ETV Bharat / business

ମାନ୍ଦାବସ୍ଥା ଚିନ୍ତା: ମୋଦିଙ୍କୁ ମନମୋହନଙ୍କ ଅର୍ଥନୀତି ଟିପ୍ସ

author img

By

Published : Sep 9, 2019, 12:58 PM IST

ଦେଶ ଅର୍ଥନୀତି ଧିମେଇ ପଡିଛି । ଜିଡିପି ହ୍ରାସ, ନିବେଶ ସ୍ଥିର,ବେକାରୀ ବୃଦ୍ଧି, ବିପର୍ଯ୍ୟସ୍ତ ବ୍ୟାଙ୍କିଙ୍ଗ ବ୍ୟବସ୍ଥା ଆଦି କାରଣରୁ ଅର୍ଥବ୍ୟବସ୍ଥା ଟ୍ରାକରୁ ଖସୁଛି । ଏଥିପାଇଁ ରାଷ୍ଟ୍ରୀୟ ରଣନୀତିର ଆବଶ୍ୟକ ରହିଛି ବୋଲି କହି ମୋଦି ସରକାରଙ୍କୁ ବହୁ ଆର୍ଥିକ ପରାମର୍ଶ ଦେଇଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଅର୍ଥନୀତିଜ୍ଞ ମନମୋହନ ସିଂହ ।

ଡିଜାଇନ ଫଟୋ

ନୂଆଦିଲ୍ଲୀ: ‘ଆର୍ଥିକ ମାନ୍ଦାବନ୍ଦା ଦେଇ ଗତିକରୁଛି ଭାରତ । ଧିମେଇପଡିଛି ଅଭିବୃଦ୍ଧି । ଏପଟେ 5 ଟ୍ରିଲିୟନ ଡଲାର ଅର୍ଥବ୍ୟବସ୍ଥା ପାଇଁ ସରକାର ଆଶା ରଖିଛନ୍ତି । ଏହା ଦେଶ ପାଇଁ ଭଲ । କିନ୍ତୁ ଏହି ଏହି ଲକ୍ଷ୍ୟକୁ ହାସଲ ପାଇଁ ଉନ୍ନତଧରଣର ରାଷ୍ଟ୍ରୀୟ ରଣନୀତି ପ୍ରସ୍ତୁତ କରିବା ଆବଶ୍ୟକ ରହିଛି ।’ ଏ ନେଇ ପରାମର୍ଶ ଦେଇ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ମୋଦି ସରକାରଙ୍କୁ ବହୁ ଆର୍ଥିକ ଟିପ୍ସ ଦେଇଛନ୍ତି ।

ଶନିବାର ପିଙ୍କ ସିଟି ଜୟପୁରର ଏକ ଘରୋଇ ବିଶ୍ବବିଦ୍ୟାଳୟର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ମନମୋହନ ନିଜ ଅଭିଜ୍ଞତା ବାଣ୍ଟିଛନ୍ତି । ସେ କହିଛନ୍ତି ଯେ, ବର୍ତ୍ତମାନ ଦେଶ ଅର୍ଥନୈତିକ ସ୍ଥିତି ଦୁର୍ବଳ ହୋଇପଡିଛି । ଲଗାତାର ମୋଟ ଘରୋଇ ଉତ୍ପାଦ ହ୍ରାସ ପାଉଛି । ନିବେଶ ମଧ୍ୟ ସ୍ଥିର ରହିଛି । ଚାଷୀ ସଙ୍କଟରେ ପଡିଛନ୍ତି । ଅନାଦେୟ ଋଣ ଭାର ଭିତରେ ବ୍ୟାଙ୍କିଙ୍ଗ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଲାଣି । ହୁହୁ ହୋଇ ବେକାରୀ ବୃଦ୍ଧି ପାଉଛନ୍ତି । ଆଉ ଏଭଳି ମାନ୍ଦାବସ୍ଥାରୁ ମୁକୁଳିବା ପାଇଁ ସରକାର ଏକ ରୋଡମ୍ୟାପ ପ୍ରସ୍ତୁତ କରନ୍ତୁ । ଯେପରି ଆଗାମୀ 5 ବର୍ଷରେ ଭାରତ ଅର୍ଥନୀତି ଆକାର 5 ଟ୍ରିଲିୟନ ଡଲାରରେ ପହଞ୍ଚିପାରିବ ।

ତେବେ ଦେଶର ବିକାଶ ପାଇଁ ଦୂରଦର୍ଶୀ ନେତାଙ୍କ ଦରକାର ରହିଛି । ଏଥିସହ ସଂସଦୀୟ ଗଣତନ୍ତ୍ରକୁ କାଏମ ରଖିବା ସହ ସାମ୍ବିଧାନିକ ସଂସ୍ଥାନର ସ୍ବତନ୍ତ୍ରତାକୁ ସୁରକ୍ଷା ଦେବା ଜରୁରୀ । ଟ୍ୟାକ୍ସ ଖିଲାପକାରୀ ବ୍ୟକ୍ତିଙ୍କ ଉପରେ କଡ଼ା ନଜର ରଖିବା ସହ ଘରୋଇକରଣ, ଉଦାରୀକରଣ ଓ ଜଗତୀକରଣ ଉପରେ ଗୁରୁତ୍ବ ଦେବାକୁ ମନମୋହନ ମୋଦିସରକାରଙ୍କୁ ଆହ୍ବାନ ଦେଇଛନ୍ତି ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.