ETV Bharat / bharat

ସରିଲା ‘କ୍ବାଡ’; ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନରେ ପ୍ରଶଂସା, ଆମେରିକୀୟ ବିଜିନେସ ଟାଇକୁନଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ - Modi addresses Indian diaspora

author img

By ETV Bharat Odisha Team

Published : 2 hours ago

Updated : 1 hours ago

Modi addresses Indian diaspora: ଶେଷ ହେଲା ‘କ୍ବାଡ’ ସମ୍ମିଳନୀ । ପ୍ରବାସୀ ଭାରତୀୟଙ୍କୁ ନ୍ୟୁ-ୟର୍କରେ ସମ୍ବୋଧନ କରି ପ୍ରଶଂସାରେ ପୋତିଦେଲେ ପ୍ରଧାନମନ୍ତ୍ରୀ । ସମୃଦ୍ଧ ଭାରତ ପାଇଁ ମୋ ଜୀବନ ସମର୍ପିତ ବୋଲି କହିଲେ ମୋଦି । ଅଧିକ ପଢନ୍ତୁ

PM Modi addresses Indian diaspora
PM Modi addresses Indian diaspora (@narendramodi)

ହାଇଦ୍ରାବାଦ: ଆମେରିକାର ଓ୍ବିଲମିଙ୍ଗଟନରେ ଆୟୋଜିତ ‘କ୍ବାଡ’ ଶିଖର ସମ୍ମିଳନୀ ଗତକାଲି ସମାପିତ ହୋଇଛି । ସମ୍ମିଳନୀର 4 ସଦସ୍ୟ ରାଷ୍ଟ୍ର ଭାରତ, ଆମେରିକା, ଜାପାନ ଓ ଅଷ୍ଟ୍ରେଲିଆ ରାଷ୍ଟ୍ରମୁଖ୍ୟଙ୍କ ଉପସ୍ଥିତିରେ କ୍ବାଡ ଘୋଷଣାନାମା ବା ଡିକ୍ଲାରେସନ ପ୍ରକାଶ । ପ୍ରଶାନ୍ତ-ମହାସାଗରୀୟ କ୍ଷେତ୍ର ଓ ଦକ୍ଷିଣ-ଚୀନ ସାଗରରେ ଚୀନର ସମାରିକ ପ୍ରଭାବକୁ ହ୍ରାସ କରିବା ସହ ନିରାପତ୍ତା ଓ ସ୍ଥିରତା ବଜାୟ ରଖିବା ଉପରେ ଘୋଷଣାନାମାରେ ମତ ପ୍ରକାଶ ପାଇଛି । ମଧ୍ୟପ୍ରାଚ୍ୟ ସଙ୍କଟ ଓ ଅନ୍ୟ ଭାଗରେ ଜାରି ରହିଥିବା ଯୁଦ୍ଧ ସ୍ଥିତିରେ ମାନବୀୟ ସଙ୍କଟ ପରସ୍ଥିତିର ସୁଧାର ଆସିବା ଦିଗରେ ମଧ୍ୟ ରାଷ୍ଟ୍ରମୁଖ୍ୟମାନେ ଆଲୋଚନା କରିଛନ୍ତି ।

  • ଜାତିସଂଘର ସୁରକ୍ଷା ପରିଷଦରେ ଭାରତର ସ୍ଥାୟୀ ସଦସ୍ୟତାକୁ ଆମେରିକାର ସମର୍ଥନ

ସେହିପରି ମିଳିତ ଜାତିସଂଘର ସୁରକ୍ଷା ପରିଷଦରେ ଭାରତର ସ୍ଥାୟୀ ସଦସ୍ୟତା ପ୍ରଦାନ ଦାବିକୁ ଆମେରିକା ସମର୍ଥନ କରିଛି । ଫଳରେ ଭାରତର ଏହି ଦୀର୍ଘକାଳୀନ ଦାବି ଆହୁରି ସୁଦୃଢ ହୋଇଛି । କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବେନିସ ଓ ଜାପାନ ପ୍ରଧାନମନ୍ତ୍ରୀ ଫ୍ୟୁମିଓ କିଶିଦା ଅଂଶଗ୍ରହଣ କରିଥିଲେ । ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦି ଏକାଧିକ ରାଷ୍ଟ୍ରମୁଖ୍ୟଙ୍କ ସହ ସାକ୍ଷାତ କରିବା ସହ ପ୍ରବାସୀ ଭାରତୀୟ ସମୁଦାୟ ଓ ଆମେରିକାର ବିଜିନେସ ଟାଇକୁନମାନଙ୍କୁ ମଧ୍ୟ ସାକ୍ଷାତ କରିଛନ୍ତି ।

