ETV Bharat / business

ପ୍ରବାସୀ ଶ୍ରମିକଙ୍କ ସାହାରା ମନରେଗା, 3.42 କୋଟି ଲୋକଙ୍କୁ ମିଳିଛି କାମ - ମହାମାରୀ ସଙ୍କଟରେ ମନରେଗା

ମହାମାରୀ ସଙ୍କଟ ସମୟରେ ମନରେଗା ଯୋଜନା କେବଳ ରୋଜଗାର ଦେଉନି ବରଂ ଗ୍ରାମୀଣ ଅର୍ଥନୀତିକୁ ବଞ୍ଚାଇ ରଖିଛି । ଚଳିତ ମାସ ଏହି ସ୍କିମରେ ସମଗ୍ର ଦେଶରେ ହାରାହାରି 3.42 କୋଟି ଲୋକଙ୍କୁ ପ୍ରତିଦିନ କାମ ଯୋଗାଇଦିଆଯାଇଛି । ଅଧିକ ପଢନ୍ତୁ..

migrant laborers got  MNREGA support 84 percent more work in june
ପ୍ରବାସୀ ଶ୍ରମିକଙ୍କ ସାହାରା ମନରେଗା
author img

By

Published : Jun 12, 2020, 8:12 PM IST

ନୂଆଦିଲ୍ଲୀ: କୋରୋନା ସଙ୍କଟ ମଧ୍ୟରେ ସହରରୁ ଗାଁରୁ ଫେରିଥିବା କୋଟି କୋଟି ପ୍ରବାସୀ ଶ୍ରମିକଙ୍କ ବଞ୍ଚିବା ସାହାରା ପାଲଟିଛି ମନରେଗା । ଏହା ଅଧିନରେ ଜୁନ ମାସରେ ଗ୍ରାମରେ ଦିନ ମଜୁରିଆଙ୍କୁ ଗତ ବର୍ଷ ତୁଳନାରେ 84 ପ୍ରତିଶତରୁ ଅଧିକ କାମ ମିଳିଛି ।

ମହାମାରୀ ସଙ୍କଟ ସମୟରେ ଏହି ଯୋଜନା କେବଳ ରୋଜଗାର ଦେଉନି ବରଂ ଗ୍ରାମୀଣ ଅର୍ଥନୀତିର ସଞ୍ଚାଳକ ବି ସାଜିଛି । ମନରେଗା ସ୍କିମ ଅଧିନରେ ଜୁନରେ ସମଗ୍ର ଦେଶରେ ହାରାହାରି 3.42 କୋଟି ଲୋକ ପ୍ରତିଦିନ କାମ ଯୋଗାଇବାକୁ ବ୍ୟବସ୍ଥା କରାଯାଇଛି। ଯାହାକି ଗତ ବର୍ଷ ଏହି ମାସ ତୁଳନାରେ 83.87 ପ୍ରତିଶତ ଅଧିକ ।

କେନ୍ଦ୍ରୀୟ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟରୁ ମିଳିଥିବା ଏହି ତଥ୍ୟ ଅନୁସାରେ, ଗତ ମାସ ଅର୍ଥତ ମେ’ରେ ହାରାହାରି 2.51 କୋଟି ଲୋକଙ୍କୁ ମନରେଗା ଅଧିନରେ କାମ ମିଳିଛି । ଯାହାକି ଗତ ବର୍ଷ ଏହି ମାସର ହାରାହାରି ହାର 1.45 କୋଟି ତୁଳନାରେ 73 ପ୍ରତିଶତ ଅଧିକ । ଏଭଳି ଭାବେ ମେ ରେ ମନରେଗା ଅଧିନରେ ରୋଜଗାରରେ 73.1 ପ୍ରତିଶତ ବୃଦ୍ଧି ହୋଇଛି ।

ସେହିପରି ଚଳିତ ମାସ ମନରେଗା ସ୍କିମରେ ପ୍ରତିଦିନ କାର କରୁଥିବା ଶ୍ରମିକଙ୍କ ହାରାହାରି ସଂଖ୍ୟା 3.42 କୋଟି ରହିଛି । ଯେତେବେଳେ କି ଗତ ବର୍ଷ ଜୁନରେ ଏହି ଯୋଜନାରେ ପ୍ରତିଦିନ ହାରାହାରୀ 1.86 କୋଟି ଲୋକଙ୍କୁ କାମ ମିଳିଛି ।

ମନରେଗା ଅଧିନରେ ଚଳିକ ଆର୍ଥିକ ବର୍ଷରେ ମୋଟ ବଜେଟ ଆବଣ୍ଟନ 61,500 କୋଟି ହୋଇଥିଲା । କିନ୍ତୁ ମେ 17ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ଯୋଜନା ପାଇଁ ଅତିରିର୍ତ 40,000 କୋଟି ଟଙ୍କା ଆବଣ୍ଟନ ନେଇ ଘୋଷଣା କରିଛନ୍ତି ।

ଏଥିସହ ଏହା ଅଧିନରେ କାମ କରୁଥିବା ଶ୍ରମିକଙ୍କ ଦୈନିକ ପାରିଶ୍ରମିକ ମଧ୍ୟ 182 ଟଙ୍କାରୁ ବଢି 202 ଟଙ୍କା କରିଦିଆଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.