ETV Bharat / business

ନୂଆ ବର୍ଷରୁ ବଜାରରେ ଅଭିବୃଦ୍ଧି, ରେକର୍ଡ ସ୍ତରରେ ନିଫ୍ଟି - market update latest

ନୂଆ ବର୍ଷ ଆରମ୍ଭରୁ ସେୟାର ବଜାରରେ ଅଭିବୃଦ୍ଧି । ବମ୍ଫର ବୃଦ୍ଧି ସହ ବନ୍ଦ ହୋଇଛି ଗୁରୁବାର ବଜାର । ଏପଟେ ନିଫ୍ଟି ବି ରେକର୍ଡ ସୃଷ୍ଟି କରିଛି ।

nifty reaches record high of 12282 sensex rallies 320 points
ନୂଆ ବର୍ଷରୁ ବଜାରରେ ଅଭିବୃଦ୍ଧି ଜାରି , ରେକର୍ଡ ସ୍ତରରେ ନିଫ୍ଟି
author img

By

Published : Jan 2, 2020, 5:57 PM IST

Updated : Jan 2, 2020, 6:29 PM IST

ମୁମ୍ବାଇ: ନୂଆ ବର୍ଷ ଆରମ୍ଭରୁ ସେୟାର ବଜାରରେ ଅଭିବୃଦ୍ଧି ଜାରି । ବମ୍ଫର ବୃଦ୍ଧି ସହ ବନ୍ଦ ହୋଇଛି ଗୁରୁବାର ବଜାର । ବିଶ୍ବ ବଜାରରେ ମଜବୁତ ସୂଚକାଙ୍କ ଯୋଗୁଁ ରିଲାଏନ୍ସ, ଏଚଡିଏଫସି ଭଳି ବଡ ବଡ କମ୍ପାନୀ ଦ୍ରୁତ ଗତିରେ ବଢିଛି । ଏପଟେ ନିଫ୍ଟି ବି ରେକର୍ଡ ସୃଷ୍ଟି କରିଛି ।

ବମ୍ବେ ଷ୍ଟକ ଏକ୍ସଚେଞ୍ଜର (ବିଏସଇ) 30 ସେୟାର ଉପରେ ଆଧାରିତ ସୂଚକାଙ୍କ ସେନସେକ୍ସ 320.62 ପଏଣ୍ଟ ବଢି 41,626.64 ରେ ବନ୍ଦ ହୋଇଛି । ସେହିଭଳି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର (ଏନଏସଇ) 50 ସେୟାର ଉପରେ ଆଧାରିତ ସୂଚକାଙ୍କ ନିଫ୍ଟି 99.70 ପଏଣ୍ଟ ବୃଦ୍ଧିପାଇ 12,282.20 ରେ କାରବାର ବନ୍ଦ କରିଛି ।

ତେବେ ବୃଦ୍ଧି ସହ ପ୍ରଫିଟ କମେଇଥିବା ସେନସେକ୍ସ କମ୍ପାନୀ ଭିତରେ ଅଲ୍ଟ୍ରାଟେକ ସିମେଣ୍ଟ ସର୍ବାଧିକ 4.37 ପ୍ରତିଶତ ବଢିଛି । ଏହା ପଛକୁ ଟାଟା ଷ୍ଟିଲ, ଇଣ୍ଡସାଇଡ ବ୍ୟାଙ୍କ, ଏଲଏଡଟି, ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ, ଭାରତୀୟ ଷ୍ଟେଟ ବ୍ୟାଙ୍କ, ଏଚଡିଏଫସି, ଏକ୍ସିସ ବ୍ୟାଙ୍କ , ଓଏନଜିସି ଓ ଆଇଟିସିରେ ମଧ୍ୟ ଅଭିବୃଦ୍ଧି ଦେଖାଦେଇଛି ।

ସେହିପରି ଦୁର୍ବଳ ସେୟାର ଭିତରେ ଅଟୋ, ଟିସିଏସ, ଇମ୍ଫୋସିସ, ଏନଟିପିସି, ନେସ୍ଲେ ଇଣ୍ଡିଆ, କୋଟକ ମହିନ୍ଦ୍ରା ବ୍ୟାଙ୍କ ଓ ମୋଟା କ୍ୟାପ ରହିଛି । ଏସବୁ ସେୟାରରେ 0.89 ପ୍ରତିଶତ ପର୍ଯ୍ୟନ୍ତ କ୍ଷତି ହୋଇଛି ।

ଏହି ମଧ୍ୟରେ ଆମେରିକା ଡଲାର ତୁଳନାରେ ଟଙ୍କାର ବିନିମୟ ମୁଲ୍ୟ 11 ପଇସା କମିଛି । ସେପଟେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ବ୍ୟାରେଲ ପିଛା 66.28 ଡଲାର ରହିଛି ।

Intro:Body:

blank

Conclusion:
Last Updated : Jan 2, 2020, 6:29 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.