ETV Bharat / business

ଆହାର ପାଇଁ କଲବଲ ପାକିସ୍ତାନ, ସହାୟତାର ଭିକ ମାଗୁଛନ୍ତି ଇମ୍ରାନ - package

ଦୁର୍ଦ୍ଦିନରେ ଦିନ କାଟୁଛି ପାକିସ୍ତାନ । ବିଶ୍ବକୁ ସାହାଯ୍ୟ ମାଗୁଛନ୍ତି ସରକାର । ଆଇଏମଏଫ ସହାୟତା କରିବା ପସ୍ତୁତ ରହିଥିବାବେଳେ ଏଯାଏଁ ବୋର୍ଡ ପକ୍ଷରୁ ମିଳିନି ଗ୍ରୀନ ସିଗନାଲ ।

ଫାଇଲ ଫଟୋ
author img

By

Published : May 13, 2019, 2:04 PM IST

ନୂଆଦିଲ୍ଲୀ: ମହଙ୍ଗା ଜାଲରେ ଅଣନିଶ୍ବାସୀ ପାକିସ୍ତାନ । କରଜରେ ବୁଡି ଚାଲିଛି ଦେଶ । ଦିନକୁ ହେଉଛି 80 କୋଟିର କ୍ଷତି । 5 ବର୍ଷରେ ସର୍ବାଧିକ ମୁଦ୍ରାସ୍ପୀତି । ହୁ ହୁ ହୋଇ ବଢୁଛି ଗରିବି । ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଦର ଆକାଶଛୁଆଁ । ଏପରି ସ୍ଥିତିରେ ସହାୟତା କରିବାକୁ ଆଗେଇଆସିଛି ଅନ୍ତର୍ଜାତୀୟ ମୁଦ୍ରା କୋଷ (ଆଇଏମଏଫ)।

ଏକ ପାକ ଖବରକାଗଜ ମୁତାବକ, ଆଇଏମଏଫ ପାଖାପାଖି 42 ହଜାର କୋଟି ଟଙ୍କା ପାକ୍‌କୁ ଦେଇପାରେ । ଆଇଏମଏଫ ଯଦି ସାହାଯ୍ୟ କରେ, ତେବେ ପାକ୍‌ର 3 ବର୍ଷର ଗୁଜୁରାଣ ସୁରୁଖୁରୁରେ ମେଣ୍ଟିଯିବ । ଦେଶର ଦୁର୍ଦ୍ଦଶାକୁ ଦେଖି ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ପୁରା ବିଶ୍ବରୁ ସହାୟତା ଲୋଡିଛନ୍ତି ।

ତେବେ ଆଇଏମଏଫର ଏହି ସହାୟତା ରାଶିକୁ ବୋର୍ଡ ଅଫ ଡାଇରେକ୍ଟରର ମଞ୍ଜୁରୀ ମିଳିନାହିଁ । ଏ ନେଇ ପିଏମଙ୍କ ଅର୍ଥନୈତିକ ପରାମର୍ଶଦାତା ଅବଦୁଲ ହଫିଜ ଶେଖ ସୂଚନା ଦେଇଛନ୍ତି ।

କେବଳ ଆଇଏମଏଫ୍ ନୁହେଁ, ବିଶ୍ବର ବ୍ୟାଙ୍କ ଓ ଏସିଆନ ଡେଭଲପମେଣ୍ଟ ବ୍ୟାଙ୍କ (ଏଡିବି) ପକ୍ଷରୁ 2ରୁ 3 ଅରବ ଡଲାର ମିଳିବା ନେଇ ପାକ ଆଶାବାଦୀ ରହିଛି ।

ପ୍ରକାଶ ଥାଉ ଯେ, ପାକ୍‌ରେ ମୁଦ୍ରାସ୍ପୀତି ହାର 9.41ରେ ପହଞ୍ଚିଛି । ଯାହାକି ଫେବୃଆରୀରେ ମୁଦ୍ରାସ୍ପୀତି 8.21 ପ୍ରତିଶତ ରହିଥିବାବେଳେ ମାତ୍ର ଗୋଟିଏ ମାସରେ ଏହା 1.20 ପ୍ରତିଶତ ବଢିଛି । ଏହା 2014 ଏପ୍ରିଲ ଠାରୁ ସର୍ବୋଚ୍ଚ । ଇନ୍ଧନ ଓ ଖାଦ୍ୟସାମଗ୍ରୀ ଦର ବଢୁଥିବାରୁ ମୁଦ୍ରାସ୍ପୀତି ବଢିଚାଲିଛି । ଯଦି ଏବେ ସରକାର ସ୍ଥିତିରେ ସୁଧାର ନ ଆଣନ୍ତି, ତେବେ ଆଗକୁ କ୍ଷୟଙ୍କର ସମସ୍ୟା ମୁଣ୍ଡ ଟେକିପାରେ । ଏଣୁ ସରକାର ମିଳୁଥିବା ସହାୟକ ରାଶିକୁ ଯୋଜନାବଦ୍ଧ ଭାବେ ଖର୍ଚ୍ଚ କରିବା ଦରକାର ବୋଲି କୁହାଯାଇଛି ।

Intro:Body:

fg

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.