ETV Bharat / business

ବିଜେନସ 2020: ସଙ୍କଟ ଆଣିଲା ସୁଯୋଗ, ମାଲାମାଲ ଏମାନେ..

author img

By

Published : Dec 23, 2020, 8:14 PM IST

ତିକ୍ତଭରା ରହିଛି 2020 । ସଙ୍କଟ ଓ ସୁଯୋଗର ଫେଣ୍ଟାଫେଣ୍ଟି ଅନୁଭୂତି ମଧ୍ୟରେ ଅଣ୍ଟା ସଳଖିବାକୁ ପ୍ରୟାସ କରିଛି ଭାରତୀୟ ଅର୍ଥନୀତି । ଲକଡାଉନରେ ଫିକା ପଡିଥିବା ଅର୍ଥନୈତିକ ଚିତ୍ରକୁ ପୁଣି ରଙ୍ଗୀନ କରିବାକୁ ସରକାର ଘୋଷଣା କରିଛନ୍ତି ବହୁ ଉନ୍ନୟନ ମୂଳକ ପଦକ୍ଷେପ ଓ ଅନୁଦାନ ରାଶି .. ପଢନ୍ତୁ ବିଦାୟୀ ବର୍ଷରେ ବଡ ଫାଇନାନ୍ସ ଫ୍ୟାକେଜ ସମ୍ପର୍କରେ ସଂକ୍ଷୀପ୍ତରେ ..

ବିଜେନସ 2020: ସଙ୍କଟ ଆଣିଲା ସୁଯୋଗ, ମାଲାମାଲ ଏମାନେ

ହାଇଦ୍ରାବାଦ: କେରୋନା ଭାଇରସ ସଂକ୍ରମଣ ଦେଶର ଅର୍ଥନୀତିକୁ ଅନିଶ୍ଚିତତାକୁ ଠେଲିଲାଣି । ଏହାର ମୁକାବିଲା କରୁ କରୁ ବଡ ବଡ ଅର୍ଥନୀତି ଦୁର୍ବଳ ହୋଇପଡିଲାଣି । ସଂକ୍ରମଣକୁ ରୋକିବା ପାଇଁ ଜାରି ରହିଲା ଲକଡାଉନ । ସବୁ ସେକ୍ଟରରେ ଲାଗିଲା କଟକଣା । ଫଳରେ ଅର୍ଥନୈତିକ କାର୍ଯ୍ୟକଳାପ ଠପ ସହ କଳକାରଖାନା-ପ୍ଲାଣ୍ଟରେ ପଡିଲା ତାଲା ।

ବିନିର୍ମାଣ ଠାରୁ ଆରମ୍ଭ କରି ଅଟୋ, ରିଅଲଇଷ୍ଟେଟ, ପର୍ଯ୍ୟଟନ, ଫ୍ୟାସନ ସବ ଶିଳ୍ପ ସବୁ ଶୋଚନୀୟ ସ୍ଥିତିରେ । ରପ୍ତାନୀ କଟକଣା ଓ ରେଳ ଓ ବିମାନ ସେବା ଅଚଳ । ତା ଉପରେ ପୁଣି କୋଟି କୋଟି ଟଙ୍କାର ସ୍ବାସ୍ଥ୍ୟ ଖର୍ଚ୍ଚ । ଏପରି ସ୍ଥିତରେ ସଙ୍କୁଚିତ ହୋଇପଡିଛି ରାଜକୋଷ ।

କୋରୋନା ଭାଇରସ ମହାମାରୀ ଓ ଏହାକୁ ପ୍ରତିହିତ ପାଇଁ ଲାଗୁ ଲକଡାଉନ ଯୋଗୁଁ ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସ ( ଏପ୍ରିଲ-ଜୁନ) ରେ ଅର୍ଥବ୍ୟବସ୍ଥା 23.9 ପ୍ରତିଶତ ଖସିଛି । ଏହା ଦୁନିଆର ପ୍ରମୁଖ ଅର୍ଥବ୍ୟବସ୍ଥା ମଧ୍ୟରେ ସବୁଠୁ ଅଧିକ ହ୍ରାସ ।

