ETV Bharat / business

ମାରୁତିର ‘କାର ଲିଜ’ ସେବା ଆରମ୍ଭ, ଭଡାରେ ମିଳିବ ମନପସନ୍ଦ ଗାଡି

author img

By

Published : Jul 2, 2020, 6:07 PM IST

କୋଭିଡ -19 ସଙ୍କଟ ସମୟରେ କାର ବିକ୍ରି ବୃଦ୍ଧି ଏବଂ ଅଧିକରୁ ଅଧିକ ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ଅଟୋମୋବାଇଲ କମ୍ପାନୀଗୁଡିକ ନୂଆ ନୂଆ ଉପାୟ ଖୋଜୁଛନ୍ତି । ଏଥିମଧ୍ୟରେ ମାରୁତି ଆରମ୍ଭ କରିଛି ଭେଇକଲ ଲିଜ ସବସ୍କ୍ରିପସନ ସେବା । ଜାଣନ୍ତୁ କିପରି ଆପଣ ଏହି ସେବା ପାଇପାରିବେ ..

ମାରୁତିର ‘କାର ଲିଜ’ ସେବା ଆରମ୍ଭ , ଜାଣନ୍ତୁ କିପରି ମିଳିବ ଫାଇଦା ...

ନୂଆଦିଲ୍ଲୀ: ଦେଶର ସର୍ବବୃହତ୍ତମ କାର ନିର୍ମାତା ମାରୁତି ସୁଜୁକି ଇଣ୍ଡିଆ ଗୁରୁବାର ‘କାର ଲିଜ’ ସେବା ଆରମ୍ଭ କରିଛି । କମ୍ପାନୀ ଏହାକୁ ‘ମାରୁତି ସୁଜୁକି ସବସ୍କ୍ରାଇବ’ ବ୍ରାଣ୍ଡ ନାଁରେ ବଜାରକୁ ଆଣିଛି ।

ସାଧାରଣତଃ ଗାଡି ଲିଜ ଯୋଜନାରେ କୌଣସି କମ୍ପାନୀ ଏକ ନିର୍ଦ୍ଦିଷ୍ଟ ସମୟ ପାଇଁ ଗ୍ରାହକଙ୍କୁ ବ୍ୟକ୍ତିଗତ ବ୍ୟବହାର ପାଇଁ ସର୍ତ୍ତମୂଳକ ଯାନ ଯୋଗାଇଥାଏ । ଏଥିପାଇଁ ଗ୍ରାହକଙ୍କୁ ସମ୍ପୂର୍ଣ୍ଣ ମୂଲ୍ୟ ଦେଇ କାର କିଣିବାକୁ ପଡିନଥାଏ । ଏଥିସହ କାରର ଅନ୍ତିମ ମାଲିକାନା ମଧ୍ୟ କମ୍ପାନୀ ପାଖରେ ରହିଥାଏ । ଗ୍ରାହକଙ୍କୁ କେବଳ ନିଜ ବ୍ୟବହାର ଅବଧି ପାଇଁ କାର ଭଡା ଦେବାକୁ ପଡିଥାଏ ।

ମାରୁତି ଏକ ବିବୃତ୍ତିରେ କହିଛି କି, ପ୍ରଥମରେ ପାଇଲେଟ ପରିଯୋଜନା ଆଧାରରେ କମ୍ପାନୀ ଏହି ସେବା ଗୁରୁଗ୍ରାମ ଓ ବେଙ୍ଗାଲୁରୁରେ ଆରମ୍ଭ କରିଛି । ଏହା ମାଧ୍ୟରେ ସେ ସ୍ବିଫ୍ଟ, ଡିଜାୟର, ଅର୍ଟିଗା ,ମାରୁତି ସୁଜୁକି ଏରେନା , ସିୟାଜ, ନେକ୍ସା ଆଦି ଭଡାରେ ଦେବ । ତେବେ ଏହି ସେବା ପାଇଁ ମାରୁତି ORIX ଅଟୋ ଇନଫ୍ରାଷ୍ଟକ୍ଚର ସରଭିସ ଲିମିଟେଡ ସହ ହାତ ମିଳାଇଛି । ଏହା ଜାପାନ ଓରିକ୍ସ କର୍ପୋରେସନର ସହାୟକ କମ୍ପାନୀ ଯାହା ଭାରତରେ ଏହି ସେବା ପରିଚାଳନା କରିବ ।

କୋଭିଡ -19 ସଙ୍କଟ ସମୟରେ କାର ବିକ୍ରି ବୃଦ୍ଧି ଏବଂ ଅଧିକରୁ ଅଧିକ ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ଅଟୋମୋବାଇଲ କମ୍ପାନୀଗୁଡିକ ନୂଆ ନୂଆ ଉପାୟ ଖୋଜୁଛନ୍ତି । ଗତ ବର୍ଷ ମାରୁତିଙ୍କ ପ୍ରତିଦ୍ୱନ୍ଦ୍ୱୀ ହୁଣ୍ଡାଇ ମୋଟର ଇଣ୍ଡିଆ ମଧ୍ୟ ଏଭଳି ସେବା ଆରମ୍ଭ କରିଥିଲା।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.