ETV Bharat / business

ସଫଳ ପଥରେ 'ନଲ ସେ ଜଲ୍’ ଯୋଜନା, 4 କୋଟି ଘରେ ଲାଗିଲା ପାଇପ - ଘରେ ଘରେ ଜଳ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫ୍ଲାଗସିପ ‘ ହର ଘର ନଲ ସେ ଜଳ’ ଯୋଜନା ଏବେ ସୁଦ୍ଧା ପ୍ରାୟ 4 କୋଟି ଘରେ ପାଇପ ପାଣି କନେକ୍ସନ ଦେଇଛି । ଅଧିକ ପଢନ୍ତୁ..

ସଫଳମୁହାଁ 'ନଲ ସେ ଜଲ୍’ ଯୋଜନା, 4 କୋଟି ଘରେ ଲାଗିଲା ପାଇପ

author img

By

Published : Mar 29, 2021, 9:16 PM IST

ନୂଆଦିଲ୍ଲୀ: ପ୍ରତି ଘରେ ନଳ ଯୋଗେ ପହଞ୍ଚିବ ପାନୀୟ ଜଳ । ଏ ନେଇ କେନ୍ଦ୍ର ସରକାର ଘୋଷଣା କରିଥିବା ପାନୀୟ ଜଳ ଯୋଜନା ଏବେ ସଫଳ ପଥରେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫ୍ଲାଗସିପ ‘ ହର ଘର ନଲ ସେ ଜଳ’ ଯୋଜନା ଏବେ ସୁଦ୍ଧା ପ୍ରାୟ 4 କୋଟି ଘରେ ପାଇପ ପାଣି କନେକ୍ସନ ଦେଇଛି ।

ଏବେ ସୁଦ୍ଧା ମିଳିଥିବା ଉପଲବ୍ଧି ଅନୁମାନ ଠାରୁ 20 ପ୍ରତିଶତ ଅଧିକ । ଏହି ଯୋଜନା 2019 ମସିହାରେ ଲଞ୍ଚ କରାଯାଇଥିଲା । ଏହି ଯୋଜନାଟି ପ୍ରତି ଘରେ ସ୍ବଚ୍ଛ ପାନୀୟ ଜଳ ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛି | । 2024 ସୁଦ୍ଧା ପ୍ରତି ଗ୍ରାମୀଣ ଘରେ କାର୍ଯ୍ୟକ୍ଷମ ଘରୋଇ ଟ୍ୟାପ୍ ସଂଯୋଗ (FHTC) ଦେବା ଏହାର ଉଦ୍ଦେଶ୍ୟ । ଏବେ ସୁଦ୍ଧା ଆଣ୍ଡମାନ ଓ ନିକୋବାର ଦୀପପୁଞ୍ଜ, ଗୋଆ ଓ ତେଳେଙ୍ଗାନା ଜଳଶକ୍ତି ମନ୍ତ୍ରାଳୟ ଦ୍ବାରା ଉପଲବ୍ଧ କରାଯାଇଥିବା ତଥ୍ୟ ଅନୁସାରେ ଏହି ଉପଲବ୍ଧି ସଫଳତାପୂର୍ବକ ହାସଲ କରାଯାଇଛି ।

ଏହି ଯୋଜନା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ନାଗରିକଙ୍କୁ ଜଳ ଯୋଗାଣ କନେକ୍ଟିଭିଟି ପ୍ରଦାନ କରିବାକୁ ଚାହାନ୍ତି । ଦେଶରେ 19.19 କୋଟି ଘର ରହିଛି । ଯେଉଁଠି 37 ପ୍ରତିଶତ ବା 7.17 କୋଟିରେ ଘରେ ଏବେ ସୁଦ୍ଧା ପାଣି କନେକ୍ସନ ରହିଛି ।

2019 ଅଗଷ୍ଟ ରେ ପ୍ରଧାନମନ୍ତ୍ରୀ ଏହି ଯୋଜନା ଆରମ୍ଭ କରିବା ପୂର୍ବରୁ କାର୍ଯ୍ୟକ୍ଷମ ଟ୍ୟାପ୍ ୱାଟର ସଂଯୋଗ ଥିବା ପରିବାର ସଂଖ୍ୟା 3.23 କୋଟି ଥିଲା। ତେଲେଙ୍ଗାନା, ଗୋଆ ଓ ଆଣ୍ଡାମାନ ଏବଂ ନିକୋବର ଦ୍ବୀପପୁଞ୍ଜରେ ଟ୍ୟାପ୍ ୱାଟର ସଂଯୋଗ ଥିବାବେଳେ ଭାରତରେ ବର୍ତ୍ତମାନ ସମୁଦାୟ 55 ଟି ଜିଲ୍ଲା, 43,404 ଟି ପଞ୍ଚାୟତ ଏବଂ 84,565 ଟି ଗ୍ରାମରେ ପ୍ରତ୍ୟେକ ଘରେ ଟ୍ୟାପ୍ ୱାଟର ସଂଯୋଗ ରହିଛି । ତେବେ ଏହି ଯୋଜନା ଏହାର ଲକ୍ଷ୍ୟଠାରୁ କମ୍ ଅଟେ । ଦେଶର ବୃହତ୍ତମ ରାଜ୍ୟ ଉତ୍ତରପ୍ରଦେଶରେ 2.63 କୋଟି ପରିବାର ଅଛନ୍ତି, ଯେଉଁମାନଙ୍କ ମଧ୍ୟରୁ କେବଳ 10% ଘରେ ଟ୍ୟାପ ଜଳ ସଂଯୋଗ ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.