ନୂଆଦିଲ୍ଲୀ: ବଜେଟରେ ଆଗତ ହୋଇଥିବା ବ୍ୟୟ ପାଇଁ ଖର୍ଚ୍ଚ ବିଲ (appropriation bill) କୁ ମିଳିଲା ଅନୁମୋଦନ । ଏବେ ସଞ୍ଚୟ ପାଣ୍ଠିରୁ ଉଠାଣ ହୋଇ ଖର୍ଚ୍ଚ ହୋଇପାରିବ ଟଙ୍କା । ଏ ନେଇ ବୁଧବାର ଲୋକସଭାରେ ବିଲ ପାରିତ ହୋଇଛି ।
ଆସନ୍ତା ଆର୍ଷିକ ବର୍ଷର ବଜେଟରେ ବିଭିନ୍ନ ମନ୍ତ୍ରାଳୟ ଏବଂ ବିଭାଗ ପାଇଁ ପ୍ରସ୍ତାବିତ ଅନୁଦାନ ଦାବି ଓ ତା ସହ ସମ୍ବନ୍ଧିତ ବିନିଯୋଗ ବିଧେୟକକୁ ବୁଧବାର ବିନା ଚର୍ଚ୍ଚାରେ ମଞ୍ଜୁରୀ ପ୍ରଦାନ କରାଯାଇଛି । 2021-22 ର ବଜେଟରେ ସରକାର ମୋଟ 34.83 ଲକ୍ଷ କୋଟି ଟଙ୍କାର ବ୍ୟୟ ପ୍ରସ୍ତାବ ରହିଛି ।
ଏହି ପ୍ରକ୍ରିୟା ଅଧିନରେ ସରକାରଙ୍କୁ ଆର୍ଥିକ ବର୍ଷ 2021-22 ପାଇଁ ଭାରତର ସଞ୍ଚୟ ନିଧିରୁ ଧନରାଶି ଉଠାଣ ପାଇଁ ମଞ୍ଜୁରୀ ମିଳିଛି । ବଜେଟ ଅନୁଦାନ ଦାବି ଓ ବିନିଯୋଗ ବିଧେୟକକୁ ପାରିତ କରାଯିବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୃହରେ ଉପସ୍ଥିତ ଥିଲେ ।
ଗୃହରେ ଦିନରେ ଏହା ପୂର୍ବରୁ ରେଳ ମନ୍ତ୍ରାଳୟ , ଶିକ୍ଷା ମନ୍ତ୍ରାଳୟ ଓ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରାଳୟ ସହ ଜଡିତ ଅନୁମାଦ ଦାବି ଉପରେ ଅଲଗା ଅଲଗା ଚର୍ଚ୍ଚା ହେଲା । ଆଉ ଏହାକୁ ମଞ୍ଜୁରୀ ଦିଆଯାଇଛି । ଏହା ପରେ କେନ୍ଦ୍ର ବଜେଟ ସମ୍ବନ୍ଧୀତ ପ୍ରାୟ 100 ମନ୍ତ୍ରାଳୟ ଏବଂ ବିଭାଗରେ ଜଡିତ ଅନୁଦାନ ବକେୟା ଚାହିଦାକୁ ଏକ ସାଙ୍ଗରେ ବିନା ଚର୍ଚ୍ଚା କରି ‘ଗିଲୋଟିନ’ ମାଧ୍ୟମରେ ଗୃହରେ ମଞ୍ଜୁରୀ ପାଇଁ ରଖାଯାଇଥିଲା ।
ଗୃହରେ ଆର୍ଥିକ ବର୍ଷର ସେବାଗୁଡିକ ପାଇଁ ଭାରତର ସଞ୍ଚିତ ପାଣ୍ଠିରୁ ଏକ ନିର୍ଦ୍ଦିଷ୍ଟ ପରିମାଣର ଦେୟ ଏବଂ ଆବଣ୍ଟନକୁ ଅନୁମତି ଦେବାକୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆପ୍ରୋପ୍ରାଇଜେସନ୍ ସଂଖ୍ୟା 2 ବିଲ୍ 2021 ଉପସ୍ଥାପନ କରିଥିଲେ ।
ସଞ୍ଚିତ ପାଣ୍ଠିରୁ ଟଙ୍କା ବାହାର କରିବା ପାଇଁ ବିନିଯୋଗ ବିଧେୟକ ପାରିତ କରିବାକୁ ପଡିଥାଏ । ସରଳ ଭାଷାରେ ଏହି ବିନିଯୋଗ ବିଧେୟକ ଏକ ଧନ ବିଧେୟକ ।