ସରିଲା ‘କ୍ବାଡ’; ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନରେ ପ୍ରଶଂସା, ଆମେରିକୀୟ ବିଜିନେସ ଟାଇକୁନଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ସରିଲା ‘କ୍ବାଡ’; ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନରେ ପ୍ରଶଂସା, ଆମେରିକୀୟ ବିଜିନେସ ଟାଇକୁନଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ (ETV Bharat Odisha)
  • ଆମେରିକାର ବିଜିନେସ ଟାଇକୁନଙ୍କୁ ଭେଟିଲେ ମୋଦି:-

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକାର ଅଗ୍ରଣୀ ବୈଷୟିକ କମ୍ପାନୀଗୁଡିକର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ)ମାନଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି । ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଗତକାଲି (ରବିବାର) ନ୍ୟୁୟର୍କ ପ୍ୟାଲେସ ହୋଟେଲରେ ଏହି ଆଲୋଚନା ଅନୁଷ୍ଠିତ ହୋଇଥିଲା । ବିଭିନ୍ନ ବୈଷୟିକ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି କ୍ଷେତ୍ରରେ ଏହି ଆଲୋଚନା ହୋଇଛି । ଏଥିରେ ବିଶ୍ବର ସର୍ବବୃହତ୍ତ ସର୍ଚ୍ଚଇଞ୍ଜିନ ‘ଗୁଗୁଲ’ର ସିଇଓ ସୁନ୍ଦର ପିଚାଇ,‘ଏନଭିଡିଆ’ ସିଇଓ ଜେନସେନ ହୁଆଙ୍ଗ,‘ଆଡବ’ ସିଇଓ ଶାନ୍ତନୁ ନାରାୟଣଙ୍କ ସମେତ ପ୍ରାୟ 15ରୁ ଅଧିକ ଅଗ୍ରଣୀ ଆମେରିକୀୟ ଟେକ୍ନୋଲୋଜି କମ୍ପାନୀର କାର୍ଯ୍ୟକାରୀ ମୁଖ୍ୟମାନେ ଅଂଶଗ୍ରହଣ କରିଥିଲେ ।

  • ଆମେରିକାରେ ମୋଦି ମାନିଆ:-

ଆମେରିକାର ଗସ୍ତର ଦ୍ବିତୀୟ ଦିନରେ ଗତକାଲି ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧିତ କରିଛନ୍ତି ମୋଦି । ନ୍ୟୁୟର୍କରେ ମୋଦିଙ୍କ ମେଗା ସୋ’ । ‘ମୋଦି... ମୋଦି...’ ନାରାରେ କମ୍ପିଲା ଲଙ୍ଗ ଆଇଲାଣ୍ଡର ନାସାଉ ଭେଟେରାନ୍ସ ମେନାରିଆ କଲେଜିୟମ । ପ୍ରଧାନମନ୍ତ୍ରୀଙ୍କୁ ଉତ୍ସାହର ସହ ସ୍ବାଗତ କଲେ ପ୍ରବାସୀ ଭାରତୀୟ । ଭାରତ ମାତାକୀ ଜୟ କହି ଆରମ୍ଭ କଲେ ଅଭିଭାଷଣ । ପ୍ରାୟ 10ହଜାର ପ୍ରବାସୀ ଭାରତୀୟକୁ ନମସ୍ତେ କହି କଲେ ସମ୍ବୋଧନ । ମୋଦି ଏବଂ ୟୁଏସ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ପ୍ରଧାନମନ୍ତ୍ରୀ ।

  • ମୋଦିଙ୍କୁ ଆମେରିକାରେ ଭେଟିଲେ ଓଡି଼ଆ:

ଆମେରିକାରେ ରହିଥିବା ଓଡ଼ିଶା ସୋସାଇଟିର ସଦସ୍ୟ ଓ ପ୍ରବାସୀ ଓଡ଼ିଆମାନେ ମୋଦିଙ୍କୁ ଭେଟିଛନ୍ତି । ନ୍ୟୁ-ଜର୍ସି ଓ ମାସାଚୁସେଟ୍ସ ଭଳି ପ୍ରଦେଶରେ ରହୁଥିବା ଓଡ଼ିଆ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପରେ ଭାବ ବିହ୍ବଳ ହୋଇପଡିଥିଲେ ।

  • ଆପଣମାନେ ‘ନମସ୍ତେ’ ଶବ୍ଦକୁ ଲୋକାଲରୁ ଗ୍ଲୋବାଲ କରିଛନ୍ତି :-

ମୋଦି କହିଛନ୍ତି, ''ଏଣିକି 'ନମସ୍ତେ' ଲୋକାଲରୁ ଗ୍ଲୋବାଲ ହୋଇଗଲାଣି । ଏହା ଆପଣମାନେ କରିଛନ୍ତି । ଆପଣମାନେ ଦୁଇ ଦେଶ ମଧ୍ୟରେ ସେତୁ ହୋଇ ଭାରତ-ଆମେରିକା ସମ୍ପର୍କକୁ ମଜବୁତ କରିବାରେ ସାହାଯ୍ୟ କରିଛନ୍ତି। "ତୁମେ ସମସ୍ତେ ସାତ ସମୁଦ୍ରକୁ ପାର କରି ଏଠାକୁ ଆସିଛ, କିନ୍ତୁ କୌଣସି ଶକ୍ତି ଭାରତ ପ୍ରତି ଆପଣଙ୍କ ପ୍ରେମକୁ ହୃଦୟ ଓ ଆତ୍ମାଠାରୁ କେବେ ବି ଅଲଗା କରିପାରି ନାହିଁ । ଆପଣ ଭାରତକୁ ଆମେରିକା ଏବଂ ଆମେରିକା ସହିତ ଭାରତ ସହ ଯୋଡିଛନ୍ତି। ଆପଣଙ୍କର ଦକ୍ଷତା, ପ୍ରତିଭା ଏବଂ ପ୍ରତିବଦ୍ଧତା ଅତୁଳନୀୟ। ବିଦେଶରେ ଥାଇ ମଧ୍ୟ କୌଣସି ମହାସାଗର ଆପଣଙ୍କୁ ଭାରତରକୁ ଅଲଗା କରିପାରିବ ନାହିଁ । ''

ଏହା ମଧ୍ୟ ପଢନ୍ତୁ-ମୋଦିଙ୍କୁ ଦେଖି ଖୁସିରେ କୁଣ୍ଢାଇ ପକାଇଲେ ବାଇଡେନ, କ୍ବାଡ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ - Quad Summit

ଏହା ମଧ୍ୟ ପଢନ୍ତୁ-3 ଦିନିଆ ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ; କ୍ବାଡ ସମ୍ମିଳନୀରେ ସାମିଲ ହେବେ, ବାଇଡେନଙ୍କୁ ଭେଟିବେ - Modi visits America

  • ଆପଣମାନେ ଭାରତର ମଜଭୁତ ବ୍ରାଣ୍ଡ ଆମ୍ବାସଡର:

ମୋଦି ସମ୍ବୋଧନ ସମୟରେ କହିଥିଲେ,''ପ୍ରବାସୀ ଭାରତୀୟଙ୍କ ଦକ୍ଷତା ଓ ସାମର୍ଥ୍ୟକୁ ଆମେ ବୁଝି ପାରିଛୁ । ଆପଣମାନେ ଭାରତର ଦୃଢ ବ୍ରାଣ୍ଡଆମ୍ବାସଡର । ଆପଣମାନେ ରାଷ୍ଟ୍ରଦୂତ । ବର୍ତ୍ତମାନ ଆପଣ ସମସ୍ତେ ବହୁରାଷ୍ଟ୍ରୀୟ ହୋଇପାରିଛନ୍ତି । ଏହା ସ୍ଥାନୀୟରୁ ବୌଶ୍ବିକ ହୋଇଯାଇଛି ଏବଂ ଆପଣ ଏସବୁ କରିଛନ୍ତି । ଭାରତକୁ ନିଜ ହୃଦୟରେ ରଖିଥିବା ପ୍ରତ୍ୟେକ ଭାରତୀୟ ଏହା କରିଛନ୍ତି । "

