ETV Bharat / business

ମଙ୍ଗଳବାର ଇଣ୍ଡିଆ ମୋବାଇଲ କଂଗ୍ରେସର ଉଦଘାଟନ କରିବେ ମୋଦି

author img

By

Published : Dec 7, 2020, 9:58 PM IST

ଟେଲିକମ ଇଣ୍ଡଷ୍ଟ୍ରିଜ ଇଭେଣ୍ଟ ‘ଇଣ୍ଡିଆ ମୋବାଇଲ କଂଗ୍ରେସ’ର ଉଦଘାଟନୀ ସମାରୋହକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କାଲିଠୁ ଏହି କାର୍ଯ୍ୟକ୍ରମର ଚତୁର୍ଥ ସଂସ୍କରଣର ଅନଲାଇନ ଆୟୋଜନ ହେବାକୁ ଯାଉଛି । ଅଧିକ ପଢନ୍ତୁ..

କାଲି ଇଣ୍ଡିଆ ମୋବାଇଲ କଂଗ୍ରେସର ଉଦଘାଟନ କରିବେ ମୋଦି

ନୂଆଦିଲ୍ଲୀ: ମଙ୍ଗଳବାର ରୁ ଆରମ୍ଭ ହେବ ଟେଲିକମ ଇଣ୍ଡଷ୍ଟ୍ରିଜ ଇଭେଣ୍ଟ ‘ ଇଣ୍ଡିଆ ମୋବାଇଲ କଂଗ୍ରେସ’ । ଆଉ ଏହାର ଉଦଘାଟନ ସମାରୋହକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସୋମବାର ଦୂରସଞ୍ଚାର ଉଦ୍ୟୋଗର ସଙ୍ଗଠନ ସେଲ୍ୟୁଲର ଅପରେଟର୍ସ ଆସୋସିଏନ ଅଫ ଇଣ୍ଡିଆ (COAI) ଏ ନେଇ ସୂଚନା ଦେଇଛି ।

କୋରୋନା ମହାମାରୀ ଯୋଗୁଁ ପ୍ରଥମ ଥର ଦୂରସଞ୍ଚାର ଉଦ୍ୟୋଗର ଏହି କାର୍ଯ୍ୟକ୍ରମର ଚତୁର୍ଥ ସଂସ୍କରଣର ଅନଲାଇନ ଆୟୋଜନ ହେବାକୁ ଯାଉଛି । ଭିଡିଓ କନଫରେନ୍ସି ଜରିଆରେ ଏଥିରେ ସବୁ ସାମିଲ ହେବେ ।ଏହି କାର୍ଯ୍ୟକ୍ରମ 3 ଦିନ ଧରି ଚାଲିବ । COAI ଜଣାଇଛି ଯେ, ଟେଲିକମ ମନ୍ତ୍ରୀ ରବି ଶଙ୍କର ପ୍ରସାଦ, ଦୂରସଞ୍ଚାର ରାଷ୍ଟ୍ର ମନ୍ତ୍ରୀ ସଞ୍ଜୟ ଧାତ୍ରେ ଓ ଦୂରସଞ୍ଚାର ସଚିବ ଅଂଶୁ ପ୍ରକାଶ ଉଦଘାଟନ ସମାରୋହରେ ଉପସ୍ଥିତ ରହିବେ ।

ସେହିପରି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ ଅଧ୍ୟକ୍ଷ ମୁକେଶ ଅମ୍ବାନୀ, ଏୟାରଟେଲ ଭାରତୀୟ ସମୂହର ଫାଉଣ୍ଡର ତଥା ଅଧ୍ୟକ୍ଷ ସୁନୀଲ ଭାରତୀ ମିତ୍ତର ଓ ଏରିକ୍ସନର ପ୍ରମୁଖ ନୁନାଜିୟୋ ମିରାତିଲୋ ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ରହିବେ ।

ଇଣ୍ଡିଆନ ମୋବାଇଲ କଂଗ୍ରେସରେ 30ରୁ ଅଧିକ ଦେଶ, 210 ଜାତୀୟ ଓ ଅନ୍ତର୍ଜାତୀୟ ବକ୍ତା , ପ୍ରଦର୍ଶନୀରେ ସାମିଲ ହେବାକୁ ଥିବା 150 ୟୁନିଟ ଓ 3000ରୁ ଅଧିକ ପ୍ରତିନିଧିମାନେ ଭାଗ ନେବା ଆଶା ଅଛି । ସିଓଏଆଇ ସଦସ୍ୟରେ ରିଲାଏନ୍ସ ଜିଓ, ଭାରତୀୟ ଏୟାରଟେଲ ଓ ଭୋଡାଫୋନ ଇଣ୍ଡିଆ ସାମିଲ ଅଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.