶା ରଖିଛନ୍ତି କି ଚାହିଦା ହ୍ରାସ ହେଉଥିବାରୁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦାମ ହ୍ରାସ ହୋଇପାରେ । ଯାହା ଫଳରେ ଏହାର ପ୍ରଭାବରେ ଆଗାମୀ ଦିନରେ ଘରୋଇ ବଜାରରେ ମଧ୍ୟ ତେଲ ଦାମ କମିବା ଆଶା ଅଛି ।

ପ୍ରକାଶ ଯେ, ଗ୍ଲୋବାଲ କ୍ରୁଡ ଦାମ ଏବେ 5 ପ୍ରତିଶତ ଖସିଛି । ବର୍ତ୍ତମାନ ଅଶୋଧିତ ତୈଳ ଦାମ ବ୍ୟାରେଲ ପିଛା 40 ଡଲାର ଥିବା ବେଳେ ଏହା ପୂର୍ବରୁ 42 ଡଲାର ଉପରେ ଥିଲା । ଏଭଳି ହ୍ରାସ ଯଦି ଆଗକୁ ଏକ ସପ୍ତାହ ଧରି ଜାରି ରହେ, ତେବେ ଭାରତରେ ତେଲ ଦାମ ଖସିପାରେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.