ବିଜନେସ ଡେସ୍କ, ଇଟିଭି ଭାରତ: ପ୍ରାୟ 138 କୋଟି ଜନସଂଖ୍ୟାର ମାତ୍ର 1 ପ୍ରତିଶତ ଦେଉଛନ୍ତି ଟିକସ । ଜାଣି ଆଶ୍ଚର୍ଯ୍ୟ ଲାଗୁଥିବ, କିନ୍ତୁ ଏହା ବାସ୍ତବ । ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସଂସଦରେ ସୂଚନା ଦିଆଯାଇଛି ।
ଲୋକସଭାରେ ଏକ ପ୍ରଶ୍ନର ଉତ୍ତରରେ ଅର୍ଥ ରାଷ୍ଟ୍ର ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି କି, 2020 ଫେବୃଆରୀ ସୁଦ୍ଧା ଆର୍ଥିକ ବର୍ଷ 2018-19 ପାଇଁ ବ୍ୟକ୍ତିଗତ ଟିକସଦାତାଙ୍କ ପକ୍ଷରୁ 5.78 କୋଟି ଇନକମ ଟ୍ୟାକ୍ସ ରିଟର୍ଣ୍ଣ (ଆଇଟିଆର) ଦାଖିଲ କରାଯାଇଥାଏ । ଯେଉଁଥିରେ କେବଳ 1.46 କୋଟି ବ୍ୟକ୍ତିଗତ କରଦାତା 5 ଲକ୍ଷ ଟଙ୍କାରୁ ଅଧିକ ଆୟ ଶ୍ରେଣୀ ନେଇ ଘୋଷିତ ହୋଇଛନ୍ତି ।
ଫାଇନାନ୍ସ ଆକ୍ଟ 2019ରେ କୁହାଯାଇଛି କି 5 ଲକ୍ଷ ଟଙ୍କା ଯାଏଁ ଆୟ କରୁଥିବା ବ୍ୟକ୍ତିଗତ କରଦାତାଙ୍କୁ ଆକଳନ ବର୍ଷ 2020-21 ପରେ କୌଣସି ମଧ୍ୟ ଟିକସ ଭରିବାକୁ ପଡିବ ନାହିଁ । ଏଥିମଧ୍ୟରେ ଟିକସ ଚୋରୀ ଦେଶରେ ଟିକସ କଲେକ୍ସନ ପାଇଁ ଏକ ବହୁତ ବାଧକ ହୋଇଛି ।
ଠାକୁର କହିଛନ୍ତି କି ସରକାର ଟିକସ ଚୋରୀର ପର୍ଦ୍ଦାଫାଶ ପାଇଁ ଅନେକ ପଦକ୍ଷେପ ନେଇଛନ୍ତି । ସେହିଭଳି ଆୟକର ବିଭାଗ ମଧ୍ୟ ଟିକସ ଚୋରୀ ବିଷୟରେ ଜାଣିବା ପାଇଁ ଅନେକ ଟେକ୍ନୋଲୋଜିର ଡେଭଲପ କରିଛି । ଏଥିରେ ସବୁ ବିଷୟରେ ଯାଞ୍ଚ ପାଇଁ କମ୍ପ୍ୟୁଟର ଆସିଷ୍ଟେଡ ସ୍କୃଟିନି ସିଲେକ୍ସନ (ସିଏଏସଏସ) ଭଳି ଗୁରୁତ୍ବପୂର୍ଣ୍ଣ ଉପାୟ ସାମିଲ ଅଛି । ଏହା ବ୍ୟତିତ ଟିକସ ଦେଉନଥିବା ଲୋକଙ୍କ ଉପରେ କାର୍ଯ୍ୟନୁଷ୍ଠାନକୁ ପ୍ରାଥମିକତ ଦେବା ପାଇଁ ନନ ଫାଇଲର ମନିଟରିଂ ସିଷ୍ଟମ (ଏନଏମଏସ) ଓ ଆୟକର ବ୍ଯାପର ଅନୁପ୍ରୟୋଗ (ଆଇଟିବିଏ) ଅନ୍ତର୍ଭୁକ୍ତ ଅଛି ।
କଳା ଅର୍ଥର ବିପଦକୁ ଧ୍ୟାନରେ ରଖି, ସରକାର ଆୟକର ଅଧିନିୟମ, 1961 ରେ ଲେଜିସଲେଟିଭ ପ୍ରୋଭିଜନ ଯୋଗୁଁ ବର୍ତ୍ତମାନ ବ୍ୟକ୍ତିବିଶେଷଙ୍କୁ ଆୟ ଲୁଚାଇବା ସହିତ ଅଜ୍ଞାତ ନଗଦ ବ୍ୟବହାର କରି ଖର୍ଚ୍ଚ ଲୁଚାଇବା କଷ୍ଟକର ହୋଇପଡୁଛି। କାରଣ ଏଥିରେ ପାନ ବାଧ୍ୟତାମୂଳକ ହେବା ସାମିଲ ଅଛି । ଏହା ବାଦ 2 ଲକ୍ଷ ଟଙ୍କା ବା ତା ଠାରୁ ଅଧିକ ନଗଦ ନେଣଦେଣ ଉପରେ ରୋକ, କୌଣସି ଆର୍ଥିକ ବର୍ଷ ମଧ୍ୟରେ ଗୋଟିଏ କିମ୍ବା ଅଧିକ ଖାତାରୁ କୌଣସି ବ୍ୟକ୍ତି ଦ୍ବାରା 1 କୋଟି ଟଙ୍କାରୁ ଅଧିକ ନଗଦ ଉଠାଣ ଉପରେ 2 ପ୍ରତିଶତ ଟିଡିଏସ ଲଗାଇବା ପାଇଁ ପ୍ରାବଧାନ ରହିଛି । ନଗଦ ନେଣଦେଣ ଉପରେ ଅନେକ ପ୍ରକାର ପ୍ରତିବନ୍ଧକ ଲଗାଯାଇଛି । ୟୁପିଆଇ (ଭିମ, ଫୋନପେ, ଆମାଜନ ପେ, ଗୁଗଲ ପେ, ପେଟିଏମ, )ରେ 2000 ଟଙ୍କାରୁ ଅଧିକ କରାଯାଉଥିବା ଅର୍ଥଦାନ ଆୟକର ଆଇନର ଧାରା 80 (ଜି) ଅନୁଯାୟୀ ମଧ୍ୟ କଟକଣାରେ ରହିଛି ।
ଗତ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଚ୍ଚୋଟ ଟିକସ ଦାତାଙ୍କୁ ସମ୍ମାନ ନେଇ ଏକ ପ୍ଲାର୍ଟଫର୍ମର ଆରମ୍ଭ କରିଛି । ଏଥିରେ ସଚ୍ଚୋଟ କରଦାତାଙ୍କୁ ପ୍ରୋତ୍ସାହିତ କରାଯିବ । ରାଷ୍ଟ୍ର ନିର୍ମାଣରେ ଟିକସଦାତାଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ । ଏଣୁ ଏକ ସ୍ୱଚ୍ଛ ଟିକସ ପ୍ଲାଟଫର୍ମ ଆରମ୍ଭ କରି ମୋଦି ସଚ୍ଚୋଟତାର ସହ ରାଷ୍ଟ୍ର ନିର୍ମାଣରେ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି।