ETV Bharat / business

ମୋଦି 2.0: ଘାଟରେ ପୁଞ୍ଜି ବଜାର, ପାଣିରେ ପଡିଲା 14 ଲକ୍ଷ କୋଟି - ପୁଞ୍ଜିବଜାରେ ନୈରାଶ୍ୟଜନକ ଫଳାଫଳ

ପୁଣି ଥରେ ନରେନ୍ଦ୍ର ମୋଦି କାର୍ଯ୍ୟଭାର ସମ୍ଭାଳିବା ନେଇ ସେୟାର ବଜାରରେ ଉତ୍ସାହର ଲହରୀ ଖେଳିଯାଇଥିବାବେଳେ ବଜେଟ ପରେ ବଜାର ବେହାଲ ହୋଇପଡିଛି । ନିବେଶକ ପ୍ରାୟ 14 ଲକ୍ଷ ଟଙ୍କା ହରାଇଛନ୍ତି ।

ଡିଜାଇନ ଫଟୋ
author img

By

Published : Sep 10, 2019, 2:47 PM IST

ନୂଆଦିଲ୍ଲୀ: ମୋଦି ସରକାରଙ୍କ ଦ୍ବିତୀୟ କାର୍ଯ୍ୟକାଳର ପ୍ରଥମ 100ଦିନରେ ସରକାରଙ୍କ ଉପଲବ୍ଧିକୁ ନେଇ ଚାରିଆଡୁ ଥମ୍ବସ ଅପ ମିଳିଛି । ହେଲେ ପୁଞ୍ଜିବଜାରରେ ନୈରାଶ୍ୟଜନକ ଫଳାଫଳ ମିଳିଛି । ପୁଣି ଥରେ ନରେନ୍ଦ୍ର ମୋଦି କାର୍ଯ୍ୟଭାର ସମ୍ଭାଳିବା ନେଇ ସେୟାର ବଜାରରେ ଉତ୍ସାହର ଲହରୀ ଖେଳିଯାଇଥିବାବେଳେ ବଜେଟ ପରେ ବଜାର ବେହାଲ ହୋଇପଡିଛି । ନିବେଶକଙ୍କୁ ପ୍ରାୟ 14 ଲକ୍ଷ ଟଙ୍କା ହରାଇବାକୁ ପଡିଛି ।

ମୋଦି 2.0ର 100 ଦିନ ଯେତେ ସଫଳ ହୋଇଥିଲେ ବି ବଜାର ଉପରେ ଏହାର ନକରାତ୍ମକ ପ୍ରଭାବ ପଡିଛି । ସୂଚନା ଅନୁଯାୟୀ, ଦ୍ବିତୀୟଥର ମୋଦି ସରକାର ଶପଥ ଗ୍ରହଣ ପରେ ସେନସେକ୍ସ 40 ହଜାର ଟପିଥିଲା । ହେଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟରେ ବିଦେଶୀ ପୋର୍ଟଫୋଲିଓ ନିବେଶକ(ଏଫପିଆଇ) ଉପରେ ଅତିରିକ୍ତ ସରଚାର୍ଜ ଲାଗୁ ନେଇ ଘୋଷଣା ପରେ ନିବେଶକ ହତୋତ୍ସାହ ହୋଇପଡିଥିଲେ ।

ଏଥିସହ ବଜେଟରେ ବଜାର ଓ ନିବେଶକଙ୍କୁ ସୁହାଇଲା ଭଳି ମଧ୍ୟ କୌଣସି ବଡ ଘୋଷଣା ହୋଇନଥିଲା । ଏଥିରେ ନିରାଶ ହୋଇ ନିବେଶକ ନିଜ ସେୟାର ସବୁକୁ କମ ଦାମରେ ବିକ୍ରି କରି ଟଙ୍କା ଫେରସ୍ତ ପାଇବାକୁ ପ୍ରଚେଷ୍ଟା କରିଥିଲେ । ଫଳରେ ବଜାରକୁ ବିପୁଳ କ୍ଷତି ସହିବାକୁ ପଡୁଛି ।

ଏଥିସହ ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସରେ ଜିଡିପି 5 ପ୍ରତିଶତକୁ ହ୍ରାସ, ଡଲାର ତୁଳନାରେ ଟଙ୍କାର ଦୁର୍ବଳ, ଅଣାୟତଃ ଅଟୋମୋବାଇଲ ସେକ୍ଟର ଆଦି କାରଣରୁ ନିବେଶକ ନିରାଶ ହୋଇପଡିଛନ୍ତି । ସୂଚନାଯୋଗ୍ୟ ଯେ, ମେ 30ରେ ମୋଦି ଦ୍ବିତୀୟ ଥର ପ୍ରଧାନମନ୍ତ୍ରୀ ହେବା ପରେ ବମ୍ବେ ଷ୍ଟକ ଏକ୍ସଚେଞ୍ଜ (ବିଏସଇ)ର ସେୟାର ମଧ୍ୟରୁ 14 ପ୍ରତିଶତ ପଜେଟିବ ରିଟର୍ଣ୍ଣ ମିଳିଥିଲା । କିନ୍ତୁ ବିଏସଇର ସକ୍ରିୟ ରହୁଥିବା 2664 ଷ୍ଟକ ମଧ୍ୟରୁ ପ୍ରାୟ 2290 ମୂଲ୍ୟ 96 ପ୍ରତିଶତ ହ୍ରାସ ପାଇଛି । ସେଥିମଧ୍ୟରୁ 422 ଷ୍ଟକର 40 ପ୍ରତିଶତ, 1371ଷ୍ଟକର 20 ପ୍ରତିଶତ 1872 ଷ୍ଟକର 10 ପ୍ରତିଶତ କମିଛି । ଯେଉଁଥିପାଇଁ ବିଏସଇ ତାଲିକାଭୁକ୍ତ ଷ୍ଟକ ଗୁଡିକର ବଜାର ମୂଲ୍ୟ 14.15 ପ୍ରତିଶତ କମି 140ଲକ୍ଷରେ ପହଞ୍ଚିଛି ।

ତଥ୍ୟ ଅନୁଯାୟୀ ଫେବୃଆରୀରୁ ମେ ଭିତରେ ବିଦେଶୀ ନିବେଶକ 83 ହଜାର କୋଟି ଟଙ୍କା ପୁଞ୍ଜିନିବେଶ କରିଥିଲେ । କିନ୍ତୁ ଜୁଲାଇରୁ ସେମାନେ ଲଗାତର ଭାବେ 31ହଜାର 700 କୋଟି ଟଙ୍କା ପ୍ରତ୍ୟାହୃତ କରିଦେଲେଣି । ସେନସେକ୍ସ ଓ ନିଫ୍ଟି ପାଖାପାଖୀ 7ରୁ 8 ପ୍ରତିଶତ ଖସିଛି । ଖାସ କରି ରାଷ୍ଟ୍ରାୟତ ବ୍ୟାଙ୍କର ଷ୍ଟକ ସୂଚକାଙ୍କ ଅଧିକ ପ୍ରଭାବିତ ହୋଇଛି ।

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.