ETV Bharat / business

‘ଲକଡାଉନ ବଢିଲେ ଅର୍ଥବ୍ୟବସ୍ଥା ସହ ଉପୁଜିବ ନୂଆ ସ୍ବାସ୍ଥ୍ୟ ସଙ୍କଟ’

author img

By

Published : May 25, 2020, 9:44 PM IST

ଲକଡାଉନ ଅବଧି ବୃଦ୍ଧି ବିରୋଧରେ ରହିଥିବା ଆନନ୍ଦ ମହିନ୍ଦ୍ରା ଟ୍ବିଟ କରି ପୁଣି ଏହାର ନକରାତ୍ମକ ପ୍ରଭାବକୁ ଦର୍ଶାଇଛନ୍ତି । ଲକଡାଉନ ବଢିଲେ ଅର୍ଥବ୍ୟବସ୍ଥାରେ କ୍ଷତି ସହ ସ୍ବାସ୍ଥ୍ୟ ସଙ୍କଟ ବିପଦ ଉପୁଜିବ ବୋଲି ସେ କହିଛନ୍ତି । ଅଧିକ ପଢନ୍ତୁ..

Mahindra on Lockdown
‘ଲକଡାଉନ ବଢିଲେ ଅର୍ଥବ୍ୟବସ୍ଥା ସହ ଉପୁଜିବ ନୂଆ ସ୍ବାସ୍ଥ୍ୟ ସଙ୍କଟ’

ନୂଆଦିଲ୍ଲୀ: ଲକଡାଉନ ଅବଧି ବୃଦ୍ଧି କେବଳ ଅର୍ଥବ୍ୟବସ୍ଥା ପ୍ରତି ଘାତକ ନୁହେଁ ବରଂ ଏକ ନୂଆ ସ୍ବାସ୍ଥ୍ୟ ସଙ୍କଟ ମଧ୍ୟ ଉତ୍ପନ୍ନ କରିବ । ସୋମବାର ଏ ନେଇ ଟ୍ବିଟ କରି ଆଶଙ୍କା ପ୍ରକାଶ କରିଛନ୍ତି ମହିନ୍ଦ୍ରା ଗ୍ରୁପର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା ।

‘ଲକଡାଉନର ବିପଜ୍ଜନକ ମାନସିକ ପ୍ରଭାବ ଏବଂ କୋଭିଡ୍ -19 ବ୍ୟତୀତ ରୋଗୀଙ୍କୁ ଅଣଦେଖା’ ବିଷୟ ଉପରେ ଏକ ବିଶେଷ ଆର୍ଟିକଲକୁ ଦର୍ଶାଇଛନ୍ତି ମହିନ୍ଦ୍ରା । ଏହା ଅନୁଯାୟୀ ଲକଡାଉନରେ 49 ଦିନ ପରେ ଏହାକୁ ହଟାଇବାକୁ ସେ ପ୍ରସ୍ତାବ ଦେଇଛନ୍ତି ।

ସେ କହିଛନ୍ତି ଯେ,‘‘ ନୀତି ନିର୍ମାତାଙ୍କ ପାଇଁ ଚୟନ କରିବା ସହଜ ହେବ ନାହିଁ । ହେଲେ ଲକଡାଉନ ଦ୍ବାରା ମଧ୍ୟ ସାହାଯ୍ୟ ମିଳିପାରିବ ନାହିଁ । କୋରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ଲଗାତାର ବଢିଚାଲିଥିବ । ଏଣୁ ଆମର ସମ୍ପୁର୍ଣ୍ଣ ଧ୍ୟାନ ହସ୍ପିଟାଲ ଶର୍ଯ୍ୟା ସଂଖ୍ୟା ବୃଦ୍ଧି ଓ ଅକ୍ସିଜେନ ବ୍ୟାବସ୍ଥା ଉପରେ ରହିବା ଦରକାର ବୋଲି ଆନନ୍ଦ କହିଛନ୍ତି ।

ଏହି କାମ ପାଇଁ ସେନାର ସହଯୋଗ ନେବା ପାଇଁ ସେ ପରାମର୍ଶ ଦେଇଛନ୍ତି । କାରଣ ସେନା ପାଖରେ ଏ ନେଇ ଅଭିଜ୍ଞତା ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.