ତେବେ ଦ୍ବିତୀୟ ତ୍ରୟମାସରେ ଅଭିବୃଦ୍ଧି ସଙ୍କୁଚନ 7.5 ପ୍ରତିଶତ ଅଛି । ଯାହାକି ଆଶା ଠାରୁ ବହୁତ ଭଲ । ବିଭିନ୍ନ ସେକ୍ଟରରରେ ସୁଧାର ଦେଖାଦେଇଛି । ଲୋକ ବିପଦକୁ ଅବସରରେ ପରିବର୍ତ୍ତନ କରିଛନ୍ତି । ଅନେକ ସେକ୍ଟରରେ ବଡ ବଜାର ସୃଷ୍ଟି ହୋଇଛି । ତେବେ ଜାଣନ୍ତୁ 2020 ଅର୍ଥବ୍ୟବସ୍ଥାର ସ୍ଥିତି କିପରି ରହିଛି ଆଉ କେଉଁ କେଉଁ ସେକ୍ଟରରେ ବଡ ପରିବର୍ତ୍ତନ ଦେଖିବାକୁ ମିଳିଛି ...

1.ଫାର୍ମା ସେକ୍ଟର

କୋରୋନା କାଳରେ ସବୁଠୁ ଅଧିକ ଯଦି କୌଣସି ସେକ୍ଟର ଯଦି ପ୍ରଫିଟରେ ରହିଛି ତାହା, ଫାର୍ମା ସେକ୍ଟର । ମହାମାରୀ ହେଲଥ ୱାର୍କରଙ୍କ ଜୀବନ କଷ୍ଟକର କରିଦେଇଥିଲା ବେଳେ ଫାର୍ମା କମ୍ପାନୀ ଏହି ମଉକାର ଭରପୂର ଫାଇଦା ଉଠାଇଛନ୍ତି । ଚୀନର ମରାତ୍ମକ ଭାଇରସ ମଧ୍ୟରେ ଲୋକ ଔଷଧ ଓ ହେଲଥ ସପ୍ଲିମେଣ୍ଟ ସାହାରା ନେଲେ । ଫେସ ମାସ୍କ, ହ୍ୟାଣ୍ଡ ସାନିଟାଇଜର ଓ ହାଇଜିନ , ଲୋକଙ୍କ ଅତ୍ୟନ୍ତ ଆବଶ୍ୟକତା ହୋଇଯାଇଛି । ଦେଶରେ କୋରୋନା ପ୍ରକୋପ ଆରମ୍ଭ ପରେ ମାସ୍କ ଓ ସାନିଟାଇଜର ପାଇଁ ହଟଚମଟ ମଚିଯାଇଥିଲା । ଏପରିକି ଔଷଧ ପାଇଁ ହୋଲ ଡେଲିଭରି ଚାହିଦା ମଧ୍ୟ ବଢିଗଲା । ଆଉ ଫାର୍ମା ସେକ୍ଟର ଅନଲାଇନ ନିଜର କାରବାର ବଢାଇଲା । ଯାହା ଦ୍ବାରା ସେମାନଙ୍କୁ ପ୍ରବଳ ପ୍ରଫିଟ ହୋଇଛି ।

