ETV Bharat / business

ଏଣିକି ଏହି 2 କେନ୍ଦ୍ରଶାସିତ ଅଞ୍ଚଳରେ ବି ଲାଗୁ ହେବ ଜିଏସଟି

author img

By

Published : Jan 22, 2020, 4:06 PM IST

ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଲାଗୁ ହେବ ଦ୍ରବ୍ୟ ଓ ସେବା କର। ବଳି ପଡିଥିବା 2 କେନ୍ଦ୍ରଶାସିତ ଅଞ୍ଚଳରେ ମଧ୍ୟ ଏହାକୁ ଲାଗୁ ପାଇଁ ସିସିଇଏ ବୈଠକରେ ନିଷ୍ପତ୍ତି ନିଆଯାଇଛି ।

dadra and nagar haveli
2 କେନ୍ଦ୍ରଶାସିତ ଅଞ୍ଚଳରେ ବି ଲାଗୁ ହେବ ଜିଏସଟି

ନୂଆଦିଲ୍ଲୀ: ଏଣିକି ବାକି ରହିଯାଇଥିବା 2 କେନ୍ଦ୍ରଶାସିତ ଅଞ୍ଚଳ ଦାଦ୍ରା ନଗର ହାବେଲି ଓ ଡାମନ ଡ୍ୟୁରେ ମଧ୍ୟ ଲାଗିବ ଦ୍ରବ୍ୟ ଓ ସେବା କର(ଜିଏସଟି) । ଏନେଇ ବୁଧବାର ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ଆର୍ଥିକ ମାମଲାର ମନ୍ତ୍ରୀ ମଣ୍ଡଳ ସମିତି (CCEA) ବୈଠକରେ ନିଷ୍ପତ୍ତି ନିଆଯାଇଛି ।

ପ୍ରକାଶ ଯେ, ଜାନୁଆରୀ ଓ ଫେବୃଆରୀ ପାଇଁ ସରକାର ଜିଏସଟି ସଂଗ୍ରହ ଲକ୍ଷ 10 ହଜାର କୋଟି ଟଙ୍କାକୁ ବଢାଇଛନ୍ତି । ତେବେ ମାର୍ଚ୍ଚ ପାଇଁ ଏଥିରେ କୌଣସି ପରିବର୍ତ୍ତନ କରାଯାଇନାହିଁ । ଜିଏସଟି ଆଦାୟ ଅଧିକ ରହିବା ଯୋଗୁଁ ସରକାରଙ୍କୁ ରାଜସ୍ବ ଘାଟା ମାମଲାରେ ବହୁତ ଆଶ୍ବସ୍ତି ମିଲିବ । ଟିକସ ଡିପାର୍ଟମେଣ୍ଟ ପକ୍ଷରୁ ଜାନୁଆରୀ ଓ ଫେବୃଆରୀ 2 ମାସ ପାଇଁ ଜିଏସଟି ଆଦାୟ ଲକ୍ଷ 1.15 ଲକ୍ଷ କୋଟିକୁ ବଢାଇଛନ୍ତି । ସେହିପରି ମାର୍ଚ୍ଚ ପାଇଁ ଏହା 1.25 ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି ।

ଡିସେମ୍ବରରେ ଜିଏସଟି ଆଦାୟ 1 ଲକ୍ଷ 3 ହଜାର 184 କୋଟି ଟଙ୍କା ରହିଥିଲା । ଏହା ଲଗାତାର ଦ୍ବିତୀୟ ଥର, ଯେବେ ଜିଏସଟି ଆଦାୟ ସୀମା 1 ଲକ୍ଷ କୋଟିକୁ ଟପିଛି । ସେହିପରି 2017 ଜୁଲାଇରୁ ଜିଏସଟି ଲାଗୁ ହେବା ପରଠାରୁ ଏବେ ସୁଦ୍ଧା 9 ଥର ଧି କଲେକ୍ସନ 1 ଲକ୍ଷ କୋଟି ଟଙ୍କା ପାର କରିଛି ।

ତେବେ 2019 ନଭେମ୍ବର ତୁଳନାରେ ସାମାନ୍ୟ କମ ହୋଇଛି । ନଭେମ୍ବରରେ ସରକାରଙ୍କୁ ଜିଏସଟି ବାବଦକୁ 1 ଲକ୍ଷ 3 ହଜାର 492 କୋଟି ଆଦାୟ ହୋଇଥିଲା ।

ଜିଏସଟିକୁ ଗିଗ ଇକୋନୋମିକ ୱାର୍କର୍ସ (Gig Economy Workers) ଅଧିନରେ ଆଣିବା ଦିଗରେ ଭଲ ପ୍ରୟାସ ମାନାଯାଉଛି । ଯେଉଁମାନେ ସ୍ବତନ୍ତ୍ର ବାବେ କାମ କରନ୍ତି ସେମାନେ ଏହି ଗିଗ ଇକୋନୋମିକ ୱାର୍କର୍ସ ଅଧିନରେ ଆସନ୍ତି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.