ETV Bharat / business

ମିଳୁନି ଜିଏସଟି କ୍ଷତିପୂରଣ, ସୀତାରମଣଙ୍କୁ ଭେଟିଲେ ରାଜ୍ୟ ଅର୍ଥମନ୍ତ୍ରୀ

author img

By

Published : Dec 5, 2019, 3:02 PM IST

ବୁଧବାର ଅଣ ବିଜେପି ଶାସିତ ରାଜ୍ୟଗୁଡିକର ଅର୍ଥମନ୍ତ୍ରୀ ଓ ପ୍ରତିନିଧିମାନେ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଭେଟି ଜିଡିପି କ୍ଷତିପୂରଣ ଦେବାକୁ ଜଣାଇଛନ୍ତି ।

opposition ruled states meet fm over delay in gst compensation
ମିଳୁନି ଜିଏସଟି କ୍ଷତିପୂରଣ , ସୀତାରମଣଙ୍କୁ ଭେଟିଲେ ରାଜ୍ୟ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ: ବୁଧବାର ଅଣ ବିଜେପି ଶାସିତ ରାଜ୍ୟଗୁଡିକର ଅର୍ଥମନ୍ତ୍ରୀ ଜିଏସଟି (ଦ୍ରବ୍ୟ ଓ ସେବା କର) କ୍ଷତିପୂରଣ ମିଳିବାରେ ବିଳମ୍ବ ହେଉଥିବା ନେଇ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଭେଟିଛନ୍ତି । ଶୀଘ୍ର କ୍ଷତିପୂରଣ ଦେଇ ରାଜ୍ୟର ଆର୍ଥିକ ସଙ୍କଟ ଦୂର ପାଇଁ କେନ୍ଦ୍ର ନିକଟରେ ସମସ୍ତେ ଅପିଲ କରିଛନ୍ତି ।

ଏହି ବୈଠକେ ଦିଲ୍ଲୀ, ପଞ୍ଜାବ, ପୁଡୁଚେରୀ ଓ ମଧ୍ୟପ୍ରଦେଶ ଅର୍ଥମନ୍ତ୍ରୀ ଏବଂ କେରଳ , ରାଜସ୍ତାନ, ଛତିଶଗଡ, ପଶ୍ଚିମବଙ୍ଗର ପ୍ରତିନିଧି ମାନେ ଯୋଗ ଦେଇ ନିଜ ସମସ୍ୟା ଉଠାଇଥିଲେ ।

ବୈଠକ ଶେଷ ପରେ ପଞ୍ଜାବ ଅର୍ଥମନ୍ତ୍ରୀ ମନପ୍ରୀତ ସିଂହ ବାଦଲ ସୂଚନା ଦେଇଛନ୍ତି ଯେ, ରାଜ୍ୟ ଗୁଡିରୁ ଏଯାଏଁ ଅଗଷ୍ଟ ଓ ସେପ୍ଟେମ୍ବରର ଜିଏସଟି କ୍ଷତିପୂରଣ ମିଳନାହିଁ । ଏ ନେଇ ଚିନ୍ତା ପ୍ରକଟ କରି ସମସ୍ତେ କେନ୍ଦ୍ର ଆଗରେ ଦାବି ରଖିଛନ୍ତି । ତେବେ ଆଗକୁ ଅକ୍ଟୋବର-ନଭେମ୍ବର କ୍ଷତିପୂରଣ ମିଳିବା ମଧ୍ୟ ବିଳମ୍ବ ହେବା ନେଇ ଆଶଙ୍କା ଦେଖାଦେଇଛି ।

ଏପଟେ ରାଜ୍ୟର ଦାବି ଶୁଣି ଶୀଘ୍ର କ୍ଷତିପୂରଣ ଦିଆଯିବ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି । ତେବେ ଏ ନେଇ କିଛି ନିର୍ଦ୍ଦିଷ୍ଟ ସମୟସୀମା ଦିଆଯାଇ ନାହିଁ ବୋଲି ମନପ୍ରୀତ କହିଛନ୍ତି ।

Intro:Body:

BLANK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.