ETV Bharat / business

ମେ 11 ଯାଏଁ ନ୍ୟାୟିକ ହେପାଜତରେ ନୀରବ ମୋଦି - Nirav Modi

ନୀରବ ମୋଦି ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ 14 ହଜାର କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଠକେଇ କରି ଫେରାର ହୋଇଯାଇଛନ୍ତି । ଏଣୁ ଋଣ ଜାଲିଆତି ମାମଲାରେ ତାଙ୍କୁ ପଳାତକ ଘୋଷଣା କରାଯାଇଛି । ଅଧିକ ପଢନ୍ତୁ..

Nirav Modi set for remote extradition trial from May 11 in UK court
ନୀରବ ମୋଦି
author img

By

Published : Apr 29, 2020, 8:40 PM IST

ନୂଆଦିଲ୍ଲୀ: ପଳାତକ ହୀରା ବ୍ୟବସାୟୀ ନୀରବ ମୋଦିଙ୍କୁ ମେ 11 ପର୍ଯ୍ୟନ୍ତ ନ୍ୟାୟିକ ହେପାଜତରେ ପଠାଇଲେ ବ୍ରିଟିଶ କୋର୍ଟ । ସେବେଠାରୁ ତାଙ୍କ ନାଁରେ ରହିଥିବା ମାମଲାର 5 ଦିନ ଭିଡିଓ ଲିଙ୍କରେ ଶୁଣାଣି କରାଯିବ ।

ନୀରବ ମୋଦି ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ 14 ହଜାର କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଠକେଇ କରି ଫେରାର ହୋଇଯାଇଛନ୍ତି । ଏଣୁ ଋଣ ଜାଲିଆତି ମାମଲାରେ ତାଙ୍କୁ ପଳାତକ ଘୋଷଣା କରାଯାଇଛି । ତେବେ ଭାରତ ପ୍ରତ୍ୟାପଣ ବିରୋଧରେ ସେ ବ୍ରିଟିଶ କୋର୍ଟରେ ଚ୍ୟାଲେଞ୍ଜ ଦେଇଆସୁଛନ୍ତି ।

49 ବର୍ଷୀୟ ନୀରବ ଏବେ ଲଣ୍ଡନରେ ଏକ ଜେଲରେ ବନ୍ଦୀ ଅଛନ୍ତି । ଜେଲକୁ ଭିଡିଓ କନଫ୍ରେନ୍ସିଂ ଜରିଆରେ ତାଙ୍କୁ କୋର୍ଟରେ ହାଜର କରାଯାଉଛି । ତେବେ ଲଣ୍ଡନରେ ମଧ୍ୟ କୋରୋନା ଭାଇରସ ସଂକ୍ରମଣ ବିପଦ ରହିଥିବା ଯୋଗୁଁ ଭିଡିଓ କନଫ୍ରେନ୍ସିଂ ଜରିଆରେ ମାମଲାର ଶୁଣାଣି ହେଉଛି ।

ପ୍ରକାଶ ଥାଉକି, ଲଣ୍ଡନର ଓ୍ବେଷ୍ଟମିନିଷ୍ଟର ଅଦାଲତରେ ତାଙ୍କର 3 ଥର ତାଙ୍କ ଜାମିନ ମଧ୍ୟ ଖାରଜ ହୋଇସାରିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.