ETV Bharat / business

ପ୍ରି-କୋଭିଡ ତୁଳନାରେ ମାତ୍ର 50 ପ୍ରତିଶତ ଗଡୁଛି ଟ୍ରେନ: ରେଲୱେ ଅଧ୍ୟକ୍ଷ - lockdown train

ଭାରତୀୟ ରେଳ 1800 ଟ୍ରେନ ତୁଳନାରେ ବର୍ତ୍ତମାନ 900ରୁ ଅଧିକ ମେଲ୍ ଓ ଏକ୍ସପ୍ରେସ ଟ୍ରେନର ପରିଚାଳନା କରୁଛି । ଅଧିକ ପଢନ୍ତୁ..

ପ୍ରି-କୋଭିଡ ତୁଳନାରେ ମାତ୍ର 50 ପ୍ରତିଶତ ଗଡୁଛି ଟ୍ରେନ: ରେଲୱେ ଅଧ୍ୟକ୍ଷ
ପ୍ରି-କୋଭିଡ ତୁଳନାରେ ମାତ୍ର 50 ପ୍ରତିଶତ ଗଡୁଛି ଟ୍ରେନ: ରେଲୱେ ଅଧ୍ୟକ୍ଷ
author img

By

Published : Dec 1, 2020, 9:04 PM IST

ନୂଆଦିଲ୍ଲୀ: ଭାରତୀୟ ରେଳବାଇ ଉପରେ କୋଭିଡ-19ର ପ୍ରଭାବ । ଭାରତୀୟ ରେଳବାଇ 1800 ଟ୍ରେନ ତୁଳନାରେ ବର୍ତ୍ତମାନ 900ରୁ ଅଧିକ ମେଲ୍ ଓ ଏକ୍ସପ୍ରେସ ଟ୍ରେନର ପରିଚାଳନା କରୁଛି ।

ଏକ ସମ୍ବାଦଦାତା ସମ୍ମିଳନୀକୁ ସମ୍ବୋଧିତ କରି ରେଳୱେ ବୋର୍ଡର ଅଧ୍ୟକ୍ଷ ତଥା ସିଇଓ ଭି.କେ ଯାଦନ କହିଛନ୍ତି ଯେ, ‘‘ ଲକଡାଉନ ପୂର୍ବରୁ 1800 ମେଲ୍ ଏବଂ ଏକ୍ସପ୍ରେସ ଟ୍ରେନ ତୁଳନାରେ ରେଲୱେ ବର୍ତ୍ତମାନ 908 ଟ୍ରେନ ପରିଚାଳିତ କରୁଛି । ଯାହାକି ମୋଟ ମେଲ୍ ଏବଂ ଏକ୍ସପ୍ରେସ ଟ୍ରେନର 50 ପ୍ରତିଶତ । ’’

ସିଇଓ ଆହୁରୀ ମଧ୍ୟ ଜଣାଛନ୍ତି କି, 20 ସ୍ପେଶାଲ ଯୋଡା ଟ୍ରେନ ବିଭିନ୍ନ ମାର୍ଗରେ ଚାଲୁଛି । ଏହା ବ୍ୟତିତ 566 ଟ୍ରେନ ସେବାକୁ ଅକ୍ଟୋବର 20 ରୁ ନଭେମ୍ବର 30 ମଧ୍ୟରେ ଫେଷ୍ଟିବଲ ସ୍ପେଶାଲ ଟ୍ରେନ ଭାବେ ସଞ୍ଚାଳିତ କରାଯାଉଛି ।

କୋଲକତା ମେଟ୍ରୋର 238 ସେବା ଜୁଲାଇ ମାସରୁ ଆରମ୍ଭ କରାଯାଇଛି । ଯେତେବେଳେ କି ଉପନଗରୀୟ 843 ସେବାର ଆରମ୍ଭ ନଭେମ୍ବରରେ ହୋଇଛି । ଏବେ ସୁଦ୍ଧା 2,773 ମୁମ୍ବାଇ ଉପନଗରୀୟ ସେବା ପରିଚାଳନା କରାଯାଉଛି ।

ସେହିପରି ମାଲ ପରିବହନ ସେବା ଉପରେ ଯାଦବ କହିଛନ୍ତି ଯେ, ଏ ବର୍ଷ ନଭେମ୍ବରରେ ମାଲ ଗାଡିଗୁଡିକ 109.68 ମିଲିୟନ ଟନ ମାଲ ଭାରର ପରିବହନ କରିଛି । ଯାହାକି ଗତ ବର୍ଷ ସମାନ ଅବଧିରେ 10.96 କୋଟି ଟନରୁ ଅଧିକ ଥିଲା ।

ଜାତୀୟ ଟ୍ରାନ୍ସପୋର୍ଟର କୁ ନଭେମ୍ବରରେ 80.72 ଲକ୍ଷ ଟନରୁ ଅଧିକ ଲୋଡିଂ ମିଳିଛି । ଯାହାର କାରଣ ରେଲୱେକୁ ଗତ ବର୍ଷ ତୁଳନାରେ 449.79 କୋଟି ଟଙ୍କାର ଅଧିକ ଆୟ ହୋଇଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.