ETV Bharat / business

ୟେସ ବ୍ୟାଙ୍କ ଗ୍ରାହକଙ୍କୁ ଆଶ୍ବସ୍ତି, ଆସନ୍ତା 18ରୁ ହଟିବ ସବୁ ପ୍ରତିବନ୍ଧକ

author img

By

Published : Mar 14, 2020, 2:54 PM IST

ୟେସ ବ୍ୟାଙ୍କ ଗ୍ରାହକଙ୍କୁ ଆଶ୍ବସ୍ତି । ମାର୍ଚ୍ଚ 18ରୁ ହଟିବ ଟଙ୍କା ଉଠାଣରେ ଲାଗିଥିବା ପ୍ରତିବନ୍ଧକ । ସେପଟେ କ୍ୟାବିନେଟର ମଞ୍ଜୁରୀ ପରେ ବ୍ୟାଙ୍କ ପୁନର୍ଗଠନ ଯୋଜନା ଯୋଜନା କାର୍ଯ୍ୟକାରୀ ହୋଇଛି ।

Moratorium on Yes Bank to be lifted on March 18
ୟେସ ବ୍ୟାଙ୍କ ଗ୍ରାହକଙ୍କୁ ଆଶ୍ବସ୍ତି

ନୂଆଦିଲ୍ଲୀ: ଆପଣ ୟେସ ବ୍ୟାଙ୍କ ଗ୍ରାହକ କି ? ତେବେ ଆପଣଙ୍କ ପାଇଁ ରହିଛି ଏକ ଖୁସିଖବର । ସୀମିତ ଟଙ୍କା ଉଠାଣ ନେଇ ଲାଗୁ କଟକଣା ଆସନ୍ତା 18ରୁ କୋହଳ ହେବ । ଅର୍ଥାତ ଏବେ ଆପଣଙ୍କ ବ୍ୟାଙ୍କ ପ୍ରତିବନ୍ଧକକୁ ମୁକ୍ତ ହେବ ।

ଏଥିସହ ଶୁକ୍ରବାର କ୍ୟାବିନେଟ ବୈଠକରେ ୟେସ ବ୍ୟାଙ୍କ ପୁନର୍ଗଠନ ଯୋଜନାକୁ ମଞ୍ଜୁରୀ ମିଳିଛି । ଏହି ସ୍କିମ ଜମାକାରୀଙ୍କୁ ସୁରକ୍ଷା ଦେବା ସହ ଆର୍ଥିକ ବ୍ୟବସ୍ଥାରେ ସ୍ଥିରତା ଆଣିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି । ଏହି ଯୋଜନା ମାର୍ଚ୍ଚ 13ରୁ କାର୍ଯ୍ୟକାରୀ ହୋଇଛି । ଏନେଇ ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଏବେ ୟେସ ବ୍ୟାଙ୍କ ଗ୍ରାହକ ପୂର୍ବ ଭଳି ଟଙ୍କା ଟ୍ରାଞ୍ଜାକ୍ସନ କରିପାରିବେ । ପ୍ରକାଶ ଯେ, ଆର୍ଥିକ ଅନିୟମତା ଚିଠା ଖୋଲିବା ପରେ ଭାରତୀୟ ରିଜର୍ଭ ବ୍ୟାଙ୍କ ମାର୍ଚ୍ଚ 5ରେ ୟେସ ବ୍ୟାଙ୍କ ଉପରେ ବହୁ ପ୍ରତିବନ୍ଧକ ଲଗାଇଥିଲା । ଏହା ଅନୁଯାୟୀ ଗ୍ରାହକ ଏପ୍ରିଲ 3 ପର୍ଯ୍ୟନ୍ତ କବେଳ 50 ହଜାର ଟଙ୍କା ଉଠାଇ ପାରିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.