ETV Bharat / business

60.9 % ଲୋକଙ୍କୁ ଚଢା ଦରରେ କିଣିବାକୁ ପଡୁଛି ଅତ୍ୟାବଶ୍ୟକ ସାମଗ୍ରୀ: ସର୍ଭେ - ଖାଉଟି ବଜାର ସର୍ଭେ

ଦେଶବ୍ୟାପି ଲକଡାଉନ । ଲୋକେ ଆତଙ୍କିତ ହୋଇ ବଜାରରୁ ବୋହିନେଲେ ଅତ୍ୟାବଶ୍ୟକ ସାମଗ୍ରୀ । ଏପରିକି ଡବଲ ଦାମ ନେଇ ଜିନିଷ କିଣିଲେ ଲୋକ । ଫଳରେ କଳାବଜାରୀ ବଢୁଛି ।

lockdown pushes 60 dot 9 percent indians to pay more for essential items
60.9 % ଲୋକଙ୍କୁ ଚଢା ଦରରେ କିଣିବାକୁ ପଡୁଛି ଅତ୍ୟାବଶ୍ୟକ ସାମଗ୍ରୀ
author img

By

Published : Mar 31, 2020, 7:37 AM IST

ନୂଆଦିଲ୍ଲୀ: କୋରୋନା ଭାଇରସ ସଂକ୍ରମଣ ଦାଉରୁ ରକ୍ଷା ପାଇବା ପାଇଁ ଦେଶବ୍ୟାପି ଜାରି ରହିଛି ଲକଡାଉନ । ଏଭଳି ସ୍ଥିତିରେ ଅତ୍ୟାବଶ୍ୟକ ଜିନିଷ ମଧ୍ୟ ମହଙ୍ଗା ହୋଇଛି । ଖାଦ୍ୟ ସାମଗ୍ରୀ ଦର ହୁ ହୁ ହୋଇ ବଢୁଛି । ଏନେଇ ସୋମବାର କରାଯାଇଥିବା ଏକ ସର୍ଭେରୁ ସ୍ପଷ୍ଟ ହୋଇଛି ।

ସର୍ଭେ ଅନଯାୟୀ 60.9 ପ୍ରତିଶତ ଭାରତୀୟ ପ୍ରକାଶ କରିଛନ୍ତି ଯେ, ଦେଶବ୍ୟାପୀ ତାଲାବନ୍ଦ ଯୋଗୁଁ ବାଧ୍ୟ ହୋଇ ଅଧିକ ଦାମରେ ଅତ୍ୟାବଶ୍ୟକ ସାମଗ୍ରୀ କିଣିବାକୁ ପଡୁଛି। ସମଗ୍ର ଦେଶରେ ମାର୍ଚ୍ଚ 26 ଓ 27ରେ ଆଇଏଏନଏସ-ସି ଭୋଟର ଗେଲ୍ପ ଇଣ୍ଟରନ୍ୟାସନାଲ୍ ଆସୋସିଏସନ୍ କରୋନା ଟ୍ରାକର୍ ଦ୍ୱାରା କରାଯାଇଥିବା ସର୍ବେକ୍ଷଣରେ ଶୁଦ୍ଧ ଫଳାଫଳ ପ୍ରକାଶ ପାଇଛି |

ପୋଲରେ ପ୍ରଶ୍ନ ରହିଥିଲା କି, କଣ ଆପଣଙ୍କୁ ଉଚିତ ମୁଲ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀ ମିଳୁଛି କି ? ଏହାର ଉତ୍ତରରେ ପ୍ରାୟ 60.9 ପ୍ରତିଶତ ଲୋକ ଉତ୍ତର ଦେଇ ଅଧିକ ଦର ବୃଦ୍ଧି ବୋଲି ଦର୍ଶାଇଥିଲେ ।

ଲକଡାଉନ ଘୋଷଣାରେ ଲୋକ ଅଧିକ ବ୍ୟସ୍ତ ବିବ୍ରତ ହୋଇ ବଜାରରୁ ବିପୁଳ ପରିମାଣରେ ଜିନିଷ ବୋହିନେଲେ । ଫଳରେ ଅଭାବ ଦେଖାଦେଇଥିବାରୁ ପରେ ଦୋକାନୀ ଚାହିଦା ବୃଦ୍ଧି ଦେଖି ଦାମ ବଢାଇଥିଲେ । ଏଥିପାଇଁ କଳାବଜାରୀ ମଧ୍ୟ ବଢିଛି ।

ମାର୍ଚ୍ଚ 25ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବ୍ୟାପି ଲକଡାଉନ ଘୋଷଣାର କେଇ ଘଣ୍ଟା ମଧ୍ୟରେ ସୁପରମାର୍କେଟ ଓ କିରାଣୀ ଓ ଔଷଧ ଦୋକାନରୁ ସାମଗ୍ରୀ ସବୁଠୁକୁ ଗ୍ରାହକ ଉଡେଇ ନେଇ ଗଲେ ।

ପ୍ରଥମ ଥର ପାଇଁ ଏଭଳି ଲକଡାଉନ ନିର୍ଣ୍ଣୟ ଲୋକଙ୍କୁ ଚକିତ କରିଥିବା ବେଳେ ଆବଶ୍ୟକୀୟ ସାମଗ୍ରୀ କେଇ ଘଣ୍ଟାରେ ଗାଏବ ହୋଇଯାଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.