ETV Bharat / business

ଏଲଜିର ଇଲେକ୍ଟ୍ରୋନିକ୍ସ ଫେସମାସ୍କ, ଜାଣନ୍ତୁ ଏହାର ବିଶେଷତ୍ବ

author img

By

Published : Aug 29, 2020, 12:49 PM IST

ଏଲଜିର ଇଲେକ୍ଟ୍ରୋନିକ ମାସ୍କରେ ଦୁଇଟି ଫିଲ୍ଟର ରହିଛି । ଡୁଆଲ ଫ୍ୟାନ ଏବଂ ଶ୍ୱାସକ୍ରିୟା ସେନ୍ସର ସାହାଯ୍ୟରେ ୟୁଜର ସ୍ବଚ୍ଛ ଓ ଫିଲ୍ଟର ବାୟୁ ପାଇପାରିବ । ଅଧିକ ପଢନ୍ତୁ..

ଏଲଜିର ଇଲେକ୍ଟ୍ରୋନିକ୍ସ ଫେସମାସ୍କ, ଜାଣନ୍ତୁ ଏହାର ବିଶେଷତ୍ବ
ଏଲଜିର ଇଲେକ୍ଟ୍ରୋନିକ୍ସ ଫେସମାସ୍କ, ଜାଣନ୍ତୁ ଏହାର ବିଶେଷତ୍ବ

ନୂଆଦିଲ୍ଲୀ: କୋରୋନା ମହାମାରୀ ସମୟରେ ସୁରକ୍ଷା ଅତ୍ୟନ୍ତ ଜରୁରୀ । ଆଉ ସେଥିମଧ୍ୟରେ ମାସ୍କ ଏବେ ଗୁରୁତ୍ବପୂର୍ଣ୍ଣ ଉପକରଣ ହୋଇଛି । ଏହାକୁ ନଜରରେ ରଖି ଦକ୍ଷିଣ କୋରିଆରର କମ୍ପାନୀ ଏଲଜି ପୋର୍ଟେବଲ ଏୟାର ପ୍ୟୁରିଫାୟର ଫେସ ମାସ୍କ ଆଣିଛି ।

ଏଲଜିର ଏହି ଫେସ ମାସ୍କରେ ଏଭଳି ଫିଲଟର ରହିଛି, ଯାହା ହୋମ ଏୟାର ପ୍ୟୁରିଫାୟାରରେ ରହିଥାଏ । ଏଥିରେ ବ୍ୟାଟେରିଚାଳିତ ଫ୍ୟାନ ଲଗାଯାଇଛି । ଯାହା ଦ୍ବାରା ଆପଣ ନିଶ୍ବାସ ପ୍ରଶ୍ବାସ ସହଜରେ ନେଇପାରିବେ, ସେ ବି ବିଶୋଧନ ବାୟୁ । ତେବେ ଏହା ଏଭଳି ଭାବେ ତିଆରି ହୋଇଛି କି ମୁହଁରେ ସହଜରେ ଫିଟ ହୋଇପାରିବ ।

କମ୍ପାନୀ ନିଜ ବିବୃତ୍ତିରେ କହିଛି କି, ଏହି ପୋର୍ଟେବଲ ଏୟାର ପ୍ୟୁରିଫାୟରରେ ସେନ୍ସର ରହିଛି । ୟୁଜରଙ୍କ ଇନହେଲ ଏବଂ ଏକ୍ସଜିହେଲେକୁ ସେନ୍ସର ଜାଣିପାରିବ । ଏଥିସହ ଏହା ଭିତରେ ରହିଥିବା ଫ୍ୟାନ ଗତିକୁ ମଧ୍ୟ ହ୍ରାସ ବୃଦ୍ଧି କରାଯାଇପାରିବ । ଏହା ଏୟାର ଲିକେଜକୁ କମ କରିବା ଯୋଗୁଁ ଏହାକୁ ଆପ ଘଣ୍ଟା ଘଣ୍ଟା ଧରି ଆରମରେ ପିନ୍ଧିପାରିବେ ।

ଆପ ଜରିଆରେ ମଧ୍ୟ ଏହି ଏୟାର ପ୍ୟୁରିଫାୟର ଫେସ ମାସ୍କକୁ ନିୟନ୍ତ୍ରଣ କରାଯାଇପାରିବ । ଏଥିରେ 820 ଏମଏଏଚ ବ୍ୟାଟେରୀ ରହିଛି । ଲୋ ମୋଡରେ 8 ଘଣ୍ଟା ଓ ହାଇମୋଡରେ 2 ଘଣ୍ଟା ପର୍ଯ୍ୟନ୍ତ ଚାଲିବ । ଏଥିସହ ଏହି ମାସ୍କର ସ୍ବତନ୍ତ୍ରତା ହେଉଛି ୟୁଭି ଏଲଇଡି, ଯାହା ଭୟଙ୍କର ଭାଇରସକୁ ସହଜରେ ନଷ୍ଟ କରିଦେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.