ETV Bharat / state

ପୋଲିସର ସତର୍କବାଣ ! ଏହି ବ୍ରାଣ୍ଡର କ୍ଷୀର କିଣୁଥିଲେ ହୋଇଯାଆନ୍ତୁ ସାବଧାନ - Duplicate Milk Company

author img

By ETV Bharat Odisha Team

Published : 3 hours ago

Duplicate Milk Issue: କଟକରେ ନକଲି କ୍ଷୀର କମ୍ପାନୀ ଠାବ ପରେ ଆକ୍ସନ ମୋଡରେ ପୋଲିସ । କମ୍ପାନୀ ମାଲିକଙ୍କୁ ଗିରଫ କରାଯାଇଛି । ଏହାସହ ଏକ ନିର୍ଦ୍ଦିଷ୍ଟ କମ୍ପାନୀ କ୍ଷୀର ନକିଣିବାକୁ ସତର୍କ କରାଇଛି ପୋଲିସ । ପଢନ୍ତୁ ପୂରା ଖବର

Duplicate Milk Issue
Duplicate Milk Issue (ETV Bharat Odisha)

କଟକ: ଖାଣ୍ଟି କ୍ଷୀର ନୁହେଁ, ବରଂ କ୍ଷୀର ନାଁରେ ଲୋକଙ୍କୁ ଦିଆଯାଉଥିଲା ବିଷାକ୍ତ ସାମଗ୍ରୀ । ଏଭଳି ବିଶାକ୍ତ ଆଉ ନକଲି କ୍ଷୀର ବିକ୍ରି ଅଭିଯୋଗରେ କମ୍ପାନୀ ମାଲିକ ପ୍ରଦୀପ୍ତ ପରିଡାକୁ ଆଜି ଗିରଫ କରିଛି କଟକ କମିଶନରେଟ ପୋଲିସ । ଏହି ମାମଲାର ଛାନଭନ ସମୟରେ ପୋଲିସକୁ ମିଳିଛି ଅନେକ ଗୁରୁତ୍ବପୂର୍ଣ୍ଣ ସୂଚନା । ଏହି କ୍ଷୀର ଏବଂ କ୍ଷୀରରେ ପ୍ରସ୍ତୁତ ହେଉଥିବା ସାମଗ୍ରୀଗୁଡ଼ିକୁ ପ୍ୟାକିଂ କରିବା ପାଇଁ କୋଲକତାରୁ ପ୍ରିଣ୍ଟ କରାଯାଇ ପ୍ଲାଷ୍ଟିକ ଆସୁଥିବାବେଳେ, ମହାରାଷ୍ଟ୍ରରୁ ଆସୁଥିଲା ଶସ୍ତା କ୍ଷୀର ପାଉଡର । ତେବେ ଯେଉଁ ଅଞ୍ଚଳକୁ 'ରୋହିଣୀ' ବ୍ରାଣ୍ଡର ଏହି ନକଲି କ୍ଷୀର ଓ ଦୁଗ୍ଧଜାତ ସାମଗ୍ରୀ ବିକ୍ରି ପାଇଁ ଯାଇଛି, ସେଗୁଡ଼ିକୁ ଜବତ କରିବା ପାଇଁ ଉଦ୍ୟମ ଆରମ୍ଭ କରିବା କମିଶନରେଟ ପୋଲିସ । ଏହି ସାମଗ୍ରୀକୁ ବ୍ୟବହାର ନ କରିବା ପାଇଁ ଜନସାଧାରଣକୁ ଅପିଲ କରିଛି କମିଶନରେଟ ପୋଲିସ ।

ମହାରାଷ୍ଟ୍ରରୁ ଶସ୍ତା କ୍ଷୀର ପାଉଡର ଏବଂ କଲିକତାରୁ ଆସୁଥିଲା ପ୍ୟାକିଂ ସାମଗ୍ରୀ !