2. ଇ-କମର୍ସ ସେକ୍ଟର

କୋରୋନା ଯୋଗୁଁ ବଜାର ବନ୍ଦ ରହିଥିଲା , ଲୋକ ଘରେ ବନ୍ଦ ଥିଲେ । ଏଥିଯୋଗୁଁ ସୁରକ୍ଷା ଓ ସଂକ୍ରମଣକୁ ଏଡାଇବା ପାଇଁ ଜିନିଷ ଅର୍ଡର କରିବା ଆରମ୍ଭ କରିଦେଲେ । ଏଣୁ ଏହି ଅବଧିରେ ଇ-କମର୍ସ କମ୍ପାନୀ ଉପରେ ଲୋକ ସର୍ବାଧିକ ନିର୍ଭର କଲେ । ଆମାଜନ ଓ ଫ୍ଲିପକାର୍ଟ ସମେତ ଅନ୍ୟ ଅନଲାଇନ ସପିଂ ପ୍ଲାର୍ଟଫର୍ମ ଓ ଇ-ରିଟେଲ ଦୋକାନୀଙ୍କ ପାଇଁ ବଡ ସୁଯୋଗ ସୃଷ୍ଟି ହୋଇଛି । ଲକଡାଉନ କାଳରେ ଏହି କମ୍ପାନୀଗୁଡିକ ନିଜ ସର୍ଭିସ ଓ ଦକ୍ଷତା ବଢାଇଦେଲେ । ଗ୍ରାହକ ଓ ସରକାରୀ ନିର୍ଦ୍ଦେଶର ପାଳନ କରି ଏହି କମ୍ପାନୀଗୁଡିକ କାମ କଲେ । କୋଭିଡ-19 ମଧ୍ୟରେ ଲୋକଙ୍କ ସପିଂ ଷ୍ଟାଇଲରେ ବଡ ପରିବର୍ତ୍ତନ ହେଲା । ଯାହାର ସବୁଠୁ ଅଧିକ ଫାଇଦା ଇ-କମର୍ସ ସେକ୍ଟରକୁ ହେଲା ।

3.ରିଅଲ ଇଷ୍ଟେଟ ସେକ୍ଟର

ରିଅଲ ଇଷ୍ଟେଟ ସେକ୍ଟର ମହାମାରୀ ପୂର୍ବରୁ ସଙ୍କଟର ସାମ୍ନା କରୁଥିଲା । ଅନିଶ୍ଚିତତା ଯୋଗୁଁ ଲୋକ ମାର୍ଚ୍ଚ ଠାରୁ ଜୁନ ମଧ୍ୟରେ ଘର କ୍ରୟ ପ୍ଲାନିଂକୁ ଟାଳିଦେଲେ । ଯଦିଓ ଏ ବର୍ଷ ସରକାର ରିଅଲଇଷ୍ଟେଟ ସେକ୍ଟରକୁ ମଜବୁତ କରିବା ପାଇଁ ଅନେକ ପ୍ରକାର ପଦକ୍ଷେପ ଘୋଷଣା କରିଛନ୍ତି । ହୋମ ଲୋନର ସୁଧ ହାର ଗତ 2 ଦଶକରେ ପ୍ରଥମ ଥର 7 ପ୍ରତିଶତ ତଳକୁ ଖସିଛି । ମହାରାଷ୍ଟ୍ର ସରକାର ଷ୍ଟାମ୍ପ ଶୁଳ୍କରେ ହ୍ରାସ କଲେ । ଯାହା ଦ୍ବାରା ମୁମ୍ବାଇରେ ନଭେମ୍ବର ମାସରେ 9,301 ଘରର ପଞ୍ଜିକରଣ ହୋଇଛି । ସମ୍ପତ୍ତି ପରାମର୍ଶଦାତା କମ୍ପାନୀ ନାଇଟ ଫ୍ରାଙ୍କ ଅନୁସାରେ ଏହା ଗତ 9 ବର୍ଷର ସର୍ବୋଚ୍ଚ ସ୍ତର ଓ ବାର୍ଷିକ ଆଧାରରେ 67 ପ୍ରତିଶତ ବୃଦ୍ଧି ହୋଇଛି । ନଭେମ୍ବର ମାସରେ ଘରର ପଞ୍ଜିକରଣ ମାସିକ ଆଧାରରେ 17 ପ୍ରତିଶତ ଓ ବାର୍ଷିକ ଆଧାରରେ 67 ପ୍ରତିଶତ ବଢିଛି । ଏପରିକି ଅନେକ ବିଲ୍ଡର ମଧ୍ୟ ଷ୍ଟାମ୍ପ ଶୁଳ୍କ ବହନ ପାଇଁ ଅଫର ଦେଲେ ।

