ETV Bharat / business

ପ୍ରଫିଟରେ ସେନସେକ୍ସ, 12,900 ଟପିଲା ନିଫ୍ଟି - market round up

ଟିକା ଆସିବା ନେଇ ସଫଳ ଖବରରେ ବଜାରରେ ଖୁସିର ଲହରୀ । ଉତ୍ସାହିତ ନିବେଶକ , ଉପରମୁହାଁ ସେୟାର ସୂଚକାଙ୍କ । ପ୍ରମୁଖ ସେୟାର ସବୁ ପ୍ରଫିଟରେ ରହିଥିବାରୁ କାରବାର ସବୁଜରେ ବନ୍ଦ ହୋଇଛି । ଅଧିକ ପଢନ୍ତୁ..

ପ୍ରଫିଟରେ ସେନସେକ୍ସ, 12,900 ଟପିଲା ନିଫ୍ଟି
ପ୍ରଫିଟରେ ସେନସେକ୍ସ, 12,900 ଟପିଲା ନିଫ୍ଟି
author img

By

Published : Nov 23, 2020, 7:37 PM IST

ମୁମ୍ବାଇ: ପ୍ରଫିଟରେ ସୋମବାର ସେୟାର ବଜାର । ସେନସେକ୍ସ 195 ପଏଣ୍ଟ ବଢିଥିଲା ବେଳେ ନିଫ୍ଟି 67 ପଏଣ୍ଟ ଲାଭରେ କାରବାର ବନ୍ଦ କରିଛି । ଅନ୍ତରାଷ୍ଟ୍ରୀୟ ବଜାରରେ ସକରାତ୍ମକ ସଙ୍କେତ ଯୋଗୁଁ ବିଦେଶୀ ପୁଞ୍ଜି ପ୍ରବହ ଜାରି ପ୍ରଭାବରେ ରିଲାଏନ୍ସ , ଇମ୍ଫୋସିସ, ଟିସିଏସର ସେୟାର ଉପରମୁହାଁ ରହିଛି । ଯାହା ଫଳରେ ଘରୋଇ ବଜାରରେ ଉତ୍ସାହ ଦେଖାଦେଇଛି ।

ଆଜି ବିଏସଇ ସେନସେକ୍ସ 44,271.15 ପଏଣ୍ଟର ସର୍ବୋଚ୍ଚ ସ୍ତରରେ ପହଞ୍ଚିଥିଲା । ଶେଷରେ 194.90 ପଏଣ୍ଟ ଚଢି 44,077.15 ପଏଣ୍ଟରେ ବନ୍ଦ ହୋଇଛି । ସେହିଭଳି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜପ ନିଫ୍ଟି 67.40 ପଏଣ୍ଟ ଉଛୁଳି 12,926.45 ପଏଣ୍ଟରେ ପହଞ୍ଚିଛି ।

ସେନସେକ୍ସରେ ସାମିଲ ଓଏନଜିସିର ସେୟାର 7 ପ୍ରତିଶତ ଲାଭରେ ରହିଛି । ଏହା ବ୍ୟତିତ ଇଣ୍ଡସାଇଣ୍ଡ ବ୍ୟାଙ୍କ, ଇମ୍ଫୋସିସ, ଟେକ ମହିନ୍ଦ୍ରା , ରିଲାଏନ୍ସ ଇଣ୍ଡଷ୍ଟ୍ରିଜ , ଏଚସିଏଲ ଟେକ୍ନୋଲୋଜିସ ଓ ଟିସିଏସ ମଧ୍ୟ ଲାଭରେ ଅଛି । ସେପଟେ ଏଚଡିଏଫସି , ଆଇସିଆଇସିଆଇ ବ୍ୟାଙ୍କ, ଆକ୍ସିସ ବ୍ୟାଙ୍କ, ଏସବିଆଇ, ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରାର ସେୟାର ଦୁର୍ବଳ ପଡିଥଛି ।

ଅନ୍ୟପଟେ ବ୍ରେଣ୍ଟ ଅଶୋଧିକ ତୈଳ ଦାମ 1.64 ପ୍ରତିଶତ ବଢି ବ୍ୟାରେଲ ପ୍ରତି 45.81 ଡଲାର ଅଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.