ETV Bharat / business

‘ବ୍ୟାଙ୍କର ଘରୋଇକରଣ ନୁହେଁ , ସରକାରଙ୍କ ଅଂଶଧନ ହ୍ରାସ ଜରୁରୀ ’ - ଭାରତୀୟ ରିଜର୍ଭ ବ୍ୟାଙ୍କ ବୋର୍ଡର ସଦସ୍ୟ ସତୀଶ ମରାଠେ

ସାର୍ବଜନୀନ କ୍ଷେତ୍ରର ବ୍ୟାଙ୍କ (ପିଏସବି )କୁ ଭବିଷ୍ୟତରେ ପ୍ରାସଙ୍ଗିକ ଏବଂ ପ୍ରଭାବଶାଳୀ ହେବା ପାଇଁ ନିଜ ପ୍ରଣାଳୀ , ପ୍ରକ୍ରିୟା ଓ କର୍ମଚାରୀଙ୍କ ବ୍ୟବହାରରେ ଆମୂଳଚୂଳ ପରିବର୍ତ୍ତନ ଆଣିବା ଆବଶ୍ୟକ ।

No need to privatise PSBs
No need to privatise PSBs
author img

By

Published : Jul 27, 2020, 4:26 PM IST

ନୂଆଦିଲ୍ଲୀ: ଦେଶର ବିକାଶରେ ସାର୍ବଜନୀନ କ୍ଷେତ୍ରର ବ୍ୟାଙ୍କଗୁଡିକର ଭୂମିକା ଗୁରୁତ୍ବପୂର୍ଣ୍ଣ । ଏହାକୁ ଦୃଷ୍ଟିରେ ରଖି ସେଗୁଡିକର ଘରୋଇକରଣ କରିବା ଠିକ ନୁହେଁ , ବରଂ ସରକାର ଏଥିରେ ନିଜ ଅଂଶଧନର ବଡ ଭାଗ ସାଧାରଣ ଭାରତୀୟଙ୍କୁ ବିକ୍ରି କରି ଏହାର ଅଂଶଧନକୁ 26 ପ୍ରତିଶତକୁ ହ୍ରାସ କରିବାକୁ ଚିନ୍ତା କରିବା ଉଚିତ । ଭାରତୀୟ ରିଜର୍ଭ ବ୍ୟାଙ୍କ ବୋର୍ଡର ସଦସ୍ୟ ସତୀଶ ମରାଠେ ଏ ନେଇ କହିଛନ୍ତି ।

ସାର୍ବଜନୀନ କ୍ଷେତ୍ରର ବ୍ୟାଙ୍କ (ପିଏସବି )କୁ ଭବିଷ୍ୟତରେ ପ୍ରାସଙ୍ଗିକ ଏବଂ ପ୍ରଭାବଶାଳୀ ହେବା ପାଇଁ ନିଜ ପ୍ରଣାଳୀ , ପ୍ରକ୍ରିୟା ଓ କର୍ମଚାରୀଙ୍କ ବ୍ୟବହାରରେ ଆମୂଳଚୂଳ ପରିବର୍ତ୍ତନ ଆଣିବା ଆବଶ୍ୟକ ଅଛି ବୋଲି ମରାଠେ କହିଛନ୍ତି । ବ୍ୟାଙ୍କର ରାଷ୍ଟ୍ରୀୟକରଣର 51 ତମ ବାର୍ଷିକୀ ପାଳନ ଆବସରରେ ଆୟୋଜିତ ଏକ ଅନଲା ସେମିନାରରେ ସେ ଏ ନେଇ ମନ୍ତବ୍ୟ ଦେଇଛନ୍ତି ।

ସେ କହିଛନ୍ତି, ‘‘ ପିଏସବି ର ମାଲିକାନା ବଡ ପରିମାଣରେ ସାଧାରଣ ଲୋକଙ୍କ ପାଖକୁ ଯିବା ଉଚିତ। ସରକାରଙ୍କ ଅଂଶଧନ ରହିପାରିବ। ମୁଁ କହିବାକୁ ଚାହେଁ ଯେ ଏହା 26 ପ୍ରତିଶତରୁ ଅଧିକ ହେବା ଉଚିତ, ଯେଉଁଠାରେ କି ସେମାନଙ୍କୁ ସାମ୍ବିଧାନିକ ବ୍ୟବସ୍ଥା ପ୍ରାପ୍ତ ହେବ।’’

ସେ ଏହା ମଧ୍ୟ କହିଛନ୍ତି ଯେ ବ୍ୟକ୍ତିଗତ ଅଂଶ ସୀମା ଏବଂ ଅନ୍ୟାନ୍ୟ ଆଇନ ମାଧ୍ୟମରେ ଏହା ନିଶ୍ଚିତ ହେବା ଉଚିତ ଯେକୌଣସି ଅନୁଷ୍ଠାନ କିମ୍ବା ଗୋଷ୍ଠୀ ଏହି ବ୍ୟାଙ୍କଗୁଡିକ ଉପରେ ଅତ୍ୟଧିକ ନିୟନ୍ତ୍ରଣ ହାସଲ କରିପାରିବେ ନାହିଁ ।

ଗତ 51 ବର୍ଷ ମଧ୍ୟରେ ନିର୍ମିତ ଏହି ଭିତ୍ତିଭୂମି ଭାଙ୍ଗିବାର ଅସୁବିଧା ଯଥେଷ୍ଟ ହେବ। ବିଗତ ଅନେକ ବର୍ଷ ମଧ୍ୟରେ ପ୍ରୟାସ ସତ୍ତ୍ବେ ଦେଶ ଗରିବ ରହିଛି ଏବଂ ଆର୍ଥିକ ଅଭିବୃଦ୍ଧି ପାଇଁ ପ୍ରୟାସ ସୀମିତ ସଫଳତା ପାଇଛି ବୋଲି ମରାଠେ କହିଛନ୍ତି ।

ସେ କହିଛନ୍ତି ଯେ ସାର୍ବଜନୀନ କ୍ଷେତ୍ର ବ୍ୟାଙ୍କଗୁଡିକ କ୍ଷୁଦ୍ର ବ୍ୟବସାୟ ବିଭାଗ ସହ ସମଗ୍ର ଗ୍ରାମାଞ୍ଚଳକୁ ନେଇ ସେମାନଙ୍କର ଦୃଷ୍ଟିକୋଣ ପରିବର୍ତ୍ତନ କରିବା ଆବଶ୍ୟକ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.