ସମୃଦ୍ଧ ଭାରତ ପାଇଁ ମୋ ଜୀବନ ସମର୍ପିତ:

ମୋଦି କହିଥିଲେ, ''ମୋ ପାଇଁ AIର ଅର୍ଥ, ଆମେରିକାନ୍-ଇଣ୍ଡିଆନ୍ । ଆମେରିକା-ଇଣ୍ଡିଆ ବିଶ୍ବର ନୂଆ AI ଶକ୍ତି । ତୃତୀୟ ଥର ପାଇଁ ଆମ ସରକାର ନିର୍ବାଚିତ ହୋଇଛନ୍ତି । ଆମକୁ ବଡ଼ ଲକ୍ଷ୍ୟ ହାସଲ କରିବାକୁ ପଡ଼ିବ। ସମୃଦ୍ଧ ଭାରତ ପାଇଁ ମୋ ଜୀବନ ସମର୍ପିତ । ମୁଁ ଆଉ କିଛି ହେବାକୁ ଭାବୁଥିଲି, କିନ୍ତୁ ଭାଗ୍ୟ ମୋତେ ରାଜନୀତିକୁ ଆଣିଲା । ମୁଖ୍ୟମନ୍ତ୍ରୀ ପରେ ପ୍ରଧାନମନ୍ତ୍ରୀ ହେଲି । ''

ଆମର ଭାଷା ଅନେକ କିନ୍ତୁ ଭାବନା ଏକ:

‘ବସୁଧୈବ କୁଟୁମ୍ବକମ୍’ ପରମ୍ପରାକୁ ବଜାୟ ରଖିଥିବାରୁ ମୋଦି ପ୍ରବାସୀ ଭାରତୀଙ୍କୁ ପ୍ରଶଂସା କରିଥିଲେ । ଯାହାର ଅର୍ଥ ହେଉଛି ପୁରା ବିଶ୍ବ ଏକ ପରିବାର । ''ପ୍ରଧାନମନ୍ତ୍ରୀ ଭାବେ ମୁଁ ଆପଣଙ୍କଠାରୁ ଅଜସ୍ର ପ୍ରେମ ଏବଂ ସ୍ନେହ ପାଇଛି । ଆମେ ଯେଉଁଠାକୁ ଯାଉଛେ, ସେଠାରେ ସମସ୍ତଙ୍କୁ ପରିବାର ପରି ମଣିନେଉ । ସେମାନଙ୍କ ସହିତ ମିଶିଯାଉ । ବିବିଧତାକୁ ବୁଝିବା, ଏହାକୁ ନେଇ ବଞ୍ଚିବା, ଆମ ଜୀବନରେ ଏହାକୁ କାର୍ଯ୍ୟକାରୀ କରିବା, ଏହା ଆମର ସଂସ୍କାରରେ ରହିଛି । ଆମର ଭାଷା ଅନେକ କିନ୍ତୁ ଭାବନା ଏକ । ସେହି ଅନୁଭବ ହେଉଛି ଭାରତୀୟତା ।’’

ଆମେ ନିଆଁ ନୁହଁ ବରଂ ଜ୍ୟୋତି:

''ଆମେ ନିଆଁ ପରି ଜଳିବା ଲୋକ ନୁହଁ ବରଂ ସୂର୍ଯ୍ୟଙ୍କ ପରି ଜ୍ୟୋତି ଦେବା ଲୋକ । ଭାରତ ବର୍ତ୍ତମାନ ସୁଯୋଗକୁ ଅପେକ୍ଷା କରୁନାହିଁ ବରଂ ସୃଷ୍ଟି କରୁଛି। ଗତ ଦଶ ବର୍ଷ ମଧ୍ୟରେ ଭାରତ ପ୍ରତ୍ୟେକ କ୍ଷେତ୍ରରେ ସୁଯୋଗ ସୃଷ୍ଟି କରିବାର ସକ୍ଷମ ହୋଇଛି । ଭାରତର 5G ବଜାର ଆମେରିକା ଠାରୁ ମଧ୍ୟ ବଡ଼ । ଆଜି ଭାରତ 6G ଉପରେ କାମ କରୁଛି । ''

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : 1 hours ago
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.