କଟକ ଅତିରିକ୍ତ ଡିସିପି ଅନିଲ ମିଶ୍ର କହିଛନ୍ତି, "ଏହି କ୍ଷୀର କମ୍ପାନୀର ମାଲିକ ପ୍ରଦୀପ୍ତ ପରିଡା ତିନି ଜଣ ଶ୍ରମିକଙ୍କ ସହାୟତାରେ ଏହି ନକଲି କ୍ଷୀର ଓ ଅନ୍ୟାନ୍ୟା ସମଗ୍ରୀ ପ୍ରସ୍ତୁତ କରାଯାଇଥିଲା। ଏହି କ୍ଷୀର ଉତ୍ପାଦନ ହେବାଠାରୁ ଆରମ୍ଭ କରି ଗ୍ରାହକଙ୍କ ପାଖରେ ପହଞ୍ଚିବା ପଛରେ ବ୍ୟବସାୟୀଙ୍କର ଏକ ବଡ଼ ରାକେଟ କାମ କରୁଥିବା ନେଇ ସୂରାକ ପାଇଛି ପୋଲିସ । ମହାରାଷ୍ଟ୍ରରୁ ଆସୁଥିବା ଶସ୍ତା କ୍ଷୀର ପାଉଡରରେ ଉତ୍ତରପ୍ରଦେଶରୁ ଆମଦାନୀ ହେଉଥିବା କଷ୍ଟିକ ସୋଡାକୁ ଜଗତପୁରର ନଳକୂପ ପାଣିରେ ଗୋଳାଇ ପ୍ରସ୍ତୁତ ହେଉଥିଲା ନକଲି କ୍ଷୀର । ପ୍ରସ୍ତୁତି ପରେ ସେହି କ୍ଷୀରକୁ କୋଲକାତାରୁ ଆସୁଥିବା ପ୍ଲାଷ୍ଟିକରେ ଭର୍ତ୍ତି କରି ଓଡିଶା ବଜାରକୁ ଛଡାଯାଉଥିଲା ।"

ଏହା ବି ପଢନ୍ତୁ...କ୍ଷୀର ପିଉଥିଲେ ସାବଧାନ ! ଅପମିଶ୍ରିତ ନକଲି କ୍ଷୀର ଜବତ - Fake Milk Products Factory Busted

ଏହା ବି ପଢନ୍ତୁ...ଟଙ୍କା ନେଉଥିଲେ ଅସଲି ବ୍ରାଣ୍ଡର, ବିକୁଥିଲେ ପାଣି - Duplicate Liquor Seized

ଏହା ବି ପଢନ୍ତୁ...ଅସଲି ବିଦେଶୀ ବ୍ରାଣ୍ଡରେ ନକଲି ମଦ, ଗଞ୍ଜାମରୁ ଆନ୍ଧ୍ର ଯାଏଁ ଲମ୍ବିଛି ଚେର - Ganjam Duplicate Foreign Liquor

ଏହା ବି ପଢନ୍ତୁ...ବିପଦକୁ ହାତ ଠାରି ଡାକୁଛି ନକଲି ଖାଦ୍ୟ ସାମଗ୍ରୀ, ସତର୍କ କଲେ ଡାକ୍ତର ଓ ଖାଦ୍ୟ ସୁରକ୍ଷା ବିଭାଗ - duplicate food product seized

Duplicate Milk
Duplicate Milk (ETV Bharat Odisha)

ପ୍ୟାକେଟ ୫ ଟଙ୍କା ଖର୍ଚ୍ଚ, ୨୬ ଟଙ୍କାରେ ବିକ୍ରି !

କଟକ ଜଗତପୁରରେ ଠାବ ହୋଇଥିବା ନକଲି କ୍ଷୀର କମ୍ପାନୀକୁ ନେଇ ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି କଟକ ଅତିରିକ୍ତ ଡିସିପି। ଗତକାଲି ଯାଞ୍ଚ ସମୟରେ ଏମିତି ଅନେକ ତଥ୍ୟ ସାମନାକୁ ଆସିଛି ଯାହାକି ସମସ୍ତଙ୍କୁ ତାଜୁବ କରିଛି । ପ୍ୟାକେଟ ପିଛା ମାତ୍ର ୫ ଟଙ୍କା ଖର୍ଚ୍ଚ ପ୍ରସ୍ତୁତ ହେଉଥିବା ଏହି ନକଲି କ୍ଷୀରକୁ ବଜାରରେ ୨୬ ଟଙ୍କାରେ ବିକ୍ରି କରାଯାଉଥିଲା ।

ବାସୀ କ୍ଷୀରର ପ୍ୟାକେଜିଂ ତାରିଖ ପରିବର୍ତ୍ତନ:
ପୋଲିସର ସୂଚନା ଅନୁସାରେ, "ସାଧାରଣତଃ ଆମେ ସମସ୍ତେ ଫ୍ରେସ କ୍ଷୀର ବା ତାଜା କ୍ଷୀର କିଣିବାକୁ ଆଗ୍ରହ କରିଥାଉ। ହେଲେ ଆଗୁଆ ତାରିଖ ପକାଯାଇ ମାର୍କେଟକୁ ଛାଡୁଥିଲେ କମ୍ପାନୀ ମାଲିକ। ପ୍ରତିଟି ପ୍ୟାକେଟରେ ବ୍ୟାଚ୍ ନମ୍ବର ସମାନ ଥିବାବେଳେ କେବଳ ପ୍ୟାକେଜିଂର ତାରିଖ ବଦଳୁଥିଲା । କ୍ଷୀର ପ୍ୟାକେଟ ଗୁଡ଼ିକରେ ଉତ୍ପାଦନ ତାରିଖକୁ ଦୁଇରୁ ତିନି ଦିନ ଆଗୁଆ କରି ଉଲ୍ଲେଖ କରାଯାଉଥିଲା । କିଛି ପରିମାଣର ଅସଲି କ୍ଷୀର ସହିତ ଶସ୍ତା କ୍ଷୀର ପାଉଡର, କଷ୍ଟିକ ସୋଡା ଓ ଲୁଣକୁ ମିଶାଇ ପ୍ରସ୍ତୁତ ହେଉଥିଲା ଏହି ନକଲି କ୍ଷୀର । କେବଳ କ୍ଷୀର ନୁହେଁ ବରଂ ଦହି, ଲସି ଓ ରାବିଡି ଭଳି ଅନେକ ସାମଗ୍ରୀ ପ୍ରସ୍ତୁତ ହେଉଥିଲା । କାରଖାନାରେ ରେଡ କରି ୧ହଜାର ୫୨୦ଟି ନକଲି କ୍ଷୀର ପ୍ୟାକେଟ ସହିତ ୧ ହଜାର ୨୩୦ ପ୍ୟାକେଟ ନକଲି ଦହି ପ୍ୟାକେଟକୁ ଜବତ କରାଯାଇଛି । ରୋହିଣୀ ବ୍ରାଣ୍ଡରେ ବିକ୍ରି ହେଉଥିବା ଏହି କ୍ଷୀରକୁ କଟକ, ଯାଜପୁର, କେନ୍ଦ୍ରାପଡ଼ା ଓ ପୁରୀ ଜିଲ୍ଲାରେ ବିକ୍ରି କରାଯାଉଥିବାରୁ ସେହି ସମସ୍ତ ଅଞ୍ଚଳରୁ ଏହି ଅପମିଶ୍ରିତ କ୍ଷୀର ଓ ଦହିକୁ ଜବତ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛି ପୋଲିସ। ଏହାବ୍ୟତୀତ ଏହି ସମାଗ୍ରୀଗୁଡ଼ିକୁ ବ୍ୟବହାର ନ କରିବା ପାଇଁ ଜନସାଧାରଣକୁ ଅପିଲ କରିଛି କମିଶନରେଟ ପୋଲିସ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.