ETV Bharat / entertainment

ୱାର୍ଲ୍ଡ ରେକର୍ଡ କଲେ ଚିରଞ୍ଜୀବୀ; 45 ବର୍ଷ କ୍ୟାରିଅରରେ 156 ଫିଲ୍ମ-537 ଗୀତ ଭେଟି - Chiranjeevi Guinness World Record - CHIRANJEEVI GUINNESS WORLD RECORD

Chiranjeevi Guinness Record: ମେଗାଷ୍ଟାର ଚିରଞ୍ଜୀବୀ କୋନିଡେଲା ଆଉ ଏକ ନୂତନ ସଫଳତା ହାସଲ କରିଛନ୍ତି । ସବୁଠାରୁ ସଫଳ ଚଳଚ୍ଚିତ୍ର ତାରକା ଭାବେ ଗିନିଜ ୱାର୍ଲ୍ଡ ରେକର୍ଡରେ ନିଜ ନାଁରେ କରିଛନ୍ତି । ରବିବାର ଦିନ ଚିରଞ୍ଜୀବୀଙ୍କୁ ଗିନିଜ ୱାର୍ଲ୍ଡ ରେକର୍ଡ ପୁରସ୍କାରରେ ସମ୍ମାନିତ କରାଯାଇଛି । ଦେଖନ୍ତୁ ଭିଡିଓ..

ୱାର୍ଲ୍ଡ ରେକର୍ଡ କଲେ ଚିରଞ୍ଜୀବୀ; 45 ବର୍ଷ କ୍ୟାରିଅରରେ 156 ଫିଲ୍ମ-537 ଗୀତ ଭେଟି
ୱାର୍ଲ୍ଡ ରେକର୍ଡ କଲେ ଚିରଞ୍ଜୀବୀ; 45 ବର୍ଷ କ୍ୟାରିଅରରେ 156 ଫିଲ୍ମ-537 ଗୀତ ଭେଟି (ETV Bharat Odisha)
author img

By ETV Bharat Entertainment Team

Published : Sep 23, 2024, 10:21 AM IST

Updated : Sep 23, 2024, 11:55 AM IST

ହାଇଦ୍ରାବାଦ: ବିଶ୍ୱ ରେକର୍ଡ ଭାଙ୍ଗିଲେ ସାଉଥ ମେଗାଷ୍ଟାର ଚିରଞ୍ଜୀବୀ । ତିଆରି କଲେ ଏକ ନୂଆ ରେକର୍ଡ । 45 ବର୍ଷ କ୍ୟାରିଅରରେ 156 ଫିଲ୍ମ, 537 ଗୀତ ଏବଂ 24 ହଜାର ଡ୍ୟାନ୍ସ ମୁଭ୍ ଭେଟି ଦେଇଛନ୍ତି । ସବୁଠାରୁ ସଫଳ ଚଳଚ୍ଚିତ୍ର ତାରକା ପାଇଁ ମେଗାଷ୍ଟାର ଚିରଞ୍ଜୀବୀଙ୍କୁ ଗିନିଜ ୱାର୍ଲ୍ଡ ରେକର୍ଡ ପୁରସ୍କାର ପ୍ରଦାନ କରାଯାଇଛି। ଏଥିରେ ସେ ଭାରତୀୟ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ସବୁଠାରୁ ସଫଳ ଚଳଚ୍ଚିତ୍ର ତାରକା ତଥା ଅଭିନେତା ତଥା ଡ୍ୟାନ୍ସର ଭାବରେ ମାନ୍ୟତା ପାଇଛନ୍ତି । ବଲିଉଡ ସୁପରଷ୍ଟାର ଆମୀର ଖାନ ଚିରଞ୍ଜୀବୀଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି ।

ୱାର୍ଲ୍ଡ ରେକର୍ଡ କଲେ ଚିରଞ୍ଜୀବୀ; 45 ବର୍ଷ କ୍ୟାରିଅରରେ 156 ଫିଲ୍ମ-537 ଗୀତ ଭେଟି
ୱାର୍ଲ୍ଡ ରେକର୍ଡ କଲେ ଚିରଞ୍ଜୀବୀ; 45 ବର୍ଷ କ୍ୟାରିଅରରେ 156 ଫିଲ୍ମ-537 ଗୀତ ଭେଟି (ETV Bharat Odisha)