4. ଫିଟନେସ ସେକ୍ଟର

କୋରୋନୋ ମହାମାରୀ ଲୋକଙ୍କ ମଧ୍ୟରେ ସଚେତନତା ବଢାଇଲା । ସମସ୍ତେ ସୁସ୍ଥ ଓ ଇମ୍ୟୁନିଟି ସିଷ୍ଟମକୁ ମଜବୁତ ପାଇଁ ପ୍ରୋତ୍ସାହିତ ହେଲେ । ଫଳରେ ଫିଟନେସ ସେକ୍ଟର ଫାଇଦା ମିଳିଛି । ସମସ୍ତେ ନିଜ ଶରୀର ପ୍ରତି ଧ୍ୟାନ ଦେଲେ , ଆଉ ଏଥିଯୋଗୁଁ ଟ୍ରେନର୍ସ ସମେତ ୱେଲନେସ ସେକ୍ଟରକୁ ବି ପ୍ରଫିଟ ହେଉଛି । ଲକଡାଉନ କାଳରେ ଜିମ ବନ୍ଦ ଥିଲା , ହେଲେ ହୋମ ଫିଟନେସ ଓ ଇକ୍ୟୁପିମେଣ୍ଟ ଓ ଟ୍ରେନର୍ସଙ୍କ ଚାହିଦା ବଢିଛି ।

5.ଆଇଟି ସେକ୍ଟର

କୋରୋନା କାଳରେ ଲାଗୁ ଲକଡାଉନ ସମୟରେ ୱାର୍କ ଫ୍ରମ ହୋମ ଲୋକଙ୍କ ଜୀବନର ଗୁରୁତ୍ବପୂ୍ର୍ଣ୍ଣ ଅଂଶ ସାଜିଛି । ଏହି କାରଣରୁ 2020 ଇମ୍ଫୋସିସ ଟେକ୍ନୋଲୋଜିର କମ୍ପାନୀଙ୍କ ପାଇଁ ବଡ ସୁଯୋଗ ସୃଷ୍ଟି ହୋଇଛି । ଇଣ୍ଟରନେଟ କନେକ୍ସନ ଠାରୁ ନେଇ ଚାକିରୀ ଓ ଘରର ଆବଶ୍ୟକ ଲୋକଙ୍କୁ ଅନେକ ଆପ୍ସ ଓ ପ୍ଲାର୍ଟଫର୍ମର ସାହାରା ନେବାକୁ ବାଧ୍ୟ କରିଛି । ଏଥିସହ ଲୋକ ସାଇବର ସିକ୍ୟୁରିଟିଜକୁ ମଧ୍ୟ ଆବଶ୍ୟକତା ଲିଷ୍ଟରେ ସାମିଲ କରିଛନ୍ତି ।

6.କୁବେର ହେଲେ ମାଲାମାଲ

କୋରୋନା ସଙ୍କଟ ମଧ୍ୟରେ ଟେକ୍ନୋଲୋଜି ସେକ୍ଟରର କିଛି ଆରବପତିଙ୍କ ସମ୍ପତ୍ତି ବଢିଛି । ଫୋବର୍ସ ମୁତାବକ ଚଳିତ ବର୍ଷ ମହାମାରୀ ସତ୍ତ୍ବେ ଜେଫ ବେଜୋସ , ଏଲନ ମସ୍କ, ମାର୍କ ଜୁକରବର୍ଗ ଓ ମୁକେଶ ଅମ୍ବାନୀଙ୍କ ଭଳି ବହୁ କୁବେରଙ୍କ ସମ୍ପତ୍ତିରେ ବୃଦ୍ଧି ହୋଇଛି । ଏ ବର୍ଷ ଏସିଆର ନମ୍ବର ୱାନ ତଥା ବିଶ୍ବର ଚତୁର୍ଥ ଧନୀ ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ (ଆରଆଇଏଲ) 10 ସ୍ଥାନ ଲମ୍ଫ ମାରି ବିଶ୍ବର ଶ୍ରେଷ୍ଠ 100 କମ୍ପାନୀ ଲିଷ୍ଟରେ ନିଜ ସ୍ଥାନ ହାସଲ କରିଛି । ବଜାର ପୁଞ୍ଜିକରଣରେ ନୂଆ କୀର୍ତ୍ତିମାନ ରଚିଛି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ (ଆରଆଇଏଲ) । 200 ଅରବ ଡଲାର (ପାଖାପାଖି 15 କୋଟି ଟଙ୍କା) ବଜାର ପୁଞ୍ଜିକରଣ ଟପିବା ସହ ଭାରତର ପ୍ରଥମ ସର୍ବବୃହତ୍ତ କମ୍ପାନୀ ହୋଇଛି ଆରଆଇଏଲ ।

