ETV Bharat / business

ଆକାଉଣ୍ଟ ଖୋଲିଲେ ମାଗଣାରେ ମାସ୍କ ଦେଉଛି ଏହି ବ୍ୟାଙ୍କ

ବର୍ତ୍ତମାନ ସମୟରେ ଅଧିକ ଚାହିଦା ରହିଥିବା ମାସ୍କକୁ ଅସ୍ତ୍ର କରି କାରବାର ବଢାଇବାକୁ ଯୋଜନା କରୁଛନ୍ତି ଏହି ଦେଶର ବ୍ୟାଙ୍କ ।

Open a Bank Account, Get Free Masks
ଆକାଉଣ୍ଟ ଖୋଲିଲେ ମାଗଣାରେ ମାସ୍କ ଦେଉଛି ଏହି ବ୍ୟାଙ୍କ
author img

By

Published : Mar 18, 2020, 3:05 PM IST

ସଂଘାଇ: କୋରୋନା ଭାଇରସ ପ୍ରକୋପ ଭୁଷୁଡିବା ସ୍ଥିତିରେ ଅର୍ଥନୀତି । ନେଣଦେଣ ଦୁର୍ବଳ ହେଉଛି । ଏପରି ସ୍ଥିତିରେ ଆକାଉଣ୍ଟ ସଂଖ୍ୟା ବଢାଇବାକୁ ଗ୍ରାହକଙ୍କୁ ମାଗଣାରେ ମାସ୍କ ବାଣ୍ଟୁଛନ୍ତି ଚୀନର ବ୍ୟାଙ୍କ ।

ଏବେ ସୁଦ୍ଧା ଲକ୍ଷାଧିକ ଲୋକ କୋରୋନା ଭାଇରସରେ ସଂକ୍ରମିତ ହୋଇସାରିଲେଣି । ବହୁ ଲୋକଙ୍କ ଜୀବନ ଗଲାଣି । ଏପରି ସ୍ଥିତିରେ ସୁରକ୍ଷା ଓ ସତର୍କ ରହିବାକୁ ଚକଅଖ ପ୍ରାୟ ବନ୍ଦ ହେଲାଣି । ଏଥିଯୋଗୁଁ ଜୀବନ ଯାତ୍ରା ଭାରୀ ମାତ୍ରାରେ ପ୍ରଭାବିତ ହେଉଛି । ଏହି ଭାଇରସ ଉତ୍ପତ୍ତି କେନ୍ଦ୍ର ଚୀନରେ ଏବେ ଏହି ଭାଇରସ ପ୍ରକୋପରେ 3 ହଜାର ଲୋକଙ୍କ ମୁଣ୍ଡ ଗଲାଣି ।

କୋରୋନା ଭାଇରସ ପ୍ରସାରକୁ ରୋକିବାକୁ ଚୀନ ସରକାର ଜାନୁଆରୀ ଶେଷରୁ ବହୁ ସହରକୁ ବନ୍ଦ କରିଦେଇଥିଲେ । ତେବେ ପୁଣି କାରବାରକୁ ଠିଆ କରିବାକୁ ବ୍ୟାଙ୍କ ଗୁଡିକ ପ୍ରସ୍ତୁତ ହେଉଛନ୍ତି । ବର୍ତ୍ତମାନ ସମୟରେ ଅଧିକ ଚାହିଦା ରହିଥିବା ମାସ୍କକୁ ଅସ୍ତ୍ର କରି କାରବାର ବଢାଇବାକୁ ଯୋଜନା ହେଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.