ଚିରଞ୍ଜୀବୀଙ୍କ ୱାର୍ଲ୍ଡ ରେକର୍ଡ

ଏହି ସଫଳତା ଚିରଞ୍ଜୀବୀଙ୍କ ପାଇଁ ସ୍ୱତନ୍ତ୍ର କାରଣ 1978, ସେପ୍ଟେମ୍ୱର 22ରେ ସେ ଅଭିନୟ କ୍ୟାରିଅର ଆରମ୍ଭ କରିଥିବା ବେଳେ ଏହି ସମାନ ତାରିଖରେ ସେ ଏନେଇ ବିଶ୍ୱରେ ଇତିହାସ ରଚିଛନ୍ତି ।ଗତ 45 ବର୍ଷ ମଧ୍ୟରେ ଚିରଞ୍ଜୀବୀ 156 ଟି ଚଳଚ୍ଚିତ୍ରର 537 ଗୀତରେ 24,000 ଡ୍ୟାନ୍ସ ଷ୍ଟେପ୍ କରିଛନ୍ତି । ଚିରଞ୍ଜୀବୀ ଗିନିଜ ୱାର୍ଲ୍ଡ ରେକର୍ଡରେ ନିଜ ନାଁ ସାମିଲ କରି ଭାରତୀୟଙ୍କୁ ଗର୍ବିତ କରିଛନ୍ତି । ହାଇଦ୍ରାବାଦରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଚିରଞ୍ଜୀବୀଙ୍କୁ ଗିନିଜ ୱାର୍ଲ୍ଡ ରେକର୍ଡରେ ସମ୍ମାନିତ କରାଯାଇଛି । ବଲିଉଡ ସୁପରଷ୍ଟାର ଆମୀର ଖାନ ମେଗାଷ୍ଟାରଙ୍କୁ ଏହି ସମ୍ମାନ ପ୍ରଦାନ କରିବା ସହ ତାଙ୍କୁ ଆଲିଙ୍ଗନ କରିଥିଲେ । ଯାହାକୁ ନେଇ ଏବେ ଅଭିନେତାଙ୍କୁ ସବୁଆଡ଼ୁ ଛୁଟୁଛି ଶୁଭେଚ୍ଛାର ସୁଅ ।

ପ୍ରଶଂସାରେ ପୋତି ପକାଇଲେ ଆମୀର ଖାନ

ଗିନିଜ ୱାର୍ଲ୍ଡ ରେକର୍ଡ ଇଭେଣ୍ଟରେ ଚିରଞ୍ଜୀବୀଙ୍କ ପାଇଁ ଅଭିଭାଷଣରେ ଆମୀର କହିଛନ୍ତି, 'ଏଠାରେ ଉପସ୍ଥିତି ମୋ ପାଇଁ ଖୁସି ଏବଂ ଗୌରବର ବିଷୟ । ଚିରଞ୍ଜୀବୀ ସାରଙ୍କ ପ୍ରଶଂସକଙ୍କୁ ଦେଖି ମୁଁ ଖୁସି ଏବଂ ଆପଣଙ୍କ ମଧ୍ୟରେ ମୋତେ ସାମିଲ କରିଥିବାରୁ ମୁଁ ସମସ୍ତଙ୍କୁ ଧନ୍ୟବାଦ ଦେଉଛି କାରଣ ମୁଁ ମଧ୍ୟ ତାଙ୍କର ବଡ଼ ଫ୍ୟାନ୍ । ମୁଁ ତାଙ୍କୁ ମୋ ବଡ ଭାଇ ପରି ଦେଖେ । ଚିରଞ୍ଜୀବୀ ସାରଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିବାରୁ ମୁଁ ବହୁତ ଖୁସି ଏବଂ ମୁଁ ଏହି ଉତ୍ସବର ଏକ ଅଂଶ ହୋଇଥିବାରୁ ବି ବହୁତ ଖୁସି । ଆପଣ ଏହି ଯାତ୍ରାରେ ଆଗକୁ ବଢିବା ସହ ଆପଣ ଆହୁରି ଅନେକ ସଫଳତା ଏବଂ ଶୀର୍ଷ ପଦବୀ ହାସଲ କରିନ୍ତୁ ।''