7.ପୁଞ୍ଜି ବଜାରେ ଉତ୍ସାହ, ନିବେଶକ ମାଲାମାଲ

ବର୍ଷ ଆରମ୍ଭରେ ଚିତପଟ୍ଟାଙ୍ଗ ବଜାର ବର୍ଷ ଶେଷ ସୁଦ୍ଧା ରେକର୍ଡ ପରେ ରେକର୍ଡ ଭାଙ୍ଗିଛି । କୋରୋନା ପ୍ରଭାବରେ ମାର୍ଚ୍ଚ ମାସରେ ସେୟାର ସୂଚତାଙ୍କ ତଳମୁହାଁ ରହିବା ସହ ମାର୍ଚ୍ଚ 23 ରେ କାରବାର ହ୍ରାସ ପରେ ନିବେଶକ ଘଣ୍ଟାକରେ 10 ଲକ୍ଷ କୋଟି ଟଙ୍କା କ୍ଷତି ସହିଲେ । ହେଲେ ଡିସେମ୍ବରର ସେନସେକ୍ସ ଓ ନିଫ୍ଟି 46 ହଜାର ପାର କରି ରେକର୍ଡ କଲେ । ନୂଆ ବର୍ଷରେ ସେନସେକ୍ସ 51,000 ପଏଣ୍ଟ ଓ ନିଫ୍ଟି 15000 ପଏଣ୍ଟ ଛୁଇଁବ ବୋଲି ଆଶା ରହିଛି । ସେପଟେ ବିଦେଶୀ ନିବେଶକଙ୍କ ପସନ୍ଦ ଭାରତୀୟ ବଜାର ହୋଇଥିବାରୁ ଏ ବର୍ଷ ଏଫଡିଆ ସବୁ ରେକର୍ଡ ଭାଙ୍ଗି ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି । ଚଳିତ ଆର୍ଥିକ ବର୍ଷ (2020-21)ର ପ୍ରଥମାର୍ଦ୍ଧ (ଏପ୍ରିଲରୁ ସେପ୍ଟେମ୍ବର)ରେ ଭାରତକୁ ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜିନିବେଶ (ଏଫଡିଆଇ) ପ୍ରବାହ 15 ପ୍ରତିଶତ ବୃଦ୍ଧି ହୋଇଛି । ଏହି 6 ମାସରେ ଦେଶକୁ ମୋଟ 30 ବିଲିୟନ ଡଲାର (2.21 ଲକ୍ଷ କୋଟି ଟଙ୍କା) ମୂଲ୍ୟର ଏଫଡିଆଇ ଆସିଛି । ଏହି ଅବଧିରେ କେବଳ ଆମେରିକାକୁ 7.12 ମିଲିୟନ ଡଲାର ଏଫଡିଆଉଇ ଆସିଥିଲା ।

8. ନୂଆ ବଜାର

କୋରୋନା ସଙ୍କଟ ବହୁ ସେକ୍ଟର ପାଇଁ ନକରାତ୍ମକ ପ୍ରମାଣିତ ହୋଇଥିଲା ବେଳେ ଅନେକ ନୂଆ କାରବାର ଆରମ୍ଭରେ ସହଯୋଗ କରିଛି । ମାସ୍କ, ସାନିଟାଇଜର ଭଳି ବହୁ କ୍ଷୁଦ୍ର ଶିଳ୍ପ ଗଢିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.