ETV Bharat / business

ଲକଡାଉନ: ପ୍ରିମିୟମ ପେମେଣ୍ଟ ଅବଧି ବଢାଇଲା ଏଲଆଇସି - ଏଲଆଇସି

ଦେଶରେ ଜାରି ରହିଛି ଲକଡାଉନ । ଏଥିଯୋଗୁଁ ଆର୍ଥିକ କାର୍ଯ୍ୟକଳାପ ମଧ୍ୟ ବନ୍ଦ ରହିଛି । ଏସବୁକୁ ଦୃଷ୍ଟିରେ ରଖି ଏଲଆଇସି ପ୍ରିମିୟମ ପେମେଣ୍ଟ ଅବଧିକୁ କିଛି ଦିନ ପାଇଁ ବଢାଇଛି ।

lic gives 30 days extension for premiums due in march april
ଲକଡାଉନ: ପ୍ରିମିୟମ ପେମେଣ୍ଟ ଅବଧି ବଢାଇଲା ଏଲଆଇସି
author img

By

Published : Apr 11, 2020, 11:05 PM IST

ମୁମ୍ବାଇ: ଲକଡାଉନକୁ ନଜରରେ ରଖି ପଲିସି ହୋଲ୍ଡରଙ୍କୁ ରିଲିଫ ଦେଲା ଭାରତୀୟ ଜୀବନ ବୀମା ନିଗମ(ଏଲଆଇସି) । ମାର୍ଚ୍ଚ ଓ ଏପ୍ରିଲ ମାସର ପ୍ରିମିୟମ ପ୍ରଦାନ ପାଇଁ ଅତିରିକ୍ତ 30 ଦିନ ସମୟ ଦେବାକୁ ଏଲଆଇସି ଘୋଷଣା କରିଛି ।

କୋରୋନା ଭାଇରସ ମହାମାରୀ ଯୋଗୁଁ ଦେଶରେ ଜାରି ରହିଛି ଲକଡାଉନ । ଏଥିଯୋଗୁଁ ଆର୍ଥିକ କାର୍ଯ୍ୟକଳାପ ମଧ୍ୟ ବନ୍ଦ ରହିଛି । ଫଳରେ ଲୋକଙ୍କ ଆୟ ମଧ୍ୟ ଖସିଛି । ଏସବୁକୁ ଦୃଷ୍ଟିରେ ରଖି ଏଲଆଇସି ପ୍ରିମିୟମ ପେମେଣ୍ଟ ଅବଧିକୁ କିଛି ଦିନ ପାଇଁ ବଢାଇଛି ।

ଏଲଆଇସି କହିଛି ଯେ, ଫେବୃଆରୀ ପ୍ରିମିୟମ ପାଇଁ ଦିଆଯାଇଥିବା ଅତିରିକ୍ତ ସମୟ ମାର୍ଚ୍ଚ 22ରେ ଶେଷ ହେବା ପରେ ଏହାକୁ ଏପ୍ରିଲ 15ରୁ ବୃଦ୍ଧି କରାଯାଇଛି । ଏକ ବିବୃତ୍ତିରେ କୁହାଯାଇଛି ଯେ, ଏଲଆଇସି ବୀମା ହୋଲ୍ଡର ବିନା ସେବା ଶୁଳ୍କରେ ଏଲଆଇସି ଡିଜିଟାଲ ପେମେଣ୍ଟ ବିକଳ୍ପ ଜରିଆରେ ମଧ୍ୟ ପ୍ରିମିୟଣ୍ଟ ଭରିପାରିବେ ।

ବୀମା କମ୍ପାନୀ କହିଛି ଯେ, ପ୍ରିମିୟମ ପେମେଣ୍ଟ ପାଇଁ ପଲିସି ହୋଲ୍ଡର ୱେବସାଇଟରେ ପଞ୍ଜୀକରଣ କରିବା ଆବଶ୍ୟକ ନାହିଁ । ସେମାନେ ସିଧାସଳଖ କିଛି ସୂଚନା ଦେଇ ଦେୟ ଦେଇପାରିବେ । ଏହା ବ୍ୟତୀତ ମୋବାଇଲ ଆପ 'LIC ପେ ଡାଇରେକ୍ଟ' ଡାଉନଲୋଡ କରି ବି ପ୍ରିମିୟମ ପେମେଣ୍ଟ କରାଯାଇପାରିବ । ନେଟ୍ ବ୍ୟାଙ୍କିଙ୍ଗ, ଡେବିଟ କାର୍ଡ, କ୍ରେଡିଟ କାର୍ଡ, ପେଟିଏମ, ଫୋନ ପେ, ଗୁଗୁଲ ପେ, ଭିମ, ୟୁପିଇ ମାଧ୍ୟମରେ ମଧ୍ୟ ପ୍ରିମିୟମ ପ୍ରଦାନ କରାଯାଇପାରିବ |

IDBI ବ୍ୟାଙ୍କ ଏବଂ ଆକ୍ସିସ୍ ବ୍ୟାଙ୍କ ଶାଖା ଏବଂ ବ୍ଲକ ସ୍ତରରେ ପରିଚାଳିତ ସାଧାରଣ ସେବା କେନ୍ଦ୍ରରେ ମଧ୍ୟ ପ୍ରିମିୟମ ଦିଆଯାଇପାରିବ ।

ବୀମା କମ୍ପାନୀ ପଲିସି ହୋଲ୍ଡରଙ୍କୁ ଆଶ୍ୱାସନା ଦେଇଛି ଯେ, କୋଭିଡ-19ରେ ମୃତ୍ୟୁ ହେଲେ ଏହାକୁ ଅନ୍ୟାନ୍ୟ ମାମଲା ପରି ବ୍ୟବହାର କରାଯିବ ଏବଂ ତୁରନ୍ତ ଦାବି ପୂରଣ ପାଇଁ ବ୍ୟବସ୍ଥା କରାଯିବ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.