ଏହା ମଧ୍ୟ ପଢନ୍ତୁ: ଅଭିନେତା ଚିରଞ୍ଜୀବୀ ଓ ବୈଜୟନ୍ତୀମାଳାଙ୍କୁ ପଦ୍ମ ବିଭୂଷଣ ସମ୍ମାନ

ଚିରଞ୍ଜୀବୀଙ୍କ ପ୍ରତିକ୍ରିୟା

ଅନ୍ୟପକ୍ଷରେ, ଚିରଞ୍ଜୀବୀ ଏହି କାର୍ଯ୍ୟକ୍ରମରେ ସମସ୍ତଙ୍କୁ ସମ୍ବୋଧିତ କରିବାବେଳେ କହିଥିଲେ ଯେ ସେ ଗିନିଜ ୱାର୍ଲ୍ଡ ରେକର୍ଡରେ ସାମିଲ ହେବେ ବୋଲି ସେ କେବେ ଭାବି ନଥିଲେ। ତେବେ ସେ ଦର୍ଶକଙ୍କୁ ଧନ୍ୟବାଦ ଜଣାଇଥିଲେ ଏବଂ ଲୋକମାନେ ତାଙ୍କ ଭାଷଣକୁ ପ୍ରଶଂସା କରିଥିଲେ ।

ଏହା ମଧ୍ୟ ପଢନ୍ତୁ: ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ ହେବେ ଚିରଞ୍ଜୀବୀ, କହିଲେ 'ମୋ ପାଖରେ ଶଦ୍ଦ ନାହିଁ'

ଦୁଇ ଥର ପଦ୍ମ ସମ୍ମାନରେ ସମ୍ମାନିତ ଚିରଞ୍ଜୀବୀ

ଚିରଞ୍ଜୀବୀ 1978 ମସିହାରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର 'ପ୍ରଣାମ ଖରିଡୁ'ରୁ ତାଙ୍କ ଚଳଚ୍ଚିତ୍ର ଜୀବନ ଆରମ୍ଭ କରିଥିଲେ । ସେ ନିଜ କ୍ୟାରିୟରରେ ଏପର୍ଯ୍ୟନ୍ତ 150 ରୁ ଅଧିକ ଚଳଚ୍ଚିତ୍ରରେ କାମ କରିଛନ୍ତି । ଚିରଞ୍ଜୀବୀଙ୍କୁ 2006 ରେ ପଦ୍ମ ଭୂଷଣ ଏବଂ 2024 ରେ ପଦ୍ମ ବିଭୂଷଣ ପ୍ରଦାନ କରାଯାଇଛି । ସେ ତେଲୁଗୁ ଇଣ୍ଡଷ୍ଟ୍ରିରେ ସର୍ବାଧିକ ହିଟ୍ ଚଳଚ୍ଚିତ୍ରର ରେକର୍ଡ ଧରିଛନ୍ତି । ଚିରଞ୍ଜୀବୀ ହିନ୍ଦୀ ଭାଷା ସମେତ ତେଲୁଗୁ, ତାମିଲ ଏବଂ କନ୍ନଡ ଭଳି ଅନେକ ଚଳଚ୍ଚିତ୍ରରେ ଚମତ୍କାର ଅଭିନୟରେ ଦର୍ଶକଙ୍କ ମନରେ ରାଜ କରିଆସିଛନ୍ତି ମେଗାଷ୍ଟାର ଚିରଞ୍ଜୀବୀ । ଏହି ଅଭିନେତା ପଦ୍ମ ସମ୍ମାନ ବ୍ୟତୀତ ସମ୍ମାନଜନକ ରଘୁପତି ଭେଙ୍କୟା ପୁରସ୍କାର, 3ଟି ନନ୍ଦୀ ପୁରସ୍କାର ଏବଂ 9ଟି ଫିଲ୍ମଫେୟାର ପୁରସ୍କାର ମଧ୍ୟ ପାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 23, 2024, 11:55 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.