ETV Bharat / business

ଓଡିଶା ବଜେଟ: ସ୍ବାସ୍ଥ୍ୟ ପାଇଁ 7,700 କୋଟି, ହୃଦରୋଗୀଙ୍କ ପାଇଁ ନୂଆ ଯୋଜନା

ଓଡିଶା ସରକାର ଚଳିତ ବଜେଟରେ ସ୍ବାସ୍ଥ୍ୟ ପାଇଁ ସରକାର ୭ ହଜାର ୭ ଶହ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ସେହିପରି ଓଡ଼ିଶା କାର୍ଡିଆକ କେୟାର କାର୍ଯ୍ୟକ୍ରମ ନାଁରେ ନୂଆ ଯୋଜନା ଘୋଷଣା କରିଛନ୍ତି ।

odisha-budget-7700-crore-sanctioned-for-health
ଓଡିଶା ବଜେଟ: ସ୍ବାସ୍ଥ୍ୟ କ୍ଷେତ୍ର ପାଇଁ ୭ ହଜାର ୭ ଶହ କୋଟି, ହୃଦରୋଗୀଙ୍କ ପାଇଁ ନୂଆ ଯୋଜନା
author img

By

Published : Feb 18, 2020, 6:47 PM IST

Updated : Feb 18, 2020, 11:24 PM IST

ଭୁବନେଶ୍ବର: ରାଜ୍ୟ ସରକାର 2020-21 ବର୍ଷ ପାଇଁ ଆର୍ଥିକ ବଜେଟ ଉପସ୍ଥାପିତ କରିଛନ୍ତି । ଚଳିତ ବଜେଟରେ ସ୍ବାସ୍ଥ୍ୟ କ୍ଷେତ୍ର ପାଇଁ ସରକାର ୭ ହଜାର ୭ ଶହ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ସେହିପରି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ 1 ହଜାର 8 ଶହ କୋଟିର ବ୍ୟୟବରାଦ କରାଯାଇଛି ।

ମୁଖ୍ୟମନ୍ତ୍ରୀ ସ୍ବାସ୍ଥ୍ୟ ସେବା ମିଶନ ପାଇଁ 578 କୋଟି ବ୍ୟୟ ଅଟକଳ କରାଯାଇଛି । SCBକୁ ବିଶ୍ବସ୍ତରୀୟ କରିବା ପାଇଁ 1000 କୋଟିରୁ ଅଧିକ ଖର୍ଚ୍ଚ ହେବ । ନିର୍ମଳା ଯୋଜନା ଅଧୀନରେ 360 କୋଟି ଟଙ୍କା ବ୍ୟୟ କରାଯିବ ।

ଅନ୍ୟପକ୍ଷରେ ଝାରସୁଗୁଡ଼ାରେ ଅତିଶୀଘ୍ର ହେବ ହୃଦ୍‌ରୋଗ ଚିକିତ୍ସା କେନ୍ଦ୍ର । ଓଡ଼ିଶା କାର୍ଡିଆକ କେୟାର କାର୍ଯ୍ୟକ୍ରମ ନାଁରେ ନୂଆ ଯୋଜନା ରାଜ୍ୟ ସରକାର ପ୍ରଣୟନ କରିଛନ୍ତି । ସେହିପରି ରାଜ୍ୟ କର୍ମଚାରୀଙ୍କ ବୀମା ପାଇଁ ୪୭ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି ।

  • ପାଞ୍ଚ ବର୍ଷରେ ସ୍ବାସ୍ଥ୍ୟ କ୍ଷେତ୍ରର ବଜେଟ୍‌ 7 ହଜାର 7 ଶହ କୋଟିରେ ପହଞ୍ଚିଛି
  • ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ 1 ହଜାର 8 ଶହ କୋଟି
  • ମୁଖ୍ୟମନ୍ତ୍ରୀ ସ୍ବାସ୍ଥ୍ୟସେବା ମିଶନରେ ସ୍ବାସ୍ଥ୍ୟକ୍ଷେତ୍ରରେ ଭିତ୍ତିଭୂମି ନିର୍ମାଣ ଓ ସେବା ଯୋଗାଇଦେବା ପାଇଁ 5ଶହ 78 କୋଟି
  • ଜାତୀୟ ସ୍ବାସ୍ଥ୍ୟ ମିଶନରେ 1 ହଜାରେ 6 ଶହ 52 କୋଟି ଟଙ୍କାର ବ୍ୟୟ ବରାଦ
  • ଏସସିବି ପାଇଁ 1 ହଜାର କୋଟି
  • ‘ନିର୍ମଳ’ ଯୋଜନା ପାଇଁ 3 ଶହ 60 କୋଟି
  • 7ଟି ନୂଆ ଭେଷଜ ମହାବିଦ୍ୟାଳୟ ପାଇଁ 5ଶହ 62 କୋଟି ଟଙ୍କା ବ୍ୟୟ ବରାଦ
  • କର୍ମଚାରୀ ରାଜ୍ୟ ବୀମା ଯୋଜନା ପାଇଁ 47 କୋଟି

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 18, 2020, 11:24 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.