ETV Bharat / business

ବ୍ଲାକ ଫଙ୍ଗସ ଚିକିତ୍ସା ପାଇଁ ଔଷଧ ଆଣିଲା MSN ଲାବ୍ରୋଟୋରୀ

author img

By

Published : May 21, 2021, 9:47 PM IST

ବ୍ଲାକ ଫଙ୍ଗସ ରୋଗୀଙ୍କ ଚିକିତ୍ସା ପାଇଁ ପୋସାକୋନାଜୋଲ ଲଞ୍ଚ କରିଛି ଏମଏସଏନ ଲାବ୍ରୋଟୋରୀ । ଶୁକ୍ରବାର ଏନେଇ କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି । ଅଧିକ ପଢନ୍ତୁ...

ବ୍ଲାକ ଫଙ୍ଗସ ଚିକିତ୍ସା ପାଇଁ ଔଷଧ ଆଣିଲା MSN ଲାବ୍ରୋଟୋରୀ
ବ୍ଲାକ ଫଙ୍ଗସ ଚିକିତ୍ସା ପାଇଁ ଔଷଧ ଆଣିଲା MSN ଲାବ୍ରୋଟୋରୀ

ନୂଆଦିଲ୍ଲୀ: କୋରୋନାରେ କଲବଲ ଦେଶବାସୀଙ୍କୁ ଥରାଇଲାଣି ବ୍ଲାକ ଫଙ୍ଗସ । ବଢିଚାଲିଛି ରୋଗୀଙ୍କ ସଂଖ୍ୟା । ଏହାକୁ ମହାମାରୀ ଭାବେ ଘୋଷଣା ବି କରିଛନ୍ତି କିଛି ରାଜ୍ୟ । ଆଉ ଏଭଳି ସଙ୍କଟ ସମୟରେ ରୋଗୀଙ୍କ ଚିକିତ୍ସା ପାଇଁ ପୋସାକୋନାଜୋଲ ଲଞ୍ଚ କରିଛି ଏମଏସଏନ ଲାବ୍ରୋଟୋରୀ । ଶୁକ୍ରବାର ଏନେଇ କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି ।

ପୋସାକୋନାଜୋଲ, ଭାରତରେ ବ୍ଲାକ୍ ଫଙ୍ଗସ୍ ରୋଗୀଙ୍କ ଚିକିତ୍ସା ପାଇଁ ସୂଚିତ ହୋଇଥିବା ଏକ ଟ୍ରାଇଜୋଲ୍ ଆଣ୍ଟିଫଙ୍ଗାଲ୍ ଏଜେଣ୍ଟ ।

କମ୍ପାନୀ ଦ୍ବାରା ଜାରି ଏକ ପ୍ରେସ ବିଜ୍ଞପ୍ତି ଅନୁସାରେ ଏମଏସଏନ, PosaOne ବ୍ରାଣ୍ଡ ନାଁ ଅଧିନରେ ପ୍ରଡକ୍ଟକୁ କ୍ରମଶଃ 100 ମିଲିଗ୍ରାମ Delayed-Release ଟାବଲେଟ ଓ 300 ମିଲିଗ୍ରାମ ଇଞ୍ଜେକ୍ସନ ରୂପରେ ଲଞ୍ଚ କରାଯାଇଛି ।

ଆଣ୍ଟି-ଫଙ୍ଗଲ ସଂକ୍ରମଣ ଔଷଧର ଅନୁସନ୍ଧାନ ଓ ଉତ୍ପାଦନରେ MSN ର ଆଉଟକମ ଭଲ ରହିଛି । ବର୍ତ୍ତମାନ ଏହାର ଶକ୍ତିଶାଳୀ ବିତରଣ ନେଟୱାର୍କ ଏବଂ ଫିଲ୍ଡ ଫୋର୍ସ ମାଧ୍ୟମରେ ପୋସାୱାନକୁ ପ୍ରବେଶ ସୁନିଶ୍ଚିତ କରି ସମଗ୍ର ଭାରତରେ ରୋଗୀମାନଙ୍କ ନିକଟରେ ପହଞ୍ଚିବାକୁ ଲକ୍ଷ୍ୟ ରଖିଛି ବୋଲି ସହର ଭିତ୍ତିକ ଔଷଧ ନିର୍ମାତା କହିଛନ୍ତି ।

MSN ଏହାର ଇନ ହାଇସ ଅନୁସନ୍ଧାନ, ବିକାଶ ଏବଂ ଉତ୍ପାଦନ ୟୁନିଟ ଗୁଡିକରେ ସକ୍ରିୟ ଫାର୍ମାସ୍ୟୁଟିକାଲ ଉପାଦାନ ଏବଂ PosaOne ର ପ୍ରସ୍ତୁତିକୁ ବିକଶିତ କରାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.