ETV Bharat / business

ରାଜ୍ୟ ବଜେଟ-2020: ଶିକ୍ଷା ପାଇଁ 22, 600 କୋଟି

ଚଳିତ ବଜେଟରେ ରାଜ୍ୟ ସରକାର ଶିକ୍ଷା ଓ ଦକ୍ଷତା ବିକାଶ ପାଇଁ 22 ହଜାର 6ଶହ 31କୋଟି ଟଙ୍କା ମଞ୍ଜୁର କରାଯାଇଛି । ଅଧିକ ପଢନ୍ତୁ...

odisha-budget-22-thousand-6-hundred-for-education
ରାଜ୍ୟ ବଜେଟ 2020: ଶିକ୍ଷା ପାଇଁ 22 ହଜାର 6ଶହ କୋଟି
author img

By

Published : Feb 18, 2020, 9:00 PM IST

Updated : Feb 19, 2020, 6:37 PM IST

ଭୁବନେଶ୍ବର: ରାଜ୍ୟ ସରକାର 2020-21 ବର୍ଷ ପାଇଁ ବଜେଟ ଉପସ୍ଥାପିତ କରିଛନ୍ତି । ଚଳିତ ବଜେଟରେ ରାଜ୍ୟ ସରକାର ଶିକ୍ଷା ଓ ଦକ୍ଷତା ବିକାଶ ପାଇଁ 22 ହଜାର 6ଶହ 31କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଆଦର୍ଶ ବିଦ୍ୟାଳୟ ପାଇଁ 4 ଶହ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଥିବା ବେଳେ ସର୍ବଶିକ୍ଷା ଅଭିଯାନ ପାଇଁ 3 ହଜାର 157 କୋଟି ଟଙ୍କା ରଖାଯାଇଛି ।

odisha-budget-22-thousand-6-hundred-for-education
ରାଜ୍ୟ ବଜେଟ-2020: ଶିକ୍ଷା ପାଇଁ 22, 600 କୋଟି

ବିଦ୍ୟାଳୟ ମାନଙ୍କରେ ମଧ୍ୟାହ୍ନ ଭୋଜନ ପାଇଁ 8 ଶହ କୋଟି ଟଙ୍କା ଓ ଏଲପିଜି ଯୋଗାଣ ପାଇଁ 8 କୋଟି ଟଙ୍କା ମଞ୍ଜୁର କରାଯାଇଛି । ସେହିଭଳି ମୋ ସ୍କୁଲ କାର୍ଯ୍ୟକ୍ରମ ପାଇଁ 40 କୋଟି, ମୋ କଲେଜ ବାବଦରେ 10 କୋଟି ଅର୍ଥ ବ୍ୟୟ କରାଯିବ ।

ଅନ୍ୟପକ୍ଷରେ ଗଙ୍ଗାଧର ମେହେର ଶିକ୍ଷାମାନକ ବୃଦ୍ଧି ଯୋଜନାରେ 2 ଶହ 31 କୋଟି ଟଙ୍କା ଓ ଏସଟି ଛାତ୍ରୀନିବାସ, ସହରାଞ୍ଚଳ ଛାତ୍ରାବାସ ପାଇଁ 2 ଶହ 77 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ପ୍ରେରଣା ଛାତ୍ରବୃତ୍ତି ପାଇଁ 1 ହଜାର 4ଶହ 7 କୋଟି ଟଙ୍କା ମଞ୍ଜୁର କରାଯାଇଛି । ଓଡିଆ ବିଶ୍ବ ବିଦ୍ୟାଳୟ ପାଇଁ 15 କୋଟି, ଉଚ୍ଚଶିକ୍ଷା ଅନୁଷ୍ଠାନ ଗୁଡିକର ଭିତ୍ତିଭୂମିର ଉନ୍ନତି ପାଇଁ 2ଶହ କୋଟି ଓ ଲାପଟପ ବିତରଣ ପାଇଁ 45 କୋଟି, ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନ ପାଇଁ 2 ଶହ 20 କୋଟି ଟଙ୍କା ମଞ୍ଜୁର କରାଯାଇଛି । ରାଜଧାନୀରେ ବିଶ୍ବ ଦକ୍ଷତା କେନ୍ଦ୍ର ପାଇଁ 2 ଶହ 20 କୋଟି ଓ ବୈଷୟିକ ବିଶ୍ବବିଦ୍ୟାଳୟ ଓ ଆଇଟିଆଇ ଗୁଡିକର ଭିତ୍ତିଭୂମିର ବିକାଶ ପାଇଁ 1ଶହ 99 କୋଟି ଟଙ୍କାର ବ୍ୟୟ ବରାଦ ରହିଛି ।

ଶିକ୍ଷା ପାଇଁ 22 ହଜାର 6 ଶହ 31 କୋଟି

ଆଦର୍ଶ ବିଦ୍ୟାଳୟ ପାଇଁ 4 ଶହ କୋଟି

ସମଗ୍ର ଶିକ୍ଷା ଅଭିଯାନ ନିମନ୍ତେ 3 ହଜାର 1 ଶହ 57 କୋଟି

ମଧ୍ୟାହ୍ନ ଭୋଜନ ପାଇଁ 8 ଶହ କୋଟି

ମୋ ସ୍କୁଲ କାର୍ଯ୍ୟକ୍ରମ ପାଇଁ 40 କୋଟି

ମୋ କଲେଜ ଅଭିଯାନ ପାଇଁ 10 କୋଟି

ଗଙ୍ଗାଧର ମେହେର ଶିକ୍ଷାମାନକ ବୃଦ୍ଧି ଯୋଜନା ପାଇଁ 2 ଶହ 31 କୋଟି

ଛାତ୍ରାବାସ ନିର୍ମାଣ ପାଇଁ 2ଶହ 77 କୋଟି

ଛାତ୍ରବୃତ୍ତି ଲାଗି 1 ହଜାର 4 ଶହ 7 କୋଟି

ଉଚ୍ଚଶିକ୍ଷା ଅନୁଷ୍ଠାନର ଭିତ୍ତିଭୂମିର ବିକାଶପାଇଁ 2 ଶହ କୋଟି

ଲାପଟପ୍‌ ବିତରଣ ପାଇଁ 45 କୋଟି

ବିଶ୍ବ ଦକ୍ଷତା କେନ୍ଦ୍ର ପାଇଁ 2 ଶହ 20 କୋଟି

ବୈଷୟିକ ବିଶ୍ବବିଦ୍ୟାଳୟର ବିକାଶ ପାଇଁ 1 ଶହ 99 କୋଟି

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 19, 2020, 